କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ



କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ହୋଟେଲ୍ ଚଣ୍ଡିଆ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର କାମଚଳା ସଭାପତି ଗାନୁ ସାହୁ ସଭାପତିତ୍ୱ କରିଥିଲେ। ସଭାର ପ୍ରାରମ୍ଭରେ ଦିବଂଗତ ପୂର୍ବତନ ସଭାପତି ସ୍ୱର୍ଗତ ନୃସିଂହ ଚରଣ ପାଣିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ବ୍ୟବସାୟୀ ବନ୍ଧୁମାନଙ୍କ ଉପସ୍ଥିତରେ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ତତ୍ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ବାସୁଦେବ ପାଣି(ଡୁଲୁ), ଉପ ସଭାପତି ଭାବେ ମୀର୍ ଖାଦିମ୍ ବକ୍ସ୍ (ପପୁ), ସାଧାରଣ ସଂପାଦକ ଭାବେ ଶକ୍ତିକାନ୍ତ ପାତ୍ର (ମାମୁଲି), ସହ ସମ୍ପାଦକ ଭାବେ ଜଗନ୍ନାଥ ସାହୁ (ଜ୍ୟାକି) ଓ କୋଷାଧ୍ୟକ୍ଷ ଭାବେ ସଞ୍ଜୟ ସାହୁଙ୍କୁ ମନୋନୀତ କରାଯାଇଥିଲା। ରିଟୁ ସାହୁ ସଭା ପରିଚାଳନା କରିଥିଲେ ଓ ଶେଷଦେବ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading