ପଟ୍ଟାମୁଣ୍ଡାଇ ୨୦/୬ ରାଜନୈତିକ ପକ୍ଷପାତିତା ହସ୍ତକ୍ଷେପ, ଚାପ ଆଦିକୁ ନ ଦେଖି ରାଜ୍ୟ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଠିକ ଢଙ୍ଗରେ କରିବାକୁ ଗୁରୁବାର ଭାଜପା କେନ୍ଦ୍ରାପଡା ବିଧାୟୀକା ପାର୍ଥୀନୀ ଗିତାଞଳ ସେଠୀଙ୍କ ସହ ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ସୁଭ୍ରାଂଶୁ ସାହୁଙ୍କୁ ଭେଟି ପକ୍ଷପାତପୂର୍ଣ୍ଣ କାର୍ଯ୍ୟରୁ ନିବୃତ ରହି ଉନ୍ନୟନ ମୂଳକ କାର୍ଯ୍ୟକରିବାକୁ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ସୁନାକର ପ୍ରଧାନ, ସୁକାନ୍ତ […]

କେନ୍ଦ୍ରାପଡା,୨୦/୬: କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟ ୧୯୯୮ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ବଡ ମଙ୍ଗଳା ସ୍ଥିତ ଏକ ମଣ୍ଡପରେ ପାଳନ କରାଯାଇଛି । ସେଥିରେ ସମସ୍ତ ପୂର୍ବତନ ଶିକ୍ଷକବୃନ୍ଦ ନରହରି ସାର, ପୁରୁଷୋତ୍ତମ ସାର୍‌, ବନମାଳୀ ସାର୍‌, ପ୍ରତାପ ସାର୍‌, ହରେକୃଷ୍ଣ ସାର୍‌, ଚିରରଞ୍ଜନ ସାର୍‌ମାନଙ୍କ ସହିତ ସ୍ୱର୍ଗତଃ ରାଧାକୃଷ୍ଣ ସାର, ରଞ୍ଜନ ସାର୍‌, ଦେବ ସାର୍‌, ନିରାକାର ସାର୍ ଓ ଅନ୍ତ ସାର୍‌ଙ୍କ […]

ପଟ୍ଟାମୁଣ୍ଡାଇ ତା ୧୯/୬-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୂଳବସନ୍ତ ନସିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ରଜ ମଉଜ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦେଶକ ଗୁରୁ ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ରଜ ମଉଜ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉଦଘାଟନ କରିଥିଲେ।  ଗୀତ ବାଦ୍ୟ ନୃତ୍ୟ ନାଟ୍ୟ ଚିତ୍ର ସମ୍ବଳିତ ପଞ୍ଚକଳାର ମହାନ ଅନୁଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡ଼ମେକରର ରଙ୍ଗାରଙ୍ଗ […]

ପଟ୍ଟାମୁଣ୍ଡାଇ ୧୯/୬-ରାଜ୍ୟ ବିପର୍ଯୟ ପ୍ରଶମନ କତୃପକ୍ଷଙ୍କ ନିର୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିପର୍ଯୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ୧୦ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିପର୍ଯୟ ପରିଚାଳନାର ବିଭିନ୍ନ ଦିଗ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ସିଂହଗାଁ […]

କେନ୍ଦ୍ରାପଡା, ୧୯/୬: ମଙ୍ଗଳବାର ଦିନ ଆମ କେନ୍ଦ୍ରାପଡା ଜିଲ୍ଲା ଏକ୍ସ କାଡର୍ ଶିକ୍ଷକ ମହାସଂଘ ତରଫରୁ ଆମ ରାଜ୍ୟର ନୂତନ ଗଣଶିକ୍ଷା ମନ୍ତ୍ରୀ ସମ୍ମାନୀୟ ନିତ୍ୟାନନ୍ଦ ଗଣ୍ଡ ଏବଂ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଯୁବ ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟ, କର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତ, ଗଣମାଧ୍ୟମ ସଂଯୋଜକ ଶ୍ରୀଚନ୍ଦନ ଓଝା, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ଲାହା, […]

କେନ୍ଦ୍ରାପଡା, ୧୯/୬: ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଇଛି । ଏଥିପାଇଁ ସରକାରୀ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପମ୍ପ ଡ୍ରାଇଭରଙ୍କ ମନମାନି ଓ ବ୍ୟବସ୍ଥାଗତ ତୃଟି ଯୋଗୁଁ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ପମ୍ପଚାଳକ ନିଜ ମର୍ଜିରେ ପାଣି ଯୋଗାଣ କରୁଛନ୍ତି । ମନ ହେଲେ ଦେଉଛନ୍ତି, ନହେଲେ ନାହିଁ । […]

କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୩ର ରାସିଦା ବିବିଙ୍କ ୨ ବର୍ଷର କନ୍ୟା ହୃଦରୋଗରେ ପିଡିତ । ଏସମ୍ପର୍କରେ ଖବର ପାଇବା ପରେ ସହଯୋଗର ହାତ ବଢାଇଛି ରାଜାଏ ମୁସ୍ତାଫା ମହଲ୍ଲା କମିଟି । କମିଟି ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କମିଟି ବିଭିନ୍ନ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ […]

କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗହଗା ନରସିଂହପୁର ଗ୍ରାମର ଆଦର୍ଶ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ବିୟୋଗ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ସଠିଲୋ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ , ଆରିପଦା ଉଚ୍ଚ ବିଦ୍ୟାଳୟ, ଧନିଆପଡ଼ା ଉଚ୍ଚ ବିଦ୍ୟାଳୟ, ଦେପୁର ଉଚ୍ଚ ବିଦ୍ୟାଳୟ ପ୍ରଭୃତି ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ୨୦୦୬ ମସିହାରେ […]

କେନ୍ଦ୍ରାପଡା, ୧୮/୬: କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ସମାଜସେବୀ ପାରଲ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାରମ୍ପରିକ ରଜ ଉତ୍ସବ ଅବସରରେ ୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭରତପୁର ଉ.ପ୍ରା ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୮ଗୋଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିଥିଲେ । ଉକ୍ତ ଖେଳ ପ୍ରଥମ ରଜ ୧୪ତାରିଖରୁ ଆରମ୍ଭ ହୋଇ ୧୬ତାରିଖରେ […]

କେନ୍ଦ୍ରାପଡା , ୧୮/୬: ପବିତ୍ର ରଜ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଲସିଂହା ଠାରେ ଓଡିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ୍‌, କାଳଜୟୀ କିମ୍ବଦନ୍ତୀ କଳାକାର, ତତ୍କାଳୀନ ବଙ୍ଗ- ବିହାର- ଓଡିଶା ପ୍ରସିଦ୍ଧ ଗଣକବି ଗୋପାଳ ଦାଶଙ୍କ ୧୪୮ତମ ପୂଣ୍ୟ ଜୟନ୍ତୀ ମହୋତ୍ସବ ଗଣକବି ସ୍ମୁତି ସଂସଦ ଏବଂ ଜିଲ୍ଲା ସଂସ୍ମୃତି ପରିଷଦର ମିଳିିତ ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବର୍ଷର୍ିୟାନ ଶିକ୍ଷାବିତ୍ ନିତ୍ୟାନନ୍ଦ […]

କେନ୍ଦ୍ରାପଡା, ୧୮ା୬: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ବୈଠକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓସଡମା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଯେ ୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ଉପରେ ଗୁରୁତ୍ୱ ଆରୋପ କରିବା […]

କେନ୍ଦ୍ରାପଡ଼ା, ୧୮ା୬: “ଅନ୍ନଦାତା ହିଁ ଏ ଜାତିର ମେରୁଦଣ୍ଡ । ସେମାନଙ୍କ ବିକାଶରେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରାଯାଇପାରିବ । ତେଣୁ ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ କ୍ରୟ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା”ର ୧୭ତମ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳ ତରଡିପାଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୭ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଗାଈଗୋରୁ ଛତ୍ରଭଙ୍ଗ ଦେଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋଠକୁ ଫେରିନଥିବା ଜଣା ପଡିଛି । ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ମଙ୍ଗଲବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିଲା । ବଜ୍ରପାତ ଫଳରେ ତରଡିପାଳ ଗ୍ରାମର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳ ତରଡିପାଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୭ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଗାଈଗୋରୁ ଛତ୍ରଭଙ୍ଗ ଦେଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋଠକୁ ଫେରିନଥିବା ଜଣା ପଡିଛି । ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ମଙ୍ଗଲବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିଲା । ବଜ୍ରପାତ ଫଳରେ ତରଡିପାଳ ଗ୍ରାମର […]

ଭୁବନେଶ୍ୱର,୧୮।୬- ରାଜ୍ୟରେ ଭୟାନକ ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲାକୁ ମାଡ଼ିଲାଣି ଏହି ରୋଗ । ବର୍ତ୍ତମାନ ସୁଦ୍ଧା ୩ ଜିଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି। ଏହି ରୋଗରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ରୋଗରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, […]

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଙ୍ଘ କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡା ଗସ୍ତରେ ଆସିଥିବା ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କେନ୍ଦ୍ରାପଡା ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ପ୍ରଦକ୍ଷଣ ଭବନରେ ଭେଟି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିବା ସହିତ ସଙ୍ଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କୁ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସରକାର ହେଉଛି ଲୋକମାନଙ୍କର ସରକାର […]

କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡା ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୈାଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଓଡିଶା ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘର ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ରଙ୍କ ନେତୃତ୍ୱରେ ସଙ୍ଘର କେନ୍ଦ୍ରାପଡା ବ୍ଲକ ସହ -ସମ୍ପାଦକ ସେକ୍ ମନସୁର ଅଲ୍ଲୀ, ପଟ୍ଟାମୁଣ୍ଡାଇ […]

ଭେଣ୍ଡିଂ ଜୋନ୍ ଖତ ଖାଉଛି, ରାସ୍ତାକଡ ଫୁଟ୍‌ପାଥ୍‌ରେ ବେପାରୀ ଦିଆଯାଉନି ଭେଣ୍ଡିଂ ଜୋନ୍‌ କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ନିମନ୍ତେ ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା । ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲେ ମଧ୍ୟ […]

ପଟ୍ଟାମୁଣ୍ଡାଇ ତା ୧୭/୬-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ୧୯୭୮ମାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପ୍ରାକ୍ତନ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବରେ ପୁରାତନ ଶିକ୍ଷକ ଖଗେଶ୍ୱର ପରିଡା, ପରୀକ୍ଷିତ ରାୟ,କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଗୋପାଳ ଚନ୍ଦ୍ର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ ଏନ ହାଇସ୍କୁଲର ଗୌରବମୟ […]

କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ୍ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କୁ ଉତ୍କଳ ସନ୍ତାନ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ଏ.ଏସ. ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ଲୋକପାଳ ବିଭୂ ପ୍ରସାଦ ପରିଡା, କଟକ- ବାରବାଟୀର […]

କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡାରେ ଇଦ୍‌-ଉଲ- ଜୁହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହା ହେଉଛି ମୁସଲମାନ ଭାଇମାନଙ୍କର ବଳିଦାନର ପର୍ବ । ଏହି ପର୍ବ ତିନିଦିନ ଧରି ପାଳନ ହେବାକୁ ଥିବା ବେଳେ ପ୍ରଥମ ଦିନ ସମୁହ ନମାଜ ପାଠ କରାଯାଇଥାଏ । ପୁରୁଣା ଇଦଘା, ନୂଆ ଇଦଘା, ମିନାର ମସଜିଦ୍‌, ଫକିରାବାଦ୍ ମସଜିଦ୍‌, ଜୟୀପୁରା, ରଣପଡା, ଗରାପୁର, ଭରତପୁର, ତିଳତ୍ତମାଦେଇପୁର ପ୍ରଭୃତି ମସଜିଦ୍‌ରେ ଆଜି ସମୁହ ନମାଜ […]

ଦେବାଳିଆ ମୌସୁମୀ ଧାନ ଚାଷକୁ ପ୍ରଭାବିତ , କିସମ ପରିବର୍ତନ ଯୋଗୁ ପଡିଆ ପଡୁଛି ଜମି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ । ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି । ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦେଉଛି […]

କେନ୍ଦ୍ରାପଡା, ୧୬/୬: ଓଡିଶାର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ପବିତ୍ର ରଜ ଅବସରରେ କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ ଅନ୍ତଗର୍ତ ମୁଗୁରିଆ, ଉତରକୂଳ ଏବଂ ମେହେନ୍ଦିପୁର ଗ୍ରାମର ପୁଣ୍ୟୋତୟା ଶୁକ୍‌ପାଇକା ନଦୀ ପଠାରେ ଅବସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଟ୍ରଷ୍ଟ ଆନୁକୂଲ୍ୟରେ ମନ୍ଦିର ବେଢାରେ ଦୁଇଦିନ ଧରି ପ୍ରଥମ ରଜ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମବାଦୀ ସେତୁପୁରୁଷ […]

କେନ୍ଦ୍ରାପଡ଼ା, ୧୬/୬: ଶାନ୍ତି ଶୃଙ୍ଖଳାର ସହ ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ଆଜି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଟାଉନ […]