କେନ୍ଦ୍ରାପଡା୨୦/୧୨- କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୨ତମ ସଂସ୍କରଣ ଅନୁଷ୍ଠିତ ହେବ। ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗୀତାରେ ଏହାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ କେମର କର୍ମକର୍ତ୍ତାମାନେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଭେଟି ଆଲୋଚନା […]
Year: 2024
ପଟ୍ଟାମୁଣ୍ଡାଇ ୨୦/୧୨ – ଆମ୍ବେଦକରଙ୍କ ନାମ ନେବା କଂଗ୍ରେସ ଦଳ ପାଇଁ ଏକ ଫେସନରେ ପରିଣତ ହୋଇଯାଇଛି। ଯଦି ସେମାନେ ଭଗବାନଙ୍କ ନାମ ଏତେ ଥର ନେଇ ଥାନ୍ତେ ତା’ହେଲେ ସେମାନେ ସାତ ଜନମ ପାଇଁ ସ୍ୱର୍ଗରେ ସ୍ଥାନ ପାଇଯା’ନ୍ତେ ବୋଲି ସମ୍ବିଧାନର ୭୫ ବର୍ଷ ପୂର୍ତି ଉପଲକ୍ଷେ ଏହାର ଗୌରମମୟ ଯାତ୍ରା ଉପରେ ଆୟୋଜିତ ବିତର୍କରେ ଭାଗ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଶାହଙ୍କ ଏହି ମନ୍ତବ୍ୟକୁ […]
ପଟ୍ଟାମୁଣ୍ଡାଇ ୨୦/୧୨ -ଦୁଛ ଛାତ୍ରଙ୍କ ମଧ୍ୟରେ ଝଗଡା ଝାଟିରୁ ଜଣେ ୟୁପି ସ୍କୁଲ ଛାତ୍ରକୁ ଆଜି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏହି ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଦୁଇ ଛାତ୍ର ହେଉଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ସ୍କୁଲ ର ବୋଲି ଜଣାପଡ଼ିଛି। ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ପୋଲିସ […]
କେନ୍ଦ୍ରାପଡ଼ା, ୧୯ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ବୁଧବାର ଆରମ୍ଭ ହୋଇଥିବା ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଗୁରୁବାର ପୂର୍ବାହ୍ନରେ ଏକ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମୃତ୍ୟୁଞ୍ଜୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟବିଜ୍ଞାନୀ ଡ. ଅମ୍ବିକା ପ୍ରସାଦ ନାୟକ, ଉଦ୍ୟୋଗପତି […]
କେନ୍ଦ୍ରାପଡ଼ା, ୧୯ା୧୨ : ପ୍ରଜ୍ଞାମିଶନ ଆନୁକୂଲ୍ୟରେ ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଗୀତା ଜ୍ଞାନଯଜ୍ଞ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଜ୍ଞାମିଶନର ସନ୍ୟାସୀ ଓ ଅନ୍ତେବାସୀଙ୍କ ସମେତ ଦିବ୍ୟଜୀବନ ସଙ୍ଘର ଭକ୍ତ ଓ ଆଧ୍ୟାତ୍ମିକ ପ୍ରେମୀମାନେ ଏହି ପବିତ୍ର ଜ୍ଞାନଯଜ୍ଞରେ ଯୋଗଦେଇ ଥିଲେ। ପରମହଂସ ପ୍ରଜ୍ଞାନାନନ୍ଦ ଗିରି […]
ପଟ୍ଟାମୁଣ୍ଡାଇ ୧୯/୧୨ -ବିଜୁଜନତା ଦଳର ସୁପ୍ରିମ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ତତ୍ୱାବଧାନରେ ଏବଂ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ଉପସ୍ଥିତିରେ ପୌରାଂଚଳର ଆଗଧାଡିର ନେତୃତ ସମେତ ଯୁବବନ୍ଧୁ ମାନଙ୍କୁ ନେଇ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ସଭ୍ୟ ସଂଗ୍ରହ ପାଇଁ ବିଜେଡି କାର୍ଯାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । […]
କେନ୍ଦ୍ରାପଡା,୧୯ା୧୨:କେନ୍ଦ୍ରାପଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଜାତୀୟ ପେନସନ୍ ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି । ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ୍ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ପାରାଦୀପ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ବ୍ୟାଙ୍କ ତରଫରୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପୀତାମ୍ବର ଦାସ ଏବଂ ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନାଙ୍କୁ ଉତ୍ତରୀୟ […]
କେନ୍ଦ୍ରାପଡ଼ା,୧୯ା୧୨: ଚୂଲିରେ ରୋଷେଇ କରୁଥିବା ବେଳେ ଶାଢୀରେ ଆକସ୍ମିକ ଭାବେ ନିଆଁ ଲାଗି ପୋଡ଼ିଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ୍ର ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ନଚ୍ଛିପଡ଼ା ଗ୍ରାମର ପ୍ରଶାନ୍ତ କୁମାର ପରିଡ଼ାଙ୍କ ପତ୍ନୀ ମାନସୀ ପରିଡ଼ାଙ୍କର ୩୮ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଗତ ୧୨ତାରିଖ ମଧ୍ୟାହ୍ନରେ ନିଜ ଘର ଅଗଣାରେ ଥିବା ଏକ ଚୂଲିରେ ମାନସୀ ରୋଷେଇ କରୁଥିଲେ […]
କେନ୍ଦ୍ରାପଡା ୧୯/୧୨- କେନ୍ଦ୍ରାପଡ଼ାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଅବସରରେ ଏକ ସତନ୍ତ୍ର ତଥ୍ୟଭିତ୍ତିକ ପତ୍ରିକା “ଆମ ରଙ୍ଗମଞ୍ଚ” ପ୍ରକାଶ ପାଇବାକୁ ଯାଉଛି। ନାଟକର ସର୍ବ ଭାରତୀୟ ସଂକ୍ଷିପ୍ତ ଆକଳନଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଆ ନାଟକର ବିବିଧ ପର୍ଯ୍ୟାୟ ବିଶେଷ କରି ଏହି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତିକୁ ନେଇ ଏହି ସଚିତ୍ର ସତନ୍ତ୍ର ସଂଖ୍ୟାଟି ପ୍ରକାଶ ପାଇବ ବୋଲି ଏହାର […]
କେନ୍ଦ୍ରାପଡ଼ା, ୧୯ା୧୨: ଆଜି କେନ୍ଦ୍ରାପଡ଼ା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜାତୀୟ ଭଲିବଲ୍ ଖେଳାଳୀ ଶେଖ୍ ନିଜାମ୍ ଅଲ୍ଲୀ କୃତି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଜାତୀୟ ଭଲି ଖେଳାଳି ସେକ୍ ଇନ୍ତିୟାଜ୍ ଅଲ୍ଲୀ ଓ ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ କୃତି ପିଲାମାନଙ୍କୁ […]
ପଟ୍ଟାମୁଣ୍ଡାଇ ୧୨/୧୨ – କେନ୍ଦ୍ରାପଡା଼ ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଅନ୍ଧାରରେ ଯିବାଆସିବା କରୁଛନ୍ତି । ଗାଁ ଦାଣ୍ଡ ଆଲୋକିକରଣ ପାଇଁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ବିନିଯୋଗ କରି ଗାଁ ମାନଙ୍କରେ ବିଜୁଳିବତୀ ବ୍ୟବସ୍ଥା କରିଥିଲେ। ହେଲେ ମରାମତି ଅଭାବରୁ ଲାଗିଥିବା ଲାଇଟ ଅଚଳ ହୋଇ ପଡିରହିଛି। ପ୍ରତି […]
ପଟ୍ଟାମୁଣ୍ଡାଇ ୧୮/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ପ୍ରଗତି ରଥର ସାରଥି ଶ୍ରମିକମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି। ଦୀର୍ଘ ବର୍ଷର କାର୍ଯ୍ୟ କୁଶଳତା ସତ୍ୱେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି। ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଉନି। ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ୱସନୀୟ ହୋଇଥିବା ବେଳେ ରାଜ୍ୟ […]
ହେଉଛି ଅଭାବି ଧାନ ବିକ୍ରୀ ସମ୍ପାଦକଙ୍କ ମନମାନିରେ ଅବହେଳିତ ସମବାୟ ସମିତି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ପଟ୍ଟାମୁଣ୍ଡାଇ ୧୬/୧୨ କୃଷି ପ୍ରଧାନ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ସମୟରେ ଧାନଚାଷ ପର୍ଯ୍ୟାପ୍ତ ପରିମାଣରେ ହୋଇଛି ।ବିଭିନ୍ନ ସ୍ଥାନରେ ଖରିଫ୍ଧାନ ଅମଳ ହୋଇଚାଲିଥିବା ବେଳେ ତାକୁ ବିକିବାକୁ ଚିନ୍ତାରେ ପଡିଛନ୍ତି ଚାଷୀ । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ସମବାୟ ସମିତିରେ ମଣ୍ଡି ବ୍ୟବସ୍ଥା କରିଛନ୍ତି । […]
ଘରୋଇ ସ୍କୁଲ ମୁହାଁ ଅଭିଭାବକ ଅଗ୍ନିନିରାପନ ବ୍ୟାବସ୍ଥା ରହୁନି ବିପଦମୁକ୍ତ ନୁହେଁ ଆବାସିକ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲାର ୨ୟ ବୃହତମ ସହର ଭାବେ ପରିଗଣିତ ପଟ୍ଟାମୁଣ୍ଡାଇ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମାଳ ମାଳ ବେଆଇନ କୋଚିଂ ସେଂଟର ଖୋଲାଯାଇ ଶିକ୍ଷାର ବେପାର ଚଲିଛିି । କୋଚିଂ ସେଂଟରର ମାଲିକମାନଙ୍କ ପାଖରୁ ଏକାଧିକ ବିଦ୍ୟାଳୟର ଶିକ୍ଷକ ଓ କଲେଜର ଅଧ୍ୟାପକ ମାନେ ମୋଟାଅଙ୍କର ଟଙ୍କା ନେଇ […]
ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ଚିକିତ୍ସକ ସମାଜସେବୀ ଶତ୍ରୁଘ୍ନ ନାଥଶର୍ମାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ଭରତ ଚନ୍ଦ୍ର ନାଥଶର୍ମାଙ୍କ ପୌରହିତ୍ୟରେ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ରବି ରଞ୍ଜନ ଶର୍ମା, ଧୋୟାଂଚଳ ବିକାଶ ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳ ବିଚିତ୍ରାନନ୍ଦ ସାମଲ,ସୁରେଶ ଶର୍ମା, କୃପାସିନ୍ଧୁ ନାଥ ଶର୍ମା,ବିନୋଦ ଶର୍ମା, ଶରତ ଶର୍ମା,ବିକାଶ ମଂଚ କୋଷାଧକ୍ଷ ପ୍ରେମାନନ୍ଦ ସୂତାର, […]
ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସଂସାରଫଳ ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୩୦ତମ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମା’ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପାର୍ପଣ ସହ ନୀରବ ଧ୍ୟାନ ଓ ଅର୍ଗାନ ମ୍ୟିଜିକ ମଧ୍ୟମରେ ଧ୍ୟାନ, ପାର୍ଥନା, ଦୁର୍ଗାସ୍ତ୍ରୋତ୍ର ସହିତ ପୁସ୍ତକଚିନ୍ତନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମାତୃବନ୍ଦନା ଗାନ କରାଯାଇ ସବିଶେଷ ବିବରଣୀ ପାଠ କରାଯାଇଥିଲା । ପାଠଚକ୍ରର ଆୟୋଜକ ପଂଚାନନ ସ୍ୱାଇଁ ମା’ ଶ୍ରୀ ଅରବିନ୍ଦଙ୍କ […]
କେନ୍ଦ୍ରାପଡ଼ା, ୧୮ା୧୨ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ତପନ କୁମାର ପରିଡାଙ୍କ ହୃଦଘାତ ଜନିତ କାରଣରୁ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ୧୯୯୦ ମସିହାରେ ଶିକ୍ଷିତ ଚପରାଶି ଭାବରେ ଯୋଗଦାନ କରିଥିଲେ। ମଙ୍ଗଳବାର ମଢିଆଳସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ କାର୍ଯ୍ୟରତ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ […]
କେନ୍ଦ୍ରାପଡ଼ା, ୧୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, […]
କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ଏକାଦଶ ମ୍ୟାଚ୍ରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ ହୋଇଛି। ବୁଧବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୩୮.୩ […]
କେନ୍ଦ୍ରାପଡା,୧୮ା୧୨:ଜାତୀୟ ପେନସନ୍ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କର ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପେନ୍ସନ୍ଧାରୀଙ୍କଠାରୁ ଶୃଙ୍ଖଳିତ ଭାବରେ ବାର୍ଷିକ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଉତ୍ତମ ସେବା ପ୍ରଦାନ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଜନୈକା ଶଯ୍ୟାଶାୟିନୀ ବୃଦ୍ଧାଙ୍କୁ ତାଙ୍କ ବାସଭବନରେ ସହକର୍ମୀଙ୍କ ସହ ପହଞ୍ôଚ ପରିବାର ପେନସନ୍ ପ୍ରଦାନ କରିଥିବାରୁ ଜିଲ୍ଲା କୋଷାଗାର […]
କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବଦ୍ୟାଳୟର କନଫରେନ୍ସ ହଲ ସମ୍ମୁଖ ବାରଣ୍ଡାର କାନ୍ଥ ଭୁଷୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। କେଉଁ ମୁହୂର୍ତରେ ଏହି କାନ୍ଥ ଓ ତାଜା ଯେ ଖସିନପଡିବ ତାହା କହିହେବ ନାହିଁ। ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ଏହି କାନ୍ଥ ଓ ତାଜା ରହିଥିଲା ବେଳେ ଏହି ପଥ ଦେଇ ଉପରମହଲା, ପାଠାଗାର, ତଳମହଲାରେ ଥିବା ଶ୍ରେଣୀ କକ୍ଷ ଓ ବାଣିଜ୍ୟ ବିଭାଗର ବ୍ଲକକୁ ଦୈନିକ ଯାତାୟତ କରୁଥିବା […]
କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କାକଟ ମଙ୍ଗଳା କ୍ଲବ ୮୧ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ପୌରସଭ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ସାମାଜିକ କାର୍ଯ୍ୟ, ଏହାର ଅତୀତ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ । ଆଲାସ୍କା ବିଶ୍ୱବିଦ୍ୟାଳୟ […]
ପଟ୍ଟାମୁଣ୍ଡାଇ ୧୭/୧୨ -ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ସମ୍ପାଦକ ବୈଷ୍ଣବ ଚରଣ ସିଂଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅନିରୁଦ୍ଧ ରାଉଳ ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ, ଡା ପ୍ରହଲ୍ଲାଦ ଦାସ, ପଟ୍ଟାମୁଣ୍ଡାଇ ବିକାଶ […]
କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତର ବଡ଼ସରାଦେଇପୁର ଗ୍ରାମର କୁଳମଣି ମଲିକଙ୍କ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଫଳରେ ତାଙ୍କ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗୋଟିଏ ସିଲେଇ ମେସିନ୍ ଦ୍ୱାରା କୁଳମଣୀଙ୍କ ପରିବାର ଲୋକ ଗୁଜୁରାଣ ମେଣ୍ଟାଉଥିଲେ। ତାହା ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। […]