ସୁପର ଲିଗ୍ ମ୍ୟାଚ୍‌ରେ ଇଲେଭେନ୍ ଷ୍ଟାର୍ କ୍ରିକେଟ କ୍ଲବ ବିଜୟୀ


ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ


କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୯ତମ ମ୍ୟାଚ୍‌ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶନିବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ୍ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟାଇଗର୍ସ କ୍ରିକେଟ୍ କ୍ଲବ ଟସ୍ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିିଂ କରି ୪୦ ଓଭରରେ ୬ ୱିକେଟ୍ ବିନିମୟରେ ୨୨୧ ରନ୍ କରିଥିଲା । ଜବାବରେ ଟାଇଗର୍ସ କ୍ରିକେଟ୍ କ୍ଲବ ୪୦ ଓଭରରେ ୯ ୱିକେଟ୍ ବିନିମୟରେ ୧୪୪ ରନ୍ କରିଥିଲା। ଫଳରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ୭୭ରନ୍‌ରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବର ସୌମିତ୍ର କୁମାର ବିଶ୍ୱାଳ ବ୍ୟାଟିଂ କରି ୮ଟି ଚୌକା ମାରି ୭୨ବଲ୍‌ରେ ୬୬ ରନ୍ କରିଥିବା ବେଳେ ୭ଓଭର ବୋଲିଂ କରି ୧୨ରନ ଦେଇ ୨ଟି ମେଡେନ୍ ଓଭର କରି ୩ଟି ୱିକେଟ୍ ନେଇ ମ୍ୟାନ ଅଫ୍ ମ୍ୟାଚ୍ ହୋଇଥିଲେ । ଏହି ଅବସରରେ ପୂର୍ବତନ କ୍ରିକେଟର୍ ତଥା ଆଇନଜୀବୀ ମମତାମୟୀ ସାମଲ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସ୍‌କେ ମିନାଜୁଦ୍ଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦାକାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ତ୍ୱାବଧାନରେ ଆକବର ଅଲ୍ଲୀ ଖାନ, କାର୍ତ୍ତିକ ସାହୁ, ଦିପକ କୁମାର ବାରିକ, ସମିର ମହାପାତ୍ର ଏହି ଖେଳକୁ ପରିଚାଳନା କରିଥିଲେ ।


Next Post

ବଡ଼ମୂଳବସନ୍ତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟ ଉଦଘାଟିତ

Sat Jan 11 , 2025
ପଟ୍ଟାମୁଣ୍ଡାଇ ୧୧/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁନାଇଟେଡ଼ ୟୁଥ କ୍ଲବ ପକ୍ଷରୁ ୪୦ବର୍ଷରୁ ଉର୍ଦ୍ଧ ଯୁବକଙ୍କୁ ନେଇ ଆୟୋଜିତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟ ଉଦଘାଟିତ ହୋଇଯାଇଛି । ୟୁ ୱା ସି ସଭାପତି ସଂଗ୍ରାମ କେଶରୀ ସ୍ୱାଇଁଙ୍କ ପୌରହିତ୍ୟରେ ନିତାଇ ଚୈତନ୍ୟ ହାଇସ୍କୁଲ ପଡିଆରେ ଆୟୋଜିତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟର ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଆଦର୍ଶ […]

KANIKA