ଧୋୟାଂଚଳରେ ବିଜେଡି ଜନସମ୍ପର୍କ ପଦଯାତ୍ରା


ପଟ୍ଟାମୁଣ୍ଡାଇ ୧୦/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳରେ ରବିବାର ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅଳପୁଆ ମା ଧାନେଶ୍ୱରୀ ପୀଠରୁ ଆରମ୍ଭ ହୋଇ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପ୍ରାକ୍ତନ ବ୍ଲକ ଉପାଧକ୍ଷ ସୁଶାନ୍ତ ଦାସ,ବରିଷ୍ଠ ନେତା ଧନେଶ୍ୱର ପ୍ରଧାନ, ରବୀନ୍ଦ୍ର ପରିଡା, ସୁକାନ୍ତ ରାଉତ, ଚନ୍ଦନ ସାହୁ, ସରପଂଚ ପଦ୍ମିନୀ ବେହେରା, ଦେବବ୍ରତ ନାୟକ, ସମିତିସଭ୍ୟ ଅଭୟ ସ୍ୱାଇଁ ନିରଞ୍ଜନ ବାରିକ, ଶଶାଙ୍କ ଶେଖର ବିଶ୍ୱାଳ, ବୈକୁଣ୍ଠ ସେନାପତି, ହେମନ୍ତ ବିଶ୍ୱାଳ, ସରୋଜ ସ୍ୱାଇଁ ସମେତ ୧୫ନଂ ଓ ୧୬ନଂ ଜୋନର ବହୁ ବିଜେଡି ନେତା କର୍ମକର୍ତା ଓ ପ୍ରମୁଖ ଛାମୁଆ କର୍ମୀ ସାମିଲ ହୋଇ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ କୃଷ୍ଣଦାସପୁର, ଅଣ୍ଢରା,ଅମୃତ ମଣୋହି, ଆଦି ବିଭିନ୍ନ ଅଂଚଳରେ ପଦଯାତ୍ରା କରିବା ପରେ ବଲୁରିଆ ମହାଦେବ ମନ୍ଦିର ନିକଟରେ ପହଂଚିବା ପରେ ପଦଯାତ୍ରା ଶେଷ ହୋଇଥିଲା । ବିଭିନ୍ନ ସ୍ଥାନରେ ଜନସାଧାରଣ ପଦଯାତ୍ରାକାରୀଙ୍କୁ ସ୍ୱାଗତ କରିବା ସହିତ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଇ ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ବିଧାୟକ ବେହେରା ଭାଷଣ ଦେଇ ଅଂଚଳର ବିକାଶ ଓ ଜନସମସ୍ୟା ତାଙ୍କର ପ୍ରାଥମିକତା ହୋଇ ଥିବାରୁ ବିରୋଧୀ ଦଳରେ ରହି ମଧ୍ୟ ତାଙ୍କର ସଂଗ୍ରାମ ଜାରୀ ରଖିବେ ବୋଲି ପ୍ରକାଶ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading