ଶୁକ୍ରବାର ଦୀପାବଳି ଓ ପୟାଶ୍ରାଦ୍ଧ ପାଳନୀୟ


କେନ୍ଦ୍ରାପଡ଼ା, ୨୯ା୧୦: କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ମୁଖ୍ୟ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି ଜଣାଇଛନ୍ତି ଯେ ଦୀପାବଳି ଓ ପୟାଶ୍ରାଦ୍ଧ(ପିମ୍ପେଇଡକା)ପାଳନ ବିଷୟରେ ବିଭିନ୍ନ କ୍ୟାଲେଣ୍ଡରରେ ୩୧ ତାରିଖ ଗୁରୁବାରରେ ହେବ ବୋଲି ଲେଖାଯାଇଛି । ସମ୍ପ୍ରତି ଆମ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅନୁମୋଦିତ ଅସଲି ଖଡି ରତ୍ନ ପଞ୍ଜିକାରେ ୧ ତାରିଖ ଶୁକ୍ରବାରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ କରାଯିବା ପାଇଁ ଉଲ୍ଲେଖ ଅଛି । କାର୍ତ୍ତିକ କୃଷ୍ଣପକ୍ଷ ଅମାବାସ୍ୟା ତିଥି ୩୧ ତାରିଖ ଗୁରୁବାର ଅପରାହ୍ନ ୩ ଘଟିକା ୫୪ ମିନିଟ୍‌ରେ ବିଦ୍ୟମାନ ହୋଇ ନଭେମ୍ବର ୧ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଘଟିକା ୧୭ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ ବୋଲି ପଞ୍ଜିକାର ଗଣନା କରି ପାଞ୍ଜିରେ ଲେଖିଛନ୍ତି । ଶ୍ୟାମାକାଳୀ ପୂଜା ୩୧ ତାରିଖ ଗୁରୁବାରରେ ହେବ ଓ ନଭେମ୍ବର ୧ ତାରିଖ ଶୁକ୍ରବାରରେ ସୂର୍ଯ୍ୟୋଦୟ ଅମାବାସ୍ୟା ତିଥିରେ ହେବାକୁ ଥିବାର ହେତୁ ଅମାବାସ୍ୟାର ସାମ୍ବତ୍ସରିକ(ପାର୍ବଣ) ଶ୍ରାଦ୍ଧ ଓ ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଏବଂ ରାତିରେ ଦୀପାବଳି, ପୟାଶ୍ରାଦ୍ଧ(ପିମ୍ପେଇଡକା) ଶୁକ୍ରବାରରେ ହେବ ବୋଲି ସୂଚନା ଦିଆଯାଇଛି । ଏଣୁ ହିନ୍ଦୁ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ କ୍ୟାଲେଣ୍ଡର ନିର୍ଦ୍ଦେଶାନୁସାରେ ଭ୍ରମିତ ନହୋଇ ଦୀପାବଳି ଓ ପୟାଶ୍ରାଦ୍ଧ ପ୍ରଭୃତି ଧାର୍ମିକ କାର୍ଯ୍ୟ ନଭେମ୍ବର ୧ ତାରିଖ ଶୁକ୍ରବାରରେ କରିବାକୁ କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ସିଦ୍ଧାନ୍ତ କ୍ରମେ ମୁଖ୍ୟ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading