ଲୋକନାଥପୁରରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା



ପଟ୍ଟାମୁଣ୍ଡାଇ ୨୯/୧୦ – ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୁଣୁପୁର ମା’ଛୁଆଳିଆ ପଂଚାୟତ ହାଇସ୍କୁଲ ପକ୍ଷରୁ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ପୌରୋହିତ୍ୟରେ ସୋମବାର ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଦୁର୍ନୀତି ନିବାରଣ ବିଭାଗ ଡ଼ିଏସପି ସନ୍ତକ ଜେନା ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବ୍ଲକ ବି,ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା, ଗଙ୍ଗାରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଚିତରଞ୍ଜନ କବି ସମାଜସେବୀ ସୁରେଶ ସାହୁ, ଗୁଣୁପୁର ମା ଛୁଆକିଆ ପଂଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଅକ୍ଷୟ ନନ୍ଦ, ସ୍କୁଲ ପରିଚାଳନା କମିଟି ସଭାପତି ସ୍ୱରୂପ ଜେନା ନେତ୍ରମଣୀ ଖଟୁଆ ନିରା କାର ସ୍ୱାଇଁ, ଦିଲ୍ଲୀପ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଦୁର୍ନୀତି ସବୁ ସ୍ତରରେ ବ୍ୟାପି ଯାଇଥିବାରୁ ସାମାଜିକ ଅଧୋପତନ ଘଟିଛି । ଏଇ ପରିପେକ୍ଷୀରେ ଦୁର୍ନୀତି ହଟାଇବା ପାଇଁ ସମସ୍ତେ ଲାଂଚ ନେବା ନାହିଁ କି ଦେବା ନାହିଁ ବୋଲି ଶପଥ ନେଇ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଲୋକନାପୁର ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍ୱ।ଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସସ୍ମିତା ଦଳାଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି , ମୁଖ୍ୟବକ୍ତା ଓ ସମ୍ମାନନୀତଅତିଥି ପୁରସ୍କୃତ କରିଥିବା ବେଳେ ସମସ୍ତ ଅତିଥିଙ୍କୁ ସମ୍ୱର୍ନ୍ଧିତ କରାଯାଇଥିଲା। ଏହି ସଚେତନତା ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଦୀପ୍ତିରେଖା ବେହେରା, ସସ୍ମିତା ଦଳାଇ, ସ୍ନେହଲତା ଦାସ,ସଙ୍ଘମିତ୍ରା ସାମନ୍ତ, ରାଜେଶ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା ଥିଲେ । ଶେଷରେ ସପ୍ସଗୀତ ନିର୍ଦେଶକ ସପ୍ସଜୀବ ତରାଇ ଧନ୍ୟବାଦ ଦେଇଥିଲେ ।


Next Post

ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ମିନି ମାରାଥନ

Tue Oct 29 , 2024
କେନ୍ଦ୍ରାପଡ଼ା, ୨୯ା୧୦: ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟ ସାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ କରାଯାଉଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ମିନି ମାରାଥନ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମାପନ ହୋଇଥିଲା । ଏହି ମିନି ମାରାଥନକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା […]

KANIKA