ପଟ୍ଟାମୁଣ୍ଡାଇ ୯.୧୦ – ଆଶ୍ୱିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇଉଠେ । ପାର୍ବଣ ନେଇ ପୁଣି ଫେରିଛି ଶରତ ଋତୁର ଆଶ୍ୱିନ ମାସ । ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ଗୁରୁବାର […]

ପଟ୍ଟାମୁଣ୍ଡାଇ ୯/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ରାମେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ସିଆରସିସି ବିଭୁ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବି.ଆରସିସି ଚନ୍ଦ୍ର ଶେଖର ତ୍ରିପାଠୀ ମୁଖ୍ୟଅତିଥି, ଡିହାପଡା ପଚାୟତ ସରପଂଚ ଶତ୍ରୁଘ୍ନ ମଲ୍ଲିକ […]

ପଟ୍ଟାମୁଣ୍ଡାଇ ୮/୧୦ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ପଂଚାୟତ ବାସୁଦେବପୁର ଗାଁ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବୁଲା ଷଣ୍ଢ ଆକ୍ରମଣରେ ୪ଜଣ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ମଟରସାଇକେଲ ଭାଙ୍ଗି ଦେଇଛି । ଏଥିରେ ଜଣେ ଲୋକ ଗୁରୁତର ହୋଇପଡିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଗତ କିଛି ଦିନ ଧରି ଉକ୍ତ ଅଂଚଳରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା […]

କେନ୍ଦ୍ରାପଡ଼ା, ୮ା୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିକାଶ ମଞ୍ଚର ସଭାପତି ପରିବେଶବିତ୍ ତଥା ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ସମାଜସେବୀ କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଗରାପୁର ଭିଆଇପି ରୋଡଠାରେ ବକୁଳ, କୃଷ୍ଣଚୂଡା, ରାଧାଚୂଡା ପ୍ରଭୃତି ବୃକ୍ଷରୋପଣ କରାଯିବା ସହିତ କପାଳେଶ୍ୱର ରାଜୀବ ଭବନ ପାଶ୍ୱର୍ରେ ୨୦୦ରୁ ଉର୍ଦ୍ଧ୍ୱ ତାଳଚାରା ରୋପଣ କରାଯାଇଛି । ସେହିପରି ମହାକାଳପଡା ଜଗନ୍ନାଥ ମନ୍ଦିର ପରିସରରେ ଅଁଳା, ବକୁଳ, କୃଷ୍ଣଚୂଡା ରୋପଣ ସହ ତେରଙ୍ଗା ନଦୀ […]

ଗୋ ଜାତିର ଦୁର୍ଗତିରେ ଦେଶର ଦୁର୍ଗତି । ଗୃହପାଳିତ ପ୍ରାଣୀ ଯାହାକି ଆମେ କରିଥିବା ଘରର ଦାଣ୍ଡ ଘରେ ଗାଈ ଓ ବଳଦଙ୍କୁ ରଖୁଥିଲେ ଏବଂ ଶୁଭ ବୋଲି ବିଶ୍ୱାସ କରାଯାଏ। ଆମେ ଖାଇବା ପୂର୍ବରୁ ସେମାନଙ୍କୁ ଖାଇବା କୁ ଦିଆଯାଇଥାଏ। ଏପରିକି ଆମ ପରିବାର ସେମାନେ ଅଂଶଭାବରେ ରୁହନ୍ତି ଯାହାକି ସୃଷ୍ଟିର ଆରମ୍ଭରୁ ଉପକାରୀ ପ୍ରାଣୀ ହେଉଛି ଗାଈ। ମହାଭାରତ ଅନୁସାରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋପାଳ ଭାବରେ […]

ପଟ୍ଟାମୁଣ୍ଡାଇ ୪/୧୦ –ଜନନୀ ସୁରକ୍ଷାକୁ ସର୍ବାଧିକ ଗୁରୂତ୍ୱ ଦେଉଥିବା ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ସରକାର ଉତମ ସ୍ୱାସ୍ଥ୍ୟ ସେବା ଓ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ଡାକ୍ତରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଜନନୀ ସୁରକ୍ଷାର ମୂଳ ଲକ୍ଷକୁ ସରକାର ଗୁରୂତ୍ୱ ନଦେଇ ବିଭିନ୍ନ ଜାଗାରେ ଡାକ୍ତରଖାନା ଖୋଲି ବାହାବାହା ନେଉଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରାଚଂଳ ରୁ ଗ୍ରାମାଂଚଳର […]

କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ “ଗ୍ରୁପ ଅଫ କ୍ୱାଟରନିୟନ” ବିଭାଗ ସ୍ଥରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଙ୍କ ପୌରହିତରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ମାର୍ଶାଘାଇ ମହାବିଦ୍ୟାଳୟର ପ୍ରାଧ୍ୟାପକ ବିପିନ ବିହାରୀ […]

କେନ୍ଦ୍ରାପଡ଼ା,୭ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦୁହୁରିଆସ୍ଥିତ ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ ସୁରଭି -୨୦୨୪ ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜମଧର ଠାରେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁରୀଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ସହ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଆରକ୍ଷୀ […]

କେନ୍ଦ୍ରାପଡା,୭/୧୦: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ ସୋମବାର କେନ୍ଦ୍ରାପଡ଼ା ପୌରପାଳିକା ଟାଉନହଲ୍ ପରିସରରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଆସନ୍ତା ୧୬ତାରିଖରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ମା’ ଗଜଲକ୍ଷ୍ମୀ ପୂଜା ପାଇବେ । ୨୨ତାରିଖ ଦିନ ସମସ୍ତ ମେଢଗୁଡିକର ବିସର୍ଜନ ପୂଜା ଅନୁଷ୍ଠିତ ହେବ । ଆସନ୍ତା ୨୩ ତାରିଖରେ ଭସାଣି ଉତ୍ସବ ଆରମ୍ଭ […]

କେନ୍ଦ୍ରାପଡ଼ା, ୭ା୧୦: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା କରାଯାଇଥିବା ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ପଞ୍ଚାୟତବାସୀମାନେ ଅଭିଯୋଗ କରିଛନ୍ତି ଯେ ସେହି ପାନୀୟ ଜଳ ପ୍ରକଳ୍ପରୁ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବହୁତ ଧିର ଗତିରେ ଆସୁଥିବା ବେଳେ ଅନେକ ସ୍ଥାନରେ ପାଇପ୍ ଫାଟି ଯାଇଥିବା […]

କେନ୍ଦ୍ରାପଡ଼ା, ୭ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢେ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍ ହଲ୍‌ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ […]

କେନ୍ଦ୍ରାପଡ଼ା,୭ା୧୦: କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ରଙ୍କ ନିର୍ଦ୍ଦେଶରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଅମ୍ରନ ଗୌରବ ଯୋଗ ଦେଇଥିବା ସହ ଅନ୍ୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଇତିହାସ ବିଭାଗର ବରିଷ୍ଠ […]

କେନ୍ଦ୍ରାପଡ଼ା,୭ା୧୦: ଆଜି କେନ୍ଦ୍ରାପଡାର ବରପୁତ୍ର, ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ ଓଡିଶା ଉଚ୍ଚ ନ୍ୟାୟାଳୟର ଆଡ ଭୋକେଟ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୫ତମ ଶ୍ରାର୍ଦ୍ଧ ବାର୍ଷିକୀ ପାଲିତ ହୋଇଯାଇଅଛି । କେନ୍ଦ୍ରାପଡା ତହସିଲ ଅଫିସ ନିକଟରେ ସ୍ଥାପିତ ହୋଇଥିବା ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ପ୍ରତି ମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଏଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଅଜୟ ସାମଲଙ୍କ ପୈରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ […]

ପଟ୍ଟାମୁଣ୍ଡାଇ ତା ୭/୧୦-ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପ୍ରତ୍ନତତ୍ୱ ମାଧ୍ୟମରେ ପ୍ରାଚୀନ ଓଡିଶାର ଇତିହାସ ଅନୁସନ୍ଧାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ୱ ସ୍ନାତକୋତ୍ତର ବିଭାଗ ମୁଖ୍ୟ ପ୍ରଫେସର ଡ଼ ଅନାମ ବେହେରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ପ୍ରତ୍ନତତ୍ୱ ମାଧ୍ୟମରେ ପ୍ରାଚୀନ ଓଡିଶାର ଇତିହାସ […]

ପଟ୍ଟାମୁଣ୍ଡାଇ ତା ୭/୧୦- ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ରୀତିରୁ ରାଧାନାଥ ସୃଜନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଗବେଷକ ଡ଼ ଲଷ୍ମଣ କୁମାର ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ରୀତିର ରାଧାନାଥ ସୃଜନ ବୈଶିଷ୍ଟ୍ୟ ଉପରେ ବିଶଦ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ […]

ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭଜପା ସଭାପତି ସ୍ୱାଗତ ଦାଶଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ତେତେଲଙ୍ଗା ଗ୍ରାମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ନାରୀ ନେତ୍ରୀ କାନନ ବାଳା ଦାସ, ବିଷ୍‌ଣୁପ୍ରିୀୟା ମହାପାତ୍ର, ରାଜନଗର ଭାଜପା ପ୍ରଭାରୀ ସୁନାକର ପ୍ରଧାନ, ସୁଭେନ୍ଦୁ ଦାଶ, ସୋମନାଥ ଷଡଙ୍ଗୀ ପ୍ରଭୁତି ଯୋଗଦେଇ ଗ୍ରାମର ଘରକୁ ଘର ଯାଇ ଲୋକ ମାନଙ୍କୁ ଭାଜପା ସଦସ୍ୟତା ଗ୍ରହଣ କରାଇଥିଲେ। ଏହି […]

କେନ୍ଦ୍ରାପଡ଼ା, ୬ା୧୦: କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଏକ ନର୍ସିଂହୋମ ଚାଲୁଥିବା ଜାଣି କେନ୍ଦ୍ରାପଡା ଟାଉନ ଥାନା ପୋଲିସ ରବିବାର ଚଢାଉ କରିଛି। ଗିରଫ ହେବା ଭୟରେ ନର୍ସିଂହୋମର ମାଲିକ ଫେରାର ହୋଇଯାଇଛନ୍ତିବୋଲି ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସହରର ପୁରୁଣା ମେଡିକାଲ ରୋଡସ୍ଥିତ ଏକ ନର୍ସିଂହୋମ ବିଲଡିଂର ପ୍ଲାନ ଅନୁମୋଦନ ହୋଇଥିବା ନେଇ କଟକ ମଣ୍ଡଳ ଅଗ୍ନିଶମ ବିଭାଗକୁ ପଠାଇଥିଲା। […]

କେନ୍ଦ୍ରାପଡ଼ା, ୬ା୧୦: ଶ୍ରୀବଳଦେବଜୀଉ ମନ୍ଦିର ମଣୋହି ନୀତି ପାଇଁ ଗଚ୍ଛିତ ଗୁଆ ଘିଅ ଦୁର୍ଗନ୍ଧଯୁକ୍ତ ହେବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ଘିଅ ଯୋଗାଣକାରୀ ସଂସ୍ଥା ଏହି ଦୁର୍ଗନ୍ଧଯୁକ୍ତ ଘିଅକୁ ଫେରାଇ ନେଇ ନୂତନ ଘିଅ ପ୍ରଦାନ କରି ନିଜର ଭୁଲ୍ ସଂଶୋଧନ କରିବାକୁ ଉଦ୍ୟମ କରିଛି । କିନ୍ତୁ ଏହି ଦୁର୍ଗନ୍ଧଯୁକ୍ତ ଘିଅ ପାଇଁ କିଏ ଦାୟୀ ତାହାର ପର୍ଦ୍ଦାଫାସ ନ ହେବାରୁ ଶ୍ରୀବଳଦେବଜୀଉଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ […]

କେନ୍ଦ୍ରାପଡ଼ା,୬ା୧୦: ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘର କେନ୍ଦ୍ରାପଡା ଡିଭିଜନର ଦ୍ୱିତୀୟ ଦ୍ୱିର୍ଷିକ ସମ୍ମିଳନୀର ଖୋଲା ଅଧିବେସନ ରବିବାର କେନ୍ଦ୍ରାପଡା ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଓଡିଶା ସର୍କଲର ପୂର୍ବତନ ସମ୍ପାଦକ ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା ସର୍କଲର ପୂର୍ବତନ ସମ୍ପାଦକ ହିମାଂଶୁ ଶେଖର ଦାସ, ପୂର୍ବତନ ସମ୍ପାଦକ ନିର୍ମଳ ଚନ୍ଦ୍ର ସିଂ, ସି.ପି.ଆଇ.(ଏମ)ର ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, […]

କେନ୍ଦ୍ରାପଡା,୬/୧୦: ମସ୍ତିଷ୍କ ପକ୍ଷାଘାତ ଏକ ଗମ୍ଭୀର ସ୍ନାୟୁ ଓ ମାଂସପେଶୀଜନିତ ଭିନ୍ନକ୍ଷମତା ଯାହା ମାତୃ ଗର୍ଭାବସ୍ଥା ଓ ପ୍ରସବକାଳୀନ ତଥା ପରବର୍ତ୍ତୀ ପାର୍ଶ୍ୱପ୍ରଭାବର ପରିଣାମ ଅଟେ। ସଚେତନତା ମାଧ୍ୟମରେ ଏହାର ପ୍ରତିରୋଧ ଓ ପ୍ରଭାବିତ ସମୂହଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ୬ ଅକ୍ଟୋବର ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟରତ ପୁନର୍ବାସ ପକ୍ଷରୁ ଏକ ସଚେତନଧର୍ମୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ମୁଖ୍ୟ […]

ପଟ୍ଟାମୁଣ୍ଡାଇ ୬/୧୦-ଦେଶର ଆଗାମୀ ଭବିଷ୍ୟତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ହେଲେ ଦେଶ ସଶକ୍ତ ହେବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ କଖାରୁଣୀ ଠାରେ କଖାରୁଣୀ ଉନ୍ନୀତ ଉପ୍ରା ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଆୟୋଜିତ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ସିଆରସିସି ଅରବିନ୍ଦ ବଳଙ୍କ ପୌରହିତ୍ୟ ଓ ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ […]

ପଟ୍ଟାମୁଣ୍ଡାଇ ୬/୧୦-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରି ପ୍ରଦୀପ ନାଗ ଯୋଗ ଦେଇ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ଯଥା ଶିଘ୍ର ପଦେକ୍ଷପ ନିଆଯିବା ସହିତ ୫୧ ଲକ୍ଷ ଟଙ୍କା ବ୍ୟୟରେ […]

ପଟ୍ଟାମୁଣ୍ଡାଇ ୬/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବଡମହନପୁର ହରିଜନ ସାହିରେ କମେଟମାରାକୁ କେନ୍ଦ୍ରକରି ଶନିବାର ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ । ପୋଲିସ ତଦନ୍ତ ପରେ ମାମଲା ନଂ ୪୭୫/୨୦୨୪ ଓ ୪୭୬/୨୦୨୪ରେ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ୧୦ ଜଣଙ୍କୁ ପଟ୍ଟାମୁଣ୍ଡାଇ କୋଟ ପଠାଇଥିବା ଗ୍ରାମାଂଚଳ ଥାନା […]

କେନ୍ଦ୍ରାପଡ଼ା,୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀସିଦ୍ଧବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ କରାଯାଉଛି। ଯାହାକୁ ନେଇ କେତେକ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟା ନୀତି ବିଳମ୍ବ ଘଟିଛି। ଏହା ପ୍ରଚାରିତ ହେବା ପରେ ଘିଅର ପ୍ରସ୍ତୁତି ମାସ, ବ୍ୟାଚ ନଂ, ଏକ୍ସପାଇରୀ ତାରିଖ ଇତ୍ୟାଦି ଯାଞ୍ଚ କରାଯାଇଥିଲା। ହେଲେ ଏ ସମସ୍ତ କୈାଣସି ଘିଅ ଟିଣରେ ଉଲ୍ଲେଖ ହୋଇ ନଥିବା ଜଣାପଡିଥିଲା। ତେଣୁ ଦୀର୍ଘଦିନ ଧରି ଏକ […]