ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ-ଜେଜେମା, ଅଜା-ଆଈ ଦିବସ ପାଳିତ



କେନ୍ଦ୍ରାପଡ଼ା,୧୫ା୧୨: କେନ୍ଦ୍ରାପଡା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ-ଜେଜେମା, ଅଜା-ଆଈ ଦିବସ ୧୪ ତାରିଖ ଶନିବାର ପାଳିତ ହୋଇଯାଇଛି । ପ୍ରାଥମିକ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କର ଜେଜେ, ଜେଜେମା ଏବଂ ଅଜା-ଆଈ ଏହି ଉତ୍ସବର ନିମନ୍ତ୍ରିତ ଅତିଥି ରୂପେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶଶି କୌଶଲ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କୁନି କୁନି ପିଲାମାନେ ଜେଜେ-ଜେଜେମାଙ୍କୁ ପୁଷ୍ପ, ତିଳକ ପ୍ରଦାନ ପୂର୍ବକ ପାଦ ସ୍ପର୍ଶକରି ଆଶୀର୍ବାଦ ଭିକ୍ଷା କରିଥିଲେ । ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ନାଟକ ଦ୍ୱାରା ସମସ୍ତଙ୍କର ମନୋରଞ୍ଜନ କରିଥିଲେ । ସମାଜରେ ବୟୋଜ୍ୟେଷ୍ଠ ଲୋକମାନଙ୍କର ଭୂମିକା ଏବଂ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନରେ, ନୈତିକତା ନିର୍ମାଣରେ, ସୃଜନଶୀଳତାର ବିକାଶରେ ଜେଜେ-ଜେଜେମା କିପରି ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ସେ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁ ଉପସ୍ଥିତ ୨୫୦ରୁ ଉର୍ଦ୍ଧ୍ୱ ଜେଜେ-ଜେଜେମାଙ୍କୁ ବୁଝାଇଥିଲେ । ସଂସ୍କାର ବିନା ଶିକ୍ଷା, ବିବେକହୀନ ବୁଦ୍ଧି ଏବଂ କୌଶଳ ନିରର୍ଥକ । ତେଣୁ ପୁରାଉତନ ସଂସ୍କୃତି ଓ ପରମ୍ପରାର ବାହକ ବୃଦ୍ଧ ଅଜା-ଆଈଙ୍କ ସମ୍ମାନରେ ସମାଜର ମୂଳଦୁଆ ମଜବୁତ୍ ହେବ ବୋଲି କହି ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବୃଦ୍ଧ ଲୋକମାନଙ୍କ ସମ୍ମାନ ଓ ଯତ୍ନ ନେବା ପାଇଁ ଶପଥ କରାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Next Post

ଜାନୁଆରୀ ୧୪ରୁ ଭିତରକନିକା ବନ୍ଦ,

Mon Dec 16 , 2024
କେନ୍ଦ୍ରାପଡା୧୬ା୧୨-ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ପରିଭ୍ରମଣ ପାଇଁ ନିଷିଦ୍ଧ କରାଯାଇଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି। ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କର, ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି […]

You May Like