ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଶିଶୁ ମହୋତ୍ସବ ସୁରଭି ମେଧା ଚୟନରେ କେନ୍ଦ୍ରାପଡା ଜିଲା ଶିକ୍ଷଧିକାରୀ ବ୍ୟାପକ ଜାଲିଆତି ଓ ଚଚଂକତା କରାଯାଇଥିବା ନେଇ ହାଇକୋଟରେ ଦାଖଲ ହୋଇଥିବା ମାମଲାର ଗୁରୁବାର ପ୍ରଥମ ଶୁଣାଳିରେ ରାଜ୍ୟ ସରକାର ଓ ଶିକ୍ଷାବିଭାଗକୁ ନୋଟିସ କରାଯିବା ସହିତ ସୁରଭି ପ୍ରବଦ୍ଧ ଲିଖନ ଫଳାଫଳକୁ ସ୍ଥଗିତାଦେଶ ଜାରି କରିଛନ୍ତି । ସୁରଭି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନକୁ ଜିଲ୍ଲା ଶିକ୍ଷାଅଧିକାରୀ ଜଳାଞଳୀ ଦେଇ ପାତର ଅନ୍ତର ମନୋଭାବ ବଳରେ ଜିଲା ସ୍ତରରେ ପ୍ରବନ୍ଧ ଲିଖନରେ ପ୍ରଥମ ହୋଇଥିବା ପଟ୍ଟାମୁଣ୍ଡାଇ ଏମ.ଏନ. ହାଇସ୍କୁଲର ଛାତ୍ରୀ ଅନନ୍ୟା ମହାଳିକଙ୍କୁ ବାଦ ଦିଆଯାଇଥବାରୁ ସେ ହାଇକୋଟଙ୍କ ଦ୍ୱାରସ୍ଥହୋଇଥିଲେ ।
ପ୍ରକାଶ ଯେ, ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୮ ତାରିଖ ଶୁକ୍ରବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାରବିତରଣ ପୂର୍ବକ ରାଜ୍ୟ ସ୍ତରକୁ ମନୋନିତ କରାଯାଇଥିଲା । ସେଥିରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲି ଗ୍ରାମର ଏମଏନ ହାଇସ୍କୁଲ ଛାତ୍ରୀ ଅନନ୍ୟା ପ୍ରବନ୍ଧ ଲିଖନରେ ପ୍ରଥମସ୍ଥାନ ଅଧିକାର କରିଥବା ବେଳେ ମଂଚରେ ପୁରସ୍କୃତ କାରାଯାଇ ପ୍ରଥନ ସ୍ଥାନର ଟ୍ରଫି ପ୍ରଦାନ କରାଯାଇଥିଲା । ମାତ୍ର ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସ୍ତରିୟ କାର୍ଯ୍ୟକ୍ରମ ତାଲିକାରୁ ବାଦ ଦିଆଯାଇ ଅନ୍ୟ ଜଣଙ୍କୁ ଅନ୍ତଭୁକ୍ତ କରାଯାଥିଲା । ଯାହାକୁ ନେଇ ତାଙ୍କ ପରିବାରଙ୍କ ମନରେ ସୁରଭି କମିଟି, ବିଚାରକ ମଣ୍ଡଳୀ ଓ ଜିଲ୍ଲାଶିକ୍ଷା ଅଧିକାରିଣୀଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଛୋଟ ଶିଶୁ ଅନନ୍ୟାଙ୍କ ମନରେ ମଧ୍ୟ ଏକ ଶକ୍ତ ମାନସିକ ଚାପ ପଡିଥିଲା । ଏନେଇ ଛାତ୍ର୍ରୀଙ୍କ ଅଭିଭାବକ ହରିଶ୍ଚନ୍ଦ୍ର ମହାଳିକ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ରାଜ୍ୟ ଗଣଶିକ୍ଷା ବିଭାଗଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଓଡିଶା ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବଦେନକାରୀଙ୍କ ତରଫରୁ ଅଇନଜିବୀ ଐଶ୍ୱର୍ଯ୍ୟା ଦାଶ ପରିଚାଳନା କରୁଛନ୍ତିା