କେନ୍ଦ୍ରାପଡାକୁ ଫେରିଲେ ଇନସପେକ୍ଟର ତପନ ଓ ଶ୍ରୀକାନ୍ତ



କେନ୍ଦ୍ରାପଡ଼ା,୯ା୧୧: ମାତ୍ର କିଛି ମାସର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଛନ୍ତି ପୋଲିସ ଇନସପେକ୍ଟର ତପନ କୁମାର ନାୟକ ଓ ଶ୍ରୀକାନ୍ତ କୁମାର ବାରିକ। ୨୦୨୪ ସାଧାରଣ ନିର୍ବାଚନର ଅବବ୍ୟହତି ପୂର୍ବରୁ କେନ୍ଦ୍ରାପଡା ଟାଉନ ଥାନାରୁ ତପନ କୁମାର ନାୟକ ଓ ତାଳଚୁଆ ସାମୁଦ୍ରିକ ଥାନାରୁ ଇନସପେକ୍ଟର ଶ୍ରୀକାନ୍ତ କୁମାର ବାରିକଙ୍କୁ ବଦଳି କରାଯାଇଥିଲା। ଶନିବାର ସେମାନେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଥିବା କେନ୍ଦ୍ରାଞ୍ଚଳ ଡି.ଆଇ.ଜି.ଙ୍କ ନିର୍ଦେଶନାମା ସଂଖ୍ୟା ୨୦୨/୮.୧୧.୨୦୨୪ ରୁ ସ୍ପଷ୍ଟ ହୋଇଛି।


Discover more from

Subscribe now to keep reading and get access to the full archive.

Continue reading