ପଟ୍ଟାମୁଣ୍ଡାଇ ୩/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି । ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋରି ହୋଇଥିବା ହୁଣ୍ଡାଇ କାରକୁ ଭୁବନେଶ୍ୱର କଟକ ରାସ୍ତାର ଏକ ଗ୍ୟାରେଜରୁ ଜବତ କରିବା ସହିତ ୨ ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ଏସଡ଼ିପିଓ କ୍ଷମାସାଗର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଦର୍ଶ ଥାନା ପରିସରରେ ଆହୁତ ଖବରଦାତା ସମ୍ମିଳନୀ ଅତିରିକ୍ତ ଏସପି ଦେବାଶିଷ ଧଳ ଯୋଗ ଦେଇ ସୂଚନା ଦେଇଛନ୍ତି ।
ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଛକରେ ଥିବା ଜଂଜାଳୀ ଟ୍ରେଡ଼ର୍ସ ଦୋକାନକୁ ରଡ଼ ସିମେଂଟ କିଣିବା ବାହାନାରେ ଗତ ମାସ ୨୯ରେ ପଟ୍ଟାମୁଣ୍ଡାଇ ବସ୍ତିର ସିରାଜୁଲ ଖାନ ଏକ ସ୍କୁଟି ନେଇ ମୁହଁରେ ମାକ୍ସବାନ୍ଧି ଦୋକାନରେ ପହଁଚିଥିଲେ । ରଡ଼ର ମୂଲ୍ୟ ପଚାରିବା ସହିତ ମାଲିକଙ୍କ ଅନ୍ୟମନସ୍କର ସୁଯୋଗ ନେଇ ତାଙ୍କ ଟେବୁଲ ଉପରୁ କାର ଚାବିଟିକୁ ଉଠାଇ ନେଇଥିଲା। ପରେ ରଡ କିଣିବ ବୋଲି କହି ଫୋନରେ କଥା ହେବା ଆଳରେ ଦୋକାନରୁ ବାହାରକୁ ଚାଲିଯାଇଥିଲା। ଏହାର କିଛି ସମୟ ପରେ ଦୋକାନୀ ଖାଇବାକୁ ଘରକୁ ଚାଲିଯାଇଥିଲେ । ଵହି ସୁଯୋଗରେ ସିରାଜୁଲ କାରକୁ ଷ୍ଟାର୍ଟ କରି ତତକ୍ଷଣାତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମାତ୍ର ମାଲିକ ଘରୁ ଫେରିଲା ବେଳକୁ ତାଙ୍କ ହୁଣ୍ଡାଇ ଭେନ୍ୟୁ କାର ଓଡି-୦୫-ଏଡବ୍ଲୁ-୦୮୮୮ଟିକୁ କେହି ଚୋରୀ କରିନେଇଯାଇଥିବା ଜାଣିବାକୁ ପାଇଥିଲେ। ସିସିଟିଭି ଯାଂଚ ପରେ ସନ୍ଧିଗ୍ଧ ବ୍ୟକ୍ତି ଜଣକ ତାଙ୍କ କାର ଚୋରାଇ ନେଇଥିବା ଜାଣିବାକୁ ପାଇଥିଲେ। ଶେଷରେ ଅନ୍ୟଉପାୟ ନପାଇ କାର ଚୋରୀ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଥାନା କେଶ ନଂ ୩୫୧/୨୦୨୪ରେ ଏକ ଚୋରୀ ମୋକଦମା ରୁଜୁ କରି ଏହି ମାମଲା ର ତନାଘନା ତଦନ୍ତ ଆରମ୍ଭ କରିଥିଲା । ପଟ୍ଟାମୁଣ୍ଡାଇ ପୋଲିସ ସମସ୍ତ କଳକୌଶଳ ପ୍ରୟୋଗ କରି ଉକ୍ତ ଚୋରୀ କାରକୁ ଭୁବନେଶ୍ୱର ବରଗର ଥାନା ଚିନ୍ତାମଣିଶ୍ୱର ଠାରେ ସିରାଜୁନଙ୍କ ଭାଇ ଅବଦୁଲ ଖାନ କରିଥିବା ରାୟାଲ ମୋଟର ନାମକ ଗ୍ୟାରେଜରୁ ଜବତ କରିବା ସହିତ ସିରଜୁନ ଓ ଅବଦୁଲକୁ ଗିରଫ କରି ପଟ୍ଟାମୁଣ୍ଡାଇ ଥାନାକୁ ଆଣି ମଙ୍ଗଳବାର ୨ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂଗ୍ରକ୍ଷଣ ସଂହିତା ଆଧାରରେ କୋର୍ଟ ଚାଲାଣ କରାଯିବ ବୋଲି ଆୟୋଜିତ ଖବରଦାତା ସମ୍ମିଳନୀରେ ଅଡିସନାଲ ଏସପି ଧଳ ସୁଚନା ଦେଇଥିଲେ । ଏହି ଖବରଦାତା ସମ୍ମିଳନୀରେ ଏସଡିପିଓ ପଣ୍ଡା ଓ ଏସଆଇ କୈଶୋରିକା ରାଉତରାୟ ଏଏସଆଇ ନନ୍ଦକିଶୋର ସ୍ୱାଇଁ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।