ଅବସରପ୍ରାପ୍ତ ଶିକ୍ଷକଙ୍କ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ



କେନ୍ଦ୍ରାପଡ଼ା,୨୧ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ଏବଂ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ମିଳିତ ସହଭାଗୀତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନ ଶିକ୍ଷକ ଧୀର ପ୍ରସାଦ ପରିଜା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାକାଳପଡା ମଣ୍ଡଳ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରା, ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, କେନ୍ଦ୍ରାପଡାର ପ୍ରାକ୍ତନ ସମ୍ପାଦକ ତପନ କୁମାର ସିଂହ, ପ୍ରାକ୍ତନ ସଭାପତି ପ୍ରମୋଦ କୁମାର ବେହେରା, ପ୍ରାକ୍ତନ ସମ୍ପାଦକ ନିର୍ମଳ କୁମାର ନାୟକ, ସବାପତି ଅଶୋକ କୁମାର ପରିଡା, ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ମାର୍ଶାଘାଇ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, କୁହୁଡି ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଭାତ ରଞ୍ଜନ ଦାସ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ମାର୍ଶାଘାଇ ବ୍ଲକ ସଭାପତି ନାରାୟଣ ପ୍ରସାଦ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ଶ୍ରୀ ସାହୁଙ୍କ ୩୮ ବର୍ଷର ଶିକ୍ଷକତା ଜୀବନ ତ୍ୟାଗୟୁତ ଜୀବନାଦର୍ଶ ସାଂଗଠନିକ ଦକ୍ଷତା ତୁଙ୍ଗ ବ୍ୟକ୍ତିତ୍ୱ ଉପରେ ଆଲୋକପାଥ କରିଥିଲେ । ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ଓଷ୍ଟାର ମାର୍ଶାଘାଇ ବ୍ଲକ ସମ୍ପାଦକ ପ୍ରସନ୍ନ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ସର୍ବେଶ୍ୱର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ସାହୁଙ୍କର ଜୀବନ ଦର୍ଶନ ଆଧାରିତ ଏକ ଅଭିନନ୍ଦନିକା ପତ୍ରିକା ‘ଦିବ୍ୟାୟନ ଭଗବାନ’ଙ୍କୁ ଅତିଥିମାନେ ଶୁଭ ଉନ୍ମୋଚନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ବିଭିନ୍ନ ବ୍ଲକର ଶିକ୍ଷକ ସଂଘ ବିଦ୍ୟାଳୟ ପ୍ରାକ୍ତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶୁଭେଛୁଙ୍କ ପକ୍ଷରୁ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ଶିବାନୀ ପଟ୍ଟନାୟକ, ଦିବ୍ୟଭାରତୀ ସାହୁ, ପୁରାତନ ଛାତ୍ର ଶିକ୍ଷକ ଶିଶିର କୁମାର ଦାସ, ରାଜେନ୍ଦ୍ର କୁମାର ରାଉତ, ସରୋଜିନୀ ସ୍ୱାଇଁ, ଭ୍ରମରବର ରାଉତ, ମହାକାଳପଡା ବ୍ଲକ ଓଷ୍ଟା ସମ୍ପାଦକ ରଘୁନାଥ ଦାସ, ରାଜକନିକା ବ୍ଲକ ସମ୍ପାଦକ ଅରବିନ୍ଦ ନାୟକ, ପଟ୍ଟାମୁଣ୍ଡାଇ କାର୍ଯ୍ୟ ନିର୍ବାହୀ ସଦସ୍ୟ ଦିଲ୍ଲୀପ କୁମାର ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମଲ, ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶୁଭଦୀପ୍ତ ପାତ୍ର, ଶିକ୍ଷୟିତ୍ରୀ ପ୍ରଣତି ସାହୁ, ଶିକ୍ଷା କର୍ମଚାରୀ ଶୁଭ୍ରାଂଶୁ ରଣା, ଜ୍ୟୋତିରଞ୍ଜନ ଚୌଧୁରୀ, ଶରତ କୁମାର ନାୟକ, ନବଘନ ନାୟକ, ରମେଶ ଚନ୍ଦ୍ର ସାମଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ଓଷ୍ଟା କମିଟିର ସଭ୍ୟ ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading