କେନ୍ଦ୍ରାପଡା, ୨୧ା୧୨:ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ୱାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ କୁରୁଣ୍ଟି ପଞ୍ଚାୟତର ଏହି ଦୁଇ ନେତା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ସହ ଦଳୀୟ କର୍ମୀଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। କୁରୁଣ୍ଟି ପଞ୍ଚାୟତର ବିଜେଡି ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ ଓ ଦଳର ଆଗଧାଡିର ନେତାମାନେ ଏ ନେଇ ଲିଖିତ ଭାବେ ବ୍ଲକ ବିଜେଡି ସଭାପତିଙ୍କୁ ଜଣାଇଥିଲେ।
kanikanews.in
Next Post
୬ ମହଲା କୋଠା ଭୁଶୁଡ଼ି ଚାପି ହୋଇଗଲେ ୪, ଅନେକ ଆହତ
Sat Dec 21 , 2024
ଚଣ୍ଡିଗଡ଼,୨୧୧୨- ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି, ଖନନ ଚାଲିଥିବା ନିକଟସ୍ଥ କୋଠାରେ କାମ ଚାଲିଥିଲା। ଏହି କାରଣରୁ କୋଠା ଭୁଶୁଡି ପଡ଼ିଛି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି […]

You May Like
- 1 year ago
ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ
- 2 years ago
ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍ଙ୍କ ଜୟନ୍ତୀ