ମୋ ଭାରତ ଓ ଦୀପାବଳୀ ଉତ୍ସବ ପାଳନ



କେନ୍ଦ୍ରାପଡ଼ା,୩୦ା୧୦: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମୋ ଯୁବ ଭାରତର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଆଲୋକର ପର୍ବ ଦୀପାବଳୀକୁ ନିଆରାଢଙ୍ଗରେ ପାଳନ କରାଯାଇଛି। ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ସ୍ୱେଛାସେବୀମାନଙ୍କ ଦ୍ୱାରା ଏହା ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ନେହେରୁ ଯୁବକେନ୍ଦ୍ର ଓ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ସ୍ୱତନ୍ତ୍ର ଢଙ୍ଗରେ ଅନୁଷ୍ଠିତ ହୋଇ ସ୍ୱଛତାର ବାର୍ତ୍ତା ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ୱେଛାସେବୀମାନେ କେନ୍ଦ୍ରାପଡା ସହରର ତିନିମୁହାଣୀ ଟ୍ରାଫିକ ଛକ, ରାମ ମନ୍ଦିର, ଅଗଷ୍ଟକ୍ରାନ୍ତୀ ସହୀଦ ସ୍ମୃତିସ୍ତମ୍ବ ସମେତ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ୱଛତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ର ଉଦଘାଟନ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଗୋଲି ତିରୁପତି ରେଡ୍ଡୀ, ସଦସ୍ୟ ଲକ୍ଷ୍ମୀକାନ୍ତ ଜେନା ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।


Next Post

ବଦଳି ପରେ ଅସନ୍ତୋଷ ବ୍ୟକ୍ତ କଲେ ଜନତା କେନ୍ଦ୍ରାପଡ଼ା ବିଡିଓଙ୍କ ପ୍ରକୋଷ୍ଠକୁ ଅଣ୍ଡାମାଡ଼

Wed Oct 30 , 2024
କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ବିଡିଓଙ୍କ ବଦଳି ପରେ ଜନତା ଉତ୍ତ୍ୟକ୍ତ ହୋଇ ସେମାନଙ୍କ ଆକ୍ରୋଷ ବ୍ୟକ୍ତ କରିଛନ୍ତି। ଫଳ ସ୍ୱରୂପ ବିଡିଓଙ୍କ କାର୍ଯ୍ୟାଳୟକୁ ଘନ ଘନ ଅଣ୍ଡାମାଡ ହୋଇଛି। ଏହା ଦ୍ୱାରା ଦୀର୍ଘଦିନର ଅସନ୍ତୋଷର ବହ୍ନି ଜଳିଛି। କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଅର୍ଥ ତୋଷରପାତ କରାଯାଇଥିବା ଅଭିଯୋଗ ହୋଇଆସୁଥରଲା । ସରକାରୀ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇ […]

KANIKA