ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକର ଚଷମାରେ’ ଲୋକାର୍ପିତ



କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌)ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକ ଚଷମାରେ’ ଆଜି ମଧ୍ୟାହ୍ନରେ ପୁସ୍ତକ ମେଳା ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକରେ ବିଗତ ୨୨ବର୍ଷ ଧରି କେମ୍ ଦ୍ୱାରା ପ୍ରକାଶିତ ପୁସ୍ତକମେଳାର ‘କେନ୍ଦ୍ରାପଡା ପରିକ୍ରମା’ର ସମ୍ପାଦକୀୟକୁ ନେଇ ପୁସ୍ତକ ପ୍ରକାଶ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଭାଷା, ସହରୀ ହାଟ, ଲିଭିଂ ଲିଜେଣ୍ଡ୍‌, ଗାଁର କଥା, କେନ୍ଦ୍ରାପଡାର ବିକାଶ ଓ ରାଜନୀତି, ଲୋକସଂସ୍କୃତି, ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରାପଡା, ନାରୀ ପ୍ରତିମା, ମଠ ସଂସ୍କୃତି, ପୁରାତନ ମନ୍ଦିର, ଭିତରକନିକା, ସାହିତ୍ୟ ଓ ଭିନ୍ନକ୍ଷମ, ମିଛ ନାଟକ ଓ ସତ ଜୀବନ, ବିଭିନ୍ନ ଗଳ୍ପକୁ ନେଇ ଏହି ପୁସ୍ତକ ପ୍ରକାଶ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀନାରାୟଣ ଅଧିକାରୀ ଯୋଗ ଦେଇ ଡ. ରାଉତରାୟ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ସଂଘର୍ଷମୟ ଜୀବନକୁ ଖାତିର ନକରି ପୁସ୍ତକ ଉନ୍ମୋଚନ କରିଥିବାରୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ତପନ ପତି, ଆୟବା କଲେଜ ଅଧ୍ୟକ୍ଷ ଡ. ବିନାୟକ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଗଣେଶ ସାମଲ, ଜଗନ୍ନାଥ ଧଳ, ପ୍ରଭାତ ପରିଡା, କେମ୍‌ର ସଭାପତି ଅକ୍ଷୟ ପାଣି ଓ ସମ୍ପାଦକ ଏମ୍‌ଡି ଜାହିଦ୍ ଖାନ୍‌, କେମ୍ ସଦସ୍ୟ ପ୍ରତାପ ସ୍ୱାଇଁ, ବଂଶୀଧର ମହାନ୍ତି, ସ୍ୱପ୍ନାଂଶୁ ଦାସ, ଲକ୍ଷ୍ମୀକାନ୍ତ ନାୟକ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading