କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତଦାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ […]
Year: 2024
କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ଗ୍ରାମର ସମାଜସେବୀ ଶ୍ରୀବତ୍ସ ଓଝାଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ତାଙ୍କ ସାହାସପୁରସ୍ଥିତ ବାସଭବନରେ ଗୀତାପାଠ, ନାମସଙ୍କୀର୍ତ୍ତନ ଓ ଗୋପାଳ ସହସ୍ରନାମ ପଠନ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିସଭାରେ ରବୀନ୍ଦ୍ର ନାଥ ପଣ୍ଡା, ହରେକୃଷ୍ଣ ମହାପାତ୍ର, ରବିନ୍ଦ୍ର ନାଥ ମହାପାତ୍ର% ବୈଷ୍ଣବ ସ୍ୱାଇଁ, ଦିବାକର ଦାସ, ଅନିରୁଦ୍ଧ ନାୟକ, […]
କେନ୍ଦ୍ରାପଡ଼ା,୨୪ା୧: ନିଖିଳ ଓଡିଶା ମଧ୍ୟାହ୍ମ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପାଚିକାମାନଙ୍କ ମାସିକ ପାରିଶ୍ରମିକ ୧୪ଶହ ଟଙ୍କାକୁ ବୃଦ୍ଧି କରିବା, ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଉପସ୍ତାନ ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନର ମୂଲ୍ୟ ୫.୯୦ପଇସା ଓ […]
କେନ୍ଦ୍ରାପଡ଼ା, ୨୪ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଐତିହାସିକ କୃଷକ ଆନ୍ଦୋଳନ ଉପରେ ୨୬ ଜାନୁଆରୀରେ ହୋଇଥିବା ଦମନଲୀଳାର ସ୍ମାରକୀ ଉଦ୍ଦେଶ୍ୟରେ ଆଗାମୀ ୨୬ ତାରିଖରରେ କିଷାନ-ମଜଦୂର ମିଳିତ ମଞ୍ଚ ପକ୍ଷରୁ ଦେଶ ବ୍ୟାପି ଟ୍ରାକ୍ଟର ଶୋଭାଯାତ୍ରାର ଆହ୍ୱାନ ଦିଆଯାଇଛି । କେନ୍ଦ୍ର ମୋଦୀ ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତି ଫଳରେ ଦେଶରେ କୃଷକ, ଶ୍ରମିକ ଓ ସାଧାରଣ ବର୍ଗର ଆର୍ôଥକ ସ୍ଥିତି କ୍ରମେ ବିପନ୍ନ ହେବାରେ ଲାଗିଛି । […]
କେନ୍ଦ୍ରାପଡ଼ା,୨୪ା୧: ଓଡିଶା ରାଜସ୍ୱ କ୍ଷେତ୍ରାଧିକାରୀ ସଙ୍ଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଙ୍ଘ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ମୁଖ୍ୟ ଶାସନ ସଚିବ, ଭୁବନେଶ୍ୱରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଦାବି ଗୁଡିକ ସଫଳ ପ୍ରତିଫଳନ ନିମନ୍ତେ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବାରୁ ଆସନ୍ତା ୨୫ତାରିଖ ଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷକ […]
କେନ୍ଦ୍ରାପଡ଼ା,୨୪ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱଆରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦର ଅଧ୍ୟକ୍ଷା ଗୀତାଞ୍ଜାଳୀ ସେଠୀ ମତବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶ୍ରିବାଦରେ ଆଜି ପଟ୍ଟାମୁଣ୍ଡାଇ ବିକାଶରେ ଏକ ନୂଆ ଫର୍ଦ ଯୋଡି ହେବା ସହିତ ବିକାଶଧାରା ଅଧିକ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରି ଗଙ୍ଗାରାମପୁର ପଂଚାୟତ କୁଆଖିଆ ଛକ ଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଭାଷଣ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ […]
ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୟ ତ୍ରିପାଠୀ (ବୁଲୁ )ଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେଲେ ବିକାଶ ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ମତପ୍ରକାଶ କରି ଜୀବନରେ ନିଶ୍ଚିତ ସଫଳତା ହାସଲ କରିବା ପାଇଁ […]
କେନ୍ଦ୍ରାପଡ଼ା,୨୩ା୧: ସହରପୁର ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ପରାମହଂସ ମଠ ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମ୍ରେ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀରାମ ଜନ୍ମଭୂମି ଅଯୋଦ୍ଧାଠାରେ ଅନୁଷ୍ଠିତ ହେଉଥିବା ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଗ୍ରାମବାସୀମାନେ ଦେଖି ଆନନ୍ଦିତ ହୋଇଥିଲେ । ପରେ ପରେ ଶ୍ରୀରାମଙ୍କ ତୈଳଚିତ୍ରକୁ ପୂଜାର୍ଚ୍ଚନା କରି ସଂକୀର୍ତନ ମଣ୍ଡଳୀ ସହିତ ଗ୍ରାମ […]
କେନ୍ଦ୍ରାପଡ଼ା,୨୩ା୧ : ଆଜାଦ ହିନ୍ଦ ଟ୍ରଷ୍ଟ ଏବଂ କଳ୍ପନା କ୍ରିଏଟିଭ କମ୍ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପରିବାର ଓ ଭୁଦାନ କର୍ମୀଙ୍କ ଦ୍ୱାରା ଗଠନ କରାଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଏମ.ଇ. ସ୍କୁଲ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପତକା ଉତ୍ତୋଳନ କରାଯିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ […]
କେନ୍ଦ୍ରାପଡ଼ା,୨୩ା୧ : ଆଜି ଆମ ଜିଲ୍ଲା ପାଇଁ ଏକ ଐତିହାସିକ ଦିନ । ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପରି ଦେଶ ପ୍ରେମୀମାନଙ୍କ ଜନ୍ମଦିନ । ପବିତ୍ର ତିଥିର ଶୁଭ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘ ଆନୁକୂଲ୍ୟରେ ପିଲାମାନଙ୍କୁ ଦେଶର ଐତିହ୍ୟ,ପୂର୍ବ ସୁରୀମାନଙ୍କ ଦେଶ ପ୍ରେମ, ସର୍ବୋପରି ପିଲାଙ୍କ ହୃଦୟରେ ଜାତୀୟତା ଭାବ ଏବଂ ଦେଶାତ୍ମବୋଧକ ପରିବେଶ ସୃଷ୍ଟି କରିବାକୁ ଏକ […]
କେନ୍ଦ୍ରାପଡ଼ା,୨୩ା୧: ଜିଲ୍କା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ସହ ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ସଭାରେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲା ଓ […]
କେନ୍ଦ୍ରାପଡ଼ା, ୨୩ା୧:କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ବଡହାଟରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଶୈଳେନ୍ଦ୍ର ନାରାୟଣ ଦାସ(ମଙ୍ଗୁଭାଇ)ଙ୍କ ଚଳିତ ମାସ ୧୨ ତାରିଖରେ ମହାପ୍ରୟାଣ ହୋଇଥିଲା । ଆଜି ତାଙ୍କର ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସ୍ୱୟଂସେଲିବ୍ରେସନ୍ ମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାକ୍ତନ ବିଧାୟକ […]
କେନ୍ଦ୍ରାପଡ଼ା,୨୩ା୧: ପବିତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କେଶପୁର ବଜାରସ୍ଥିତ ସମୀର ଟିଭିଏସ ସୋରୁମ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଟକରେ କର୍କଟପିଡିତ ଅସହାୟ ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଥିବା କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ସମାଜସେବୀ ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା […]
କେନ୍ଦ୍ରାପଡ଼ା, ୨୩ା୧: କେନ୍ଦ୍ରାପଡା ବାରିମୂଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ‘ପରୀକ୍ଷା ପେ ଚର୍ଚ୍ଚା – ୨୦୨୪’ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ପରୀକ୍ଷା ପେ ଚର୍ଚ୍ଚା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭାରତର ବିକାଶ, ଚନ୍ଦ୍ରାୟନ, କ୍ରୀଡା ସଫଳତା ଉପରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲରୁ ଶହେଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେହି ସ୍କୁଲଗୁଡିକ […]
ପଟ୍ଟାମୁଣ୍ଡାଇ ଧ୍ୟୋାଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଡେମୋନଷ୍ଟ୍ରେଟର ଅଭୟ ପ୍ରଧାନଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦାଣ୍ଡିସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ବନ୍ୟାଂଚଳ ଅବସର କର୍ମଚାରୀ ପରିଷଦ ସମ୍ପାଦକ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ସୁଧାଂଶୁ ସାମଲ, ଶିକ୍ଷାବିତ କାର୍ତିକ ରାଉତ ପ୍ରେମାନନ୍ଦ […]
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସୋମବାର ସମାପ୍ତ ହୋଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ସୋମବାର ଦିନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ଅଧା ଦିନ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଓଡ଼ିଶା ସରକାର ଜାନୁୟାରୀ ୨୨ ତାରିଖକୁ ସମସ୍ତ ସରକାରୀ ଅଫିସକୁ […]
ପଟ୍ଟାମୁଣ୍ଡାଇ ତା ୨୨/୦୧ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ସ୍ତମ୍ଭକାର ସଂସ୍କୃତି ପୁରୁଷ ଦିବଂଗତ ଦିବାକର ବିଶ୍ୱାଳଙ୍କ ସ୍ମୃତି କମିଟି ପୁନର୍ଗଠିତ ହୋଇଛି। ଏହି ଉପଲକ୍ଷେ କସ୍ତୁରୀ କଳାନିକେତନ ପରିସରରେ ଏକ ସ୍ମୃତି ସଂସଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ମନୋନୟନ କରାଯାଇଛି । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ସଭାପତି, ଆଡ଼ଭୋକେଟ ପ୍ରମୋଦ କୁମାର ସାହୁ ଉପସଭାପତି, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ସଂପାଦକ ଓ କାଉନସିଲର […]
କେନ୍ଦ୍ରାପଡ଼ା,୨୨ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ୭୬ଜଣ (୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ) ଭିନ୍ନକ୍ଷମଙ୍କୁ ଭୁବନେଶ୍ୱରର ଆଲମିକୋ ସହାୟତାରେ ପ୍ରଦାନ କରାଯାଇଛି । ମୋଟ୍ ୩୨ଲକ୍ଷ ଟଙ୍କା ବ୍ୟୟରେ ୭୬ଜଣ ଶାରିରୀକ ଭିନ୍ନକ୍ଷମଙ୍କୁ ଗମନାଗମନ ପାଇଁ ଏହି ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ମଡକର, ଜିଲ୍ଲା […]
କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡ ସନ୍ନିକଟ ଶ୍ରୀଗୋବିନ୍ଦଜୀଉଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଜୀଉଙ୍କ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ବହୁ ଯୁବକ ଓ ପିଲାମାବେ ଗୋଟିଏ ଧାଡିରେ ବସି ୧୧ଥର ହନୁମାନ ଚାଳୀସା ପାଠ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ମନ୍ଦିର ପରିସରରେ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି । […]
କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନର ସମାଜ ପକ୍ଷରୁ ଏକ ଶ୍ରୀରାମ ରଥ ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କିନ୍ନର ସମାଜ ସଭାପତି ଦେବୀକା ବାରିକଙ୍କ ନେତୃତ୍ୱରେ ଶତାଧିକ କିନ୍ନର ସହରର କଜଳା ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣି ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପହଞ୍ଚିଥିଲେ । ସାରା ସହର […]
କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ପକ୍ଷରୁ ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ପାଣ୍ଡିରି ଲକ୍ଷ୍ମୀ ନାରାୟଣ ମନ୍ଦିର, କନ୍ତେଇ ଠାକୁରାଣୀ ଓ ବିରସ୍ୱତୀ ଗ୍ରାମରେ ନଗର ସଂକୀର୍ତ୍ତନ କରାଯାଇଥିଲା । ପରେ ପରେ ରାଆଁଳୋ ଗ୍ରାମରେ ଗୋପୂଜା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଗୋପ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା […]
ଅଯୋଧ୍ୟା ୨୧ା୧ . ଶହଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବନବାସ ସାରି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ରାତି ପାହିଲେ ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ । ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି । ଆସନ୍ତାକାଲି ଦିନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାତି ପ୍ରାୟ ଗୋଟାଏରେ ସମାପନ ହେବ । ଏହା ପରେ ପ୍ରଧାନମନ୍ତ୍ରୀ […]
ସୋସିଆଲ ମେଡିଆରେ ମିଥ୍ୟା ଓ ଭିତିହୀନ ପ୍ରାୟୋଜିତ ଖବର ପ୍ରସାରଣ କରି ନଗର ବିଜେଡି ମହିଳା ସଭାପତିଙ୍କ ନେତୃତ୍ୱରେ ବିଜେଡି ମହିଳା କର୍ମୀ ମାନେ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ସୋସିଆଲ ମେଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ପ୍ରେସନୋଟରେ ପ୍ରକାଶ […]










