ବ୍ରାହ୍ମଣୀ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର



ପଟ୍ଟାମୁଣ୍ଡାଇ ତା ୭/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । ଅଧ୍ୟାପିକା ମମତାମୟୀ ପଟନାୟକଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଅଧ୍ୟାପକ ନଟବର ସୂତାର, ଶିବ ଚରଣ ଦାସ, ସତ୍ୟଜିତ ବେହେରା, ଡ଼ ମନୋରଞ୍ଜନ ସାହୁ ଓ ଅଧ୍ୟାପିକା ସୋନାଲି ଚୌଧୁରୀଙ୍କ ସହିତ ୨ଜଣ ପ୍ରଶିକ୍ଷିକା ଆତ୍ମସୁରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଅଧ୍ୟାପକ ନଟବର ସୂତାର ବାଳିକା ଆତ୍ମସୁରକ୍ଷାର ଗୁରୁତ୍ୱ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ଶିବ ଚରଣ ଦାସ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading