ଅବକାରୀ ଚଢଉ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଥାନାରେ ଏତଲା



ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ଅବକାରୀ ଟିମ ନୁଆଗାଁରେ ଚଠାଉ କରିଥିଲେ । ମଦ ଜବତ ସମୟରେ ଅବକାରୀ ସ୍କାର୍ଡ ଉପରେ ମଦମାଫିଆ ଆକ୍ରମଣରେ ୨ଜଣ ଅବକାରୀ ନିରୀକ୍ଷକ ଗୁରୁତର ଆହତ ହୋଇଥିବାବେଳେ ଜଣେ ଅଳ୍ପବହୁତେ ଆହତ ହୋଇଥିବା ଜଣାପଡିଛି।
ସୁଚନା ଅନୁଯାଇ କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ଅବକାରୀ ଦଳ ପଟ୍ଟାମୁଣ୍ଡାଇ ସହର ପାଖ ନୁଆଗାଁରେ ଚଢଉ କରିଥିଲା। ଏହି ଚଢାଉରେ ପ୍ରାୟ ୧୫ ଲିଟର ଦେଶୀମଦ ସହ ଏକ ସ୍କୁଟିକୁ ଜବତ କରିଥିଲା। ଏଥିରେ ମଦମାଫିଆ ଉତକ୍ଷିପ୍ତ ହୋଇ ଅବକାରୀ ନିରିକ୍ଷକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅବକାରୀ ସବ-ଇନସପେକ୍ଟର ନରେଶ ପଣ୍ଡାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଗୁରୁତର ଆହତ ହୋଇଥିବା ବେଳେ ଏଏସଆଇ ସୁନିଲ ମିଶ୍ର, ଲିକନ ପ୍ରଧାନ ମଧ୍ୟ ଆହତ ହୋଇଥିଲେ । ସବ ଇନସପେକ୍ଟର ପଣ୍ଡା ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ କରାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ ବୋଲି କହିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏନେଇ ଏକ ମାମଲା ୩୭୧/୨୦୨୪ ରୁଜୁ କରି ତଦନ୍ତ ଚଳାଇଛି ।


Discover more from

Subscribe now to keep reading and get access to the full archive.

Continue reading