ଶିଶୁ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ଗଠନରେ ସହାୟକ ହେବେ



କେନ୍ଦ୍ରାପଡ଼ା,୧୬ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ମେହେନ୍ଦିପୁରସ୍ଥିତ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଓଷ୍ଟାର ପ୍ରାକ୍ତନ ରାଜ୍ୟ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ ଉଦ୍‌ଘାଟକ ଭାବେ ପ୍ରବୀଣ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ମୁଖ୍ୟ ଅତିଥି ଭାବେ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ନେତା ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାରଦା ପ୍ରସନ୍ନ ରାଉତ, ସମ୍ମାନିତ ଅତିଥି ଭାବେ ମହେଶ୍ୱର ସାହୁ, ଶିବପ୍ରସାଦ ବଳ, ଜିଲ୍ଲା ଉପସଭାପତି ରୀନାରାଣୀ ରାଉତ ପ୍ରମୁଖ ଯୋଗଦେଇ ଆସନ୍ତାକାଲିର ସମ୍ଭାବନା ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ଓଷ୍ଟାର ସଭାପତି ତପନ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଓଷ୍ଟା ସମ୍ପାଦକ ନାରାୟଣ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶିକ୍ଷକ ନେତା ପଙ୍କଜ କୁମାର ବେହୁରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିୟରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଓଷ୍ଟା ସଭାପତି ତପନ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ନାରାୟଣ ପଣ୍ଡା ବିବରଣୀ ପାଠ କରିଥିଲେ । ଶିକ୍ଷକ ନେତା ରାଜକିଶୋର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗ ଦେଇ ଆଜିର ଶିଶୁ ଉତ୍ସବ ଅବସରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ସଂକଳ୍ପ ନେବା ଉଚିତ୍ ଯେ ମୁଁ ଭବିଷ୍ୟତରେ ଜଣେ ସୁନାଗରିକ ହୋଇ ଦେଶ ଗଠନରେ ସହାୟକ ହେବି । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ବିଶିଷ୍ଟ ଅତିଥି ଭାବେ ୬ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ଜିଲ୍ଲା ଯୁଗ୍ମ ସମ୍ପାଦିକା ସରୋଜିନୀ ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ପଞ୍ଚସଖା ସେତୁ ସଭାପତି ସାରଦା ପ୍ରସନ୍ନ ରାଉତ, ଓଷ୍ଟାର ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ନିରନ୍ତର ପ୍ରଚେଷ୍ଟା ଓ ନିଷ୍ଠା ଦ୍ୱାରା ଛାତ୍ରଛାତ୍ରୀମାନେ ସାଧନା କଲେ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ôଚପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକର ୨୧ଟି ବିଦ୍ୟାଳୟରୁ ୧୮୭ଜଣ ପ୍ରତିଯୋଗୀ ୧୦ଟି ବିଭାଗ ଯଥା ତର୍କ, ଗଳ୍ପଲିଖନ, କବିତା ରଚନା, ସାଧାରଣ ଜ୍ଞାନ, କୁଇଜ୍‌, କବିତା ଆବୃତ୍ତି, ଚିତ୍ରାଙ୍କନ, ଏକକ ଅଭିନୟ, ଏକକ ନୃତ୍ୟ ଓ ସଙ୍ଗୀତରେ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିମାନେ ଆସନ୍ତା ୨୧ ତାରିଖରେ ଆଖୁଆ ଓଢଙ୍ଗ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଯୋଗ ଦେବେ । ଶିକ୍ଷକ ପ୍ରକାଶ କୁମାର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ନେତା ନିରାକାର ସାମଲ, ସୁରେଶ ଚନ୍ଦ୍ର ସ୍ୱାଇଁ, ସଦାଶିବ ସାହୁ, ସଶ୍ମିତା ନାୟକ, ଗୋବିନ୍ଦ ଚନ୍ଦ୍ର ସେଠୀ, ଚିନ୍ମୟ ମହାନ୍ତି, ରୁଦ୍ରପ୍ରସାଦ ସାହୁ, ସତ୍ୟ ସୁନ୍ଦର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading