୬ ମହଲା କୋଠା ଭୁଶୁଡ଼ି ଚାପି ହୋଇଗଲେ ୪, ଅନେକ ଆହତ



ଚଣ୍ଡିଗଡ଼,୨୧୧୨- ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି, ଖନନ ଚାଲିଥିବା ନିକଟସ୍ଥ କୋଠାରେ କାମ ଚାଲିଥିଲା। ଏହି କାରଣରୁ କୋଠା ଭୁଶୁଡି ପଡ଼ିଛି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜେସିବି ମେଶିନ ନଜର ଆସିଛି। ଏଠାରୁ ଆବର୍ଜନା ହଟାଇବା ପାଇଁ କାର୍ଯ୍ୟ ଚାଲିଛି। ଚତୁଃପାର୍ଶ୍ୱରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ସୂଚନାନୁଯାୟୀ, ନିକଟରେ ଏକ ବେସ୍‌ମେଣ୍ଟ ଖୋଳା ଯାଉଥିବା ବେଳେ କୋଠାଟି ଭୁଶୁଡି ପଡିଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ସୋହନା ଗାଁର ପୂର୍ବତନ ସରପଞ୍ଚ ପରବିନ୍ଦ ସିଂ ସୋହନା କହିଛନ୍ତି, ଘଟଣା ସମୟରେ ଜିମ୍ ନଷ୍ଟ ହୋଇଯାଇଥିଲା ଏବଂ କିଛି ଯୁବକ ଜିମ୍‌ରେ ଥିଲେ। ସେ ଆହୁରି କହିଛନ୍ତି, କ’ଣ ଘଟିଛି ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଆମେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛୁ।


Discover more from

Subscribe now to keep reading and get access to the full archive.

Continue reading