ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ



କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଗଣାଧ୍ୟମରେ ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ୨୭ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟା ପ୍ରବୀଣା ଦାସ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟ ସଦସ୍ୟ/ସଦସ୍ୟା ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଏହାର ଦୃଢ ପ୍ରତିବାଦ କରିଥିଲେ। କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଜିଲ୍ଲାପାଳଙ୍କ ଗଣମାଧ୍ୟମରେ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଥିଲେ। ଏହାପରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଥିବାର ସ୍ପଷ୍ଟିକରଣ ଦେଇ ସେଥିନିମନ୍ତେ ଦୁଃଖ ପ୍ରକାଶ କରିଥିଲେ। ଅନ୍ୟଜଣେ ଜିଲ୍ଲା ପରିଷଦ ସଦସ୍ୟ ଆଜି ସଂସ୍କୃତି ଭବନରେ ହେବାକୁ ଥିବା ସମବାୟ ବିଭାଗର ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣ ପତ୍ରରେ ଜିଲ୍ଲାର ବିଧାୟକମାନଙ୍କ ନାମ ପ୍ରୋଟୋକଲ ଅନୁଯାୟୀ ରଖାଯାଇନଥିବାରୁ ଏବଂ ବିଭିନ୍ନ ଗଣମାଧ୍ୟମରେ ଏସମ୍ପର୍କିତ ଖବର ପ୍ରକାଶ ପାଇଥିବା ନେଇ ପ୍ରଶ୍ନ କରିଥିଲେ। ଆଳି ବିଧାୟକ ପ୍ରତାପକେଶରୀ ଦେବ ମଧ୍ୟ ଏଭଳି ଥରେ ନୁହେଁ ବାରମ୍ବର କରାଯାଉଥିବାରୁ ତା’ର ନିନ୍ଦା କରିଥିଲେ। କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ଏଭଳି ଘଟଣାର ଦୃଢ ନିନ୍ଦା କରିଥିଲେ। ଏହାକୁ ନେଇ ଗୃହରେ ହୋହାଲ୍ଲା ସୃଷ୍ଟି ହୋଇଥିଲା। ଜିଲ୍ଲାପାଳ ଭବିଷ୍ୟତରେ ଏଭଳି ଆଉ ହେବ ନାହିଁ ବୋଲି କହିବା ପରେ କହିବା ପରେ ଗୃହ ଥମ୍ ପଡିଥିଲା। ଜିଲ୍ଲାପାଳ ଗୃହରେ ଦାନା ବାତ୍ୟାରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସରକାରଙ୍କୁ ପଠାଯାଇଥିବା ରିପୋର୍ଟ ଉପସ୍ଥାପନା କରିବା ସହ ଜିଲ୍ଲାକୁ ମିଳିଥିବା ଘରଭଙ୍ଗା ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର ସୂଚନା ଦେଇଥିଲେ ଯେ ଆଜି ପଞ୍ଚାୟତିରାଜ ବିଭାଗରୁ ଆସିଥିବା ପତ୍ର ଅନୁଯାୟୀ ବାତ୍ୟାପ୍ରଭାବିତ ଅଞ୍ଚଳର ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୭କୋଟି ୪ଲକ୍ଷ ଟଙ୍କା, ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ ଓ ମରାମତି ପାଇଁ ୩କୋଟି ୬୬ଲକ୍ଷ ଟଙ୍କା ଏବଂ ରାସ୍ତା ପୁନଃନିର୍ମାଣ ପାଇଁ ୨୦କୋଟି ଟଙ୍କା ଜିଲ୍ଲାକୁ ମଞ୍ଜୁରି ମିଳିଛି। ଏହାପରେ ଯୋଗାଣ ବିଭାଗର ରାସନକାର୍ଡ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ୮୨ପ୍ରତିଶତ ଅର୍ଥାତ ରାସନକାର୍ଡ ଥିବା ୨ଲକ୍ଷ ୧୨ହଜାର ହିତାଧିକାରୀଙ୍କ ଇ.କେୱାଇସି ସମ୍ପନ୍ନ କରାଯାଇଥିବା ସିଏସଓ ତଥ୍ୟ ପ୍ରଦାନ କରିଥିଲେ। ସମସ୍ତ ରାସନ କାର୍ଡଧାରୀମାନଙ୍କ ଇ.କେୱାଇସି କାର୍ଯ୍ୟ ଶେଷ ହେବା ପରେ ନୂତନ ଆବେଦନ ଗୁଡିକ ସମ୍ପର୍କରେ ବିଚାର କରାଯିବ । ବିଭାଗ ପକ୍ଷରୁ ନୂତନ ଡିଲର ନିଯୁକ୍ତି କରାଗଲେ ସ୍ୱୟଂ ସହାୟିକା ଗୋଷ୍ଠି, ସମବାୟ ସଂସ୍ଥା ଓ ପଞ୍ଚାୟତରାଜ ଅନୁଷ୍ଠାନକୁ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯାଇପାରିବ ଆଉ ବ୍ୟକ୍ତଗତ ଲୋକଙ୍କୁ ଏଥିନିମନ୍ତେ ଲାଇସେନ୍ସ ଦିଆଯାଇପାରିବ ନାହିଁ ବୋଲି ସିଏସଓ କହିଥିଲେ। ୮ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ ୫୩ନମ୍ବର ଜାତୀୟ ରାଜପଥୁ ୮ଲେନ ବିଶିଷ୍ଟ କରାଯାଉଥିବା ବେଳେ ସେହି ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ନାଳକୁ ପୋତି ଦିଆଯାଉଥିବାରୁ ଜଳ ନିଷ୍କାସନ ହୋଇପାରିବ ନାହିଁ। ଫଳରେ ଉଭୟ ପାଶ୍ୱର୍ରେ ଥିବା ୨ଶହ ଏକର ଜମି ଚଳିତ ବର୍ଷ ଚାଷ କରାନଯାଇ ପଡିଆ ରହିଥିବା କହିବା ସହ ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏସମ୍ପର୍କରେ ସମସ୍ତ ବିଧାୟକ ମତାମତ ପ୍ରଦାନ କରିବା ପରେ ଜିଲ୍ଲାପାଳ ଜାତୀୟ ରାଜପଥର ରାଜ୍ୟ କତ୍ତୃପକ୍ଷଙ୍କ ସହ ଏନେଇ ଏକ ବୈଠକ ଡକାଇବାକୁ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷାଙ୍କୁ ଅବଜ୍ଞା କରି ପକଳ୍ପ ଜିଲ୍ଲାପାଳଙ୍କୁ ପଠାଇଥିବାରୁ ତାହା ଅତ୍ୟନ୍ତ କ୍ଷୋଭର ବିଷୟ ଏବଂ ଏଭଳି କାର୍ଯ୍ୟକୁ ଭବିଷ୍ୟତରେ ଆଉ ବରଦାସ୍ତ କରାଯିବନି ବୋଲି କହିଥିଲେ। ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ମୁଖ୍ୟ ଶାସନ ସଚିବ ଏବଂ ପଞ୍ଚାୟତିରାଜ ବିଭାଗ ସଚିବକୁ ଜଣାଇଥିବା କହିଥିଲେ। ଜିଲ୍ଲାପାଳ ସେହି ପ୍ରକଳ୍ପର ପ୍ରସ୍ତାବ ଗୁଡିକୁ ତାଙ୍କୁ ପ୍ରଦାନ କରିବା ପରେ ସେ ସରକାରଙ୍କ ପଞ୍ଚାୟତିରାଜ ବିଭାଗକୁ ସେସବୁ ପ୍ରକଳ୍ପ ଗୁଡିକୁ ପଠାଇଦେବେ ବୋଲି କହିଥିଲେ। ଗୋବରୀ ନଦୀ ସମେତ ଅନ୍ୟାନ୍ୟ ନଦୀ, କେନାଲ ଓ ନାଳ ଗୁଡିକରୁ ଦଳ ସଫା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସିଡିଓ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ସଞ୍ଜୟ କୁମାର ରଥଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଗୁଡିକର ଅଧ୍ୟକ୍ଷ/ାଅଧ୍ୟକ୍ଷା ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading