ଗ୍ରାହକ ବେଶରେ କାର ଲୁଟି ନେବା ଘଟଣା : ଚୋରୀ କାର ଜଗତପୁରରୁ ଉଦ୍ଧାର ,୨ଥାନାରେ ଅଟକ



ପଟ୍ଟାମୁଣ୍ଡାଇ ୨/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମର ଯୁବ ବ୍ୟବସାୟୀଙ୍କ କାରଗାଡିକୁ ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋର ମାନେ ଗ୍ରାହକ ବେଶରେ ଆସି ଚୋରୀ କରି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି କାର ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇ ଏହି ମାମଲାର ଛାନଭିନ କରାଯାଉଛି । ଆସନ୍ତାକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଖବରଦାତା ସମ୍ମିଳନୀରେ ଉଚ୍ଚ ପୋଲିସ କତୃପକ୍ଷ ଏହି କାର ଚୋରୀ ମାମଲାର ଖୁଲାସା କରିବେ ବୋଲି ଜଣାପଡିଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମର ଯୁବବ୍ୟବସାୟୀ ବିଶ୍ୱ ରଞ୍ଜନ ପାତ୍ର ଜଂଜାଳୀ ଟ୍ରେଡ଼ର୍ସ ନାମରେ ଏକ ରଡ଼ ସିମେଂଟ ଦୋକାନ କଷଣଅଂଟା ଛକ ଠାରେ କରିଛନ୍ତି । ଗତ ୨୯ ତାରିଖରେ ରଡ଼ ସିମେଂଟ କିଣିବା ପାଇଁ ଗ୍ରାହକ ବେଶରେ ମୁହଁରେ ମାସପିନ୍ଧି ଆସି ଦୋକାନରେ ପହଂଚି ଥିଲେ । ଯୁବ ବ୍ୟବସାୟୀ ପାତ୍ର ସେମାନଙ୍କ ସହିତ ରଡ଼ ସିମେଂଟ ଦର ବିଷୟରେ କଥା ହେଉଥିବା ସମୟରେ ତାଙ୍କର ବ୍ୟସ୍ତତାକୁ ଲକ୍ଷ୍ୟ କରି ଦୋକାନ ଟେବୁଲ ଉପରେ ଥିବା କାର ଚାବିକୁ କରାୟତ କରି ନେଇ ତାଙ୍କର ଓଡି୫ଏଡ୍ୱ୍‌ୁ ୦୮୮୮ ନମ୍ବର ହୁଣ୍ଡାଇ କାରକୁ ଷ୍ଟାର୍ଟ କରି ତତକ୍ଷଣାତ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ । ଏଥିରେ ବ୍ୟବସାୟୀ ଜଣକ ହତବାକ ହୋଇପଡ଼ିଥିଲେ । ଶେଷରେ ଅନ୍ୟଉପାୟ ନପାଇ କାର ଚୋରୀ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଥାନା କେଶ ନଂ ୩୫୧/୨୦୨୪ରେ ଏକ ଚୋରୀ ମୋକଦମା ରୁଜୁ କରି ଏହି ମାମଲା ର ତନାଘନା ତଦନ୍ତ ଆରମ୍ଭ କରିଥିଲା । ପଟ୍ଟାମୁଣ୍ଡାଇ ପୋଲିସ ସମସ୍ତ କଳକୌଶଳ ପ୍ରୟୋଗ କରି ଉକ୍ତ ଚୋରୀ କାରକୁ ଜଗତପୁର ଠାରେ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୫ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଧରି ଆଣି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଟକ ରଖାଯାଇ ଏହି ମାମଲାର ଛାନଭିନ କରାଯାଉଛି । ଅଭିନବ ଉପାୟରେ ଏଭଳି ଚୋରୀ ଘଟଣା ପଟ୍ଟାମୁଣ୍ଡାଇରେ ପ୍ରଥମ ବୋଲି କୁହାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading