ପଟ୍ଟାମୁଣ୍ଡାଇ ମାଟିର ପୁଅ ଦେବାଶିଷ ତ୍ରିପାଠୀ ହାଇକୋର୍ଟର ନୂଆ ଏଜିଏ



ପଟ୍ଟାମୁଣ୍ଡାଇ ୩୧/୧୦ – ଓଡିଶା ହାଇକୋର୍ଟର ଆଇନଜୀବୀ ଦେବାଶିଷ ତ୍ରିପାଠୀ ରାଜ୍ୟ ସରକାରଙ୍କ ନୂଆ ଅତିରିକ୍ତ ସରକାରୀ ଆଇନଜୀବୀ (ଏଜିଏ) ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଦେବାଶିଷ ଓଡ଼ିଶା ହାଇକୋଟରେ ଆଇନଜୀବୀ ଭାବେ କାର୍ଯ୍ୟରତଥିଲେ । ଏହା ପୂର୍ବରୁ ସେ ଭାରତ ସରକାରଙ୍କର ଷ୍ଟାଣ୍ଡିଙ୍ଗ କାଉନସେଲ ଭାବରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ହୋଇ କାର୍ଯ୍ୟକରିଛନ୍ତି । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ପ୍ରଥମ ସର୍ବ କନିଷ୍ଠ ଆଇନଜୀବୀ ଭାବେ ଏହି ପଦବୀ ପାଇଥିବାରୁ ଜିଲା ଆଇନଜିବୀ, ବୁଦ୍ଧିଜିବୀ ଓ ଜନସାଧାରଣଙ୍କ ତରଫରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ସେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଶଣ୍ଢପଲ୍ଲୀ ଗ୍ରାମର ସ୍ୱର୍ଗତ ଚକ୍ରଧର ତ୍ରିପାଠୀ ଓ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କର ଏକମାତ୍ର ପୁତ୍ର ।ସେ ଜଣେ ଦକ୍ଷ, ସଚ୍ଚୋଟ ଓ ଅନୁଭବୀ ତଥା କୋର୍ଟ ମାମଲା ପରିଚାଳନାରେ ପାରଙ୍ଗମ ଥିବା ସଚ୍ଚୋଟତା ନେଇ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ଜଣେ ସୁନାମଧନ୍ୟ ଲେଖକ ଭାବରେ ଅଂଚଳ ତଥା ରାଜ୍ୟରେ ପ୍ରଶଂସା ସାଉଁଠିଛନ୍ତି ।


Next Post

ଶିବାନୀ ମଣ୍ଡଳଙ୍କୁ ପଟ୍ଟାମୁଣ୍ଡାଇ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ

Fri Nov 1 , 2024
ପଟ୍ଟାମୁଣ୍ଡାଇ ୧/୧୧ – ସାମୁଦ୍ରିକ ଝଡ଼ “ଦାନା”କୁ ସଫଳତାର ସହ ମୁକାବିଲା କରିବା କ୍ଷେତ୍ରରେ ଅସୀମ ସାହାସିକତା ପ୍ରଦର୍ଶନ କରି ରାଜନଗର ବ୍ଲକ ତାଳଛୁଆ ବାଘମାରି ପଂଚାୟତର ଆଶା କର୍ମୀ ଶିବାନୀ ମଣ୍ଡଳ ୭ ଜଣ ବୃଦ୍ଧାବୃଦ୍ଧ ଓ ପ୍ରସୂତି ମହିଳାଙ୍କୁ ନିଜ ଘରୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ପହଁଚାଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହିତ ବିଭିନ୍ନ ମହଲରୁ ସାବାସୀ ଓ ଶୁଭେଚ୍ଛା ସାଉଁଟିଛନ୍ତି । ଏପରିକି […]

KANIKA