ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକର ଚଷମାରେ’ ଲୋକାର୍ପିତ



କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌)ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକ ଚଷମାରେ’ ଆଜି ମଧ୍ୟାହ୍ନରେ ପୁସ୍ତକ ମେଳା ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକରେ ବିଗତ ୨୨ବର୍ଷ ଧରି କେମ୍ ଦ୍ୱାରା ପ୍ରକାଶିତ ପୁସ୍ତକମେଳାର ‘କେନ୍ଦ୍ରାପଡା ପରିକ୍ରମା’ର ସମ୍ପାଦକୀୟକୁ ନେଇ ପୁସ୍ତକ ପ୍ରକାଶ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଭାଷା, ସହରୀ ହାଟ, ଲିଭିଂ ଲିଜେଣ୍ଡ୍‌, ଗାଁର କଥା, କେନ୍ଦ୍ରାପଡାର ବିକାଶ ଓ ରାଜନୀତି, ଲୋକସଂସ୍କୃତି, ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରାପଡା, ନାରୀ ପ୍ରତିମା, ମଠ ସଂସ୍କୃତି, ପୁରାତନ ମନ୍ଦିର, ଭିତରକନିକା, ସାହିତ୍ୟ ଓ ଭିନ୍ନକ୍ଷମ, ମିଛ ନାଟକ ଓ ସତ ଜୀବନ, ବିଭିନ୍ନ ଗଳ୍ପକୁ ନେଇ ଏହି ପୁସ୍ତକ ପ୍ରକାଶ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀନାରାୟଣ ଅଧିକାରୀ ଯୋଗ ଦେଇ ଡ. ରାଉତରାୟ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ସଂଘର୍ଷମୟ ଜୀବନକୁ ଖାତିର ନକରି ପୁସ୍ତକ ଉନ୍ମୋଚନ କରିଥିବାରୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ତପନ ପତି, ଆୟବା କଲେଜ ଅଧ୍ୟକ୍ଷ ଡ. ବିନାୟକ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଗଣେଶ ସାମଲ, ଜଗନ୍ନାଥ ଧଳ, ପ୍ରଭାତ ପରିଡା, କେମ୍‌ର ସଭାପତି ଅକ୍ଷୟ ପାଣି ଓ ସମ୍ପାଦକ ଏମ୍‌ଡି ଜାହିଦ୍ ଖାନ୍‌, କେମ୍ ସଦସ୍ୟ ପ୍ରତାପ ସ୍ୱାଇଁ, ବଂଶୀଧର ମହାନ୍ତି, ସ୍ୱପ୍ନାଂଶୁ ଦାସ, ଲକ୍ଷ୍ମୀକାନ୍ତ ନାୟକ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ପାଠକଟିଏ ଲେଖକର ଅମ୍ଳଜାନ ସଦୃଶ୍ୟ

Sun Jan 12 , 2025
ପୁସ୍ତକମେଳାର ସପ୍ତମ ସନ୍ଧ୍ୟା କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୭ମ ଦିବସରେ କେମ୍‌ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଂଯୋଜନାରେ କଥା ସାହିତ୍ୟର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ‘ସୃଜନୀ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଖକ, କବି ଓ ଗାଳ୍ପିକମାନେ ସେମାନଙ୍କର ଲେଖନୀୟ ଜୀବନର ନିଚ୍ଛକ ଅନୁଭୂତି ଓ […]

KANIKA