ସେଣ୍ଟ ଯୋସେଫ ସ୍କୁଲର ବାର୍ଷିକ ବାଣିଜ୍ୟ ମେଳା



କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡା ସେଣ୍ଟ ଯୋସେଫ ସ୍କୁଲ ପରିସରରେ ବାର୍ଷିକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଫାଦର ନବକିଶୋର ଦିଗଲଙ୍କ ସଭାପତିତ୍ୱରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀମାନଙ୍କ ସଫଳ ଭବିଷ୍ୟତ ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପିଲାମାନଙ୍କର ବାଣିଜ୍ୟ ପ୍ରତି ଆଗ୍ରହକୁ ଉତ୍ସାହିତ କରିଥିଲେ । ଏହି ମେଳାରେ ୫୪ଟି ଷ୍ଟଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ଦିନ ୧୦ଟାଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଘଟିକାରେ ସମାପ୍ତ ହୋଇଥିଲା । ବିଭିନ୍ନ ପ୍ରକାରର ସୁସ୍ୱାଦୁ ଏବଂ ଉତ୍ତମ ଧରଣର ଖାଦ୍ୟ ଷ୍ଟଲ୍‌ରେ ପ୍ରସ୍ତୁତ ହୋଇ ଉଚିତ୍ ମୂଲ୍ୟରେ ପିଲାମାନଙ୍କ ଦ୍ୱାରା ବିକ୍ରୟ କରାଯାଇଥିଲା । ମେଳାରେ ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗିତା ଦର୍ଶକମାନଙ୍କର ମୁଖ୍ୟ ଆକର୍ଷଣ ଥିଲା । ବହୁ ଅଭିଭାବକମାନେ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟ ପରିବାର ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା । ଏହି ମେଳାକୁ ଫାଦର ରମେଶ ଚନ୍ଦ୍ର ବଳିଆରସିଂ, ସିଷ୍ଟର ନାନ୍‌ସୀ, ସିଷ୍ଟର ସଙ୍ଗୀତା, ସିଷ୍ଟର ବନ୍ଦନା ଏଥିରେ ସହଯୋଗ କରିଥିବା ବେଳେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସୁଚାରୂପେ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଏହି ବାଣିଜ୍ୟ ମେଳାକୁ ଶେଷ କରାଯାଇଥିଲା ।


Next Post

କେନ୍ଦ୍ରାପଡାରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜିଲ୍ଲା କ୍ୟାମ୍ପୋରୀ ଉଦଘାଟିତ

Sun Dec 8 , 2024
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସର ଚତୁର୍ଦଶ କ୍ୟାମ୍ପୋରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠରେ ରବିବାର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପୋରୀକୁ ଉଦଘାଟନ କରି ସ୍କାଉଟସ ଓ ଗାଇଡସ୍ ଶିବିରାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ସେବା, ସ୍ୱଛତା, ଶୃଙ୍ଖଳା, ସଂସ୍କୃତି ଓ ପରମ୍ପରା ସହିତ ବିଶ୍ୱ ଭାତୃଭାବ ସୃଷ୍ଟି କରିବା ଉପରେ ପରାମର୍ଶ […]

KANIKA