ବ୍ରାହ୍ମଣୀ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର



ପଟ୍ଟାମୁଣ୍ଡାଇ ତା ୭/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । ଅଧ୍ୟାପିକା ମମତାମୟୀ ପଟନାୟକଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଅଧ୍ୟାପକ ନଟବର ସୂତାର, ଶିବ ଚରଣ ଦାସ, ସତ୍ୟଜିତ ବେହେରା, ଡ଼ ମନୋରଞ୍ଜନ ସାହୁ ଓ ଅଧ୍ୟାପିକା ସୋନାଲି ଚୌଧୁରୀଙ୍କ ସହିତ ୨ଜଣ ପ୍ରଶିକ୍ଷିକା ଆତ୍ମସୁରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଅଧ୍ୟାପକ ନଟବର ସୂତାର ବାଳିକା ଆତ୍ମସୁରକ୍ଷାର ଗୁରୁତ୍ୱ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ଶିବ ଚରଣ ଦାସ ଧନ୍ୟବାଦ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ବାଳିକା ଆତ୍ମରକ୍ଷା ଶିବିର

Tue Jan 7 , 2025
ପଟ୍ଟାମୁଣ୍ଡାଇ ତା ୭/୧-ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୮ଦିନ ଧରି ବାଳିକା ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।  ଏଥିରେ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କ ପାଇଁ ଆତ୍ମରକ୍ଷାର ଗୁରୁତ୍ୱ ଓ ଏଥି ପାଇଁ ତାଲିମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଆଡ଼ମିନଷ୍ଟେଟିଭ ବର୍ସର ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର […]

KANIKA