ନିଗମାନନ୍ଦ ଆଶ୍ରମ ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୨୭/୧୨-ପୁରୀ ନୀଳାଚଳ ସାରସ୍ୱତ ସଂଘର ଶାଖା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ସାରସ୍ୱତ ସଂଘ ର ବାର୍ଷିକ ଉତ୍ସବ ନିଗମାନନ୍ଦ ଆସନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଇ ଅବସରରେ ଏକ ସୁସଜ୍ଜିତ ଆସନ ମଣ୍ଡପରେ ଠାକୁରଙ୍କୁ ଉପବିଷ୍ଟ କରାଯାଇ ଷୋଡଶ ଉପଚାର ପୂଜା, ଆଳତି ସ୍ରୋତ ବନ୍ଦନା,ପ୍ରାର୍ଥନା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ନୀଳାଚଳ ସାରସ୍ୱତ ସଂଘ ପରିଚାଳକ ଶରତ ସିଂହଦେଓ ଶ୍ରୀ ଶ୍ରୀ ଠାକୁରଙ୍କ ଆଦର୍ଶ ଓ ଭାବଧାରା ଉପରେ ଆଲୋକପାତ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଜୟଗୁରୁ ନାମଯଜ୍ଞରେ ସହସ୍ରାଧିକ ଭକ୍ତ ଓ ଶିଷ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘ ସଭାପତି ଖଗେଶ୍ୱର ସାହୁ, ସମ୍ପାଦକ ଅଚ୍ୟୁତାନନ୍ଦ ଭୋଇ, କୋଷାଧକ୍ଷ ଅକ୍ଷୟ ଦାସ, ସମାଜସେବୀ କାଁହୁ ସାମଲ, ଅଭିରାମ ସାମଲ,ଜୟରାମ ପ୍ରଧାନ, ବିଭୁତି ଭୂଷଣ ସ୍ୱାଇଁ,ଗଗନ ବିହାରୀ ପ୍ରଧାନ ପରିଚାଳନା କରିଥିଲେ  ।


Next Post

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

Fri Dec 27 , 2024
କେନ୍ଦ୍ରାପଡା,୨୭ା୧୨: ଦେଶ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଦୂରଦ୍ରଷ୍ଟା ରାଷ୍ଟ୍ରନେତାଙ୍କୁ ହରାଇଲା। ସେ ଆଉ କେହି ନୁହଁନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ। ମନରେଗା ଠାରୁ ଆରମ୍ଭ କରି ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜଳ ପରିମଳ ମିଶନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ସର୍ବ ଶିକ୍ଷା ଅଭିଯାନ, ଖାଦ୍ୟ ସୁରକ୍ଷା ଆଇନ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ଏଫଡିଆଇ ତଥା ମୁକ୍ତ ଅର୍ଥନୀତି ଯାଏ ଦେଶର […]

You May Like