ମଦନମୋହନଜୀୟୁ ମନ୍ଦିରରୁ ଚୋରି



କେନ୍ଦ୍ରାପଡ଼ା ୭/୧: କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜନଗର ଗ୍ରାମର ମଦନମୋହନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଯାଇଛି ବୋଲି ସଦର ଥାନରେ ଅଭିଯୋଗ ହୋଇଛି । ଗତ ସୋମବାର ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ମନ୍ଦିରର ତାଲାଭାଙ୍ଗି ମଦନମୋହଜୀୟୁଙ୍କ ୫ଟି ରୁପା ମୁକୁଟ, ବଂଶୀ, ଚୁଡି ସହିତ ବହୁ ମୂଲ୍ୟବାନ ଗହଣା ଚୋରି ହୋଇଛି । ଏଥି ସହିତ ମନ୍ଦିର ଭିତରେ ଥିବା ଦାନ ବାସ୍କକୁ ଭାଙ୍ଗି ପ୍ରାୟ ୫ହଜାର ଉର୍ଦ୍ଧ ଟଙ୍କା ଦୁବୁର୍ତ୍ତମାନେ ନେଇଯାଇଛନ୍ତି । ସେହିପରି ସ୍ଥାନୀୟ ଏକ ତେଜେରାତି ଦୋକାନର ତାଲା ଭାଙ୍ଗି ଭିତରେ ଥିବା ଟଙ୍କା ବାସ୍କ ନେଇଯାଇଛନ୍ତି । କେନ୍ଦ୍ରାପଡା ସଦର ଥାନରେ ଅଭିଯୋଗ କରିବା ପରେ ସଦରଥାନା ପୋଲିସ ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୭ତାରିଖ ବିଳମ୍ବିତ ରାତିରେ ଏହି ପଞ୍ଚାୟତରେ ଥିବା ମଙ୍ଗଳା ମନ୍ଦିର ଓ ଫଗୁଦାସ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । କେନ୍ଦ୍ରାପଡା ସଦର ଥାନା ପୋଲିସ ରାତ୍ରିକାଳିନ ପେଟ୍ରୋଲିଂ କଡାକଡି କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।


Next Post

ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା, ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସଙ୍ଗିତରେ ଦର୍ଶକ ବିଭୋର

Tue Jan 7 , 2025
କେନ୍ଦ୍ରାପଡ଼ା ୭/୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ମହିପାଳ ସ୍ଥିତ ଟେଲିକମ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଦ୍ୱିତୀୟ ସଂନ୍ଧ୍ୟାରେ ଭାବଗ୍ରାହୀ କଳାନିକେତନ ଓ କଟକର ଅକ୍ଷୟ ମହାନ୍ତି ଟ୍ରଷ୍ଟ ଦ୍ୱାରା ଅକ୍ଷୟମହାନ୍ତି ସ୍ମୃତି ସଂନ୍ଧ୍ୟା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଅଜୟ ରାଉତ ଉଦ୍‌ଘାଟନ କରିଥିବା ବେଳେ ସଭାପତି ଅକ୍ଷୟ ପାଣି, ସମ୍ପାଦକ ଏମଡି ଜାହିଦ୍ ଖାଁ, ଅଧ୍ୟାପକ ମୋହନ ଜେନା ପ୍ରମୁଖ […]

You May Like