କେନ୍ଦ୍ରାପଡା,୧୪ା୧: ପୌରାଞ୍ଚଳସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ରାତ୍ରି ଜଗୁଆଳି, ସଫେଇ କର୍ମଚାରୀ ଓ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ପ୍ରଧାନ ଶିକ୍ଷକ ରୁବିନା ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ । ଏହା ସଭାରେ ଆଲୋଚନା କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ବିଦ୍ୟାଳୟର ନିରାପତ୍ତା ନିମନ୍ତେ ବୃହତ୍କାୟ ବୃକ୍ଷଗୁଡିକୁ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ଆଣିବା ପାଇଁ ନିଷ୍ପତ୍ତି ନିଆଗଲା । ଖେଳପଡିଆର ଉନ୍ନତିକରଣ ତଥା ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବାକୁ ସ୍ଥିର କରାଗଲା । ଉକ୍ତ ଆଲୋଚନାରେ ଡ. ଉପେନ୍ଦ୍ର ପ୍ରଧାନ, ଧିରେନ କୁମାର ସାହୁ, ବ୍ରଜସୁନ୍ଦର ଦାସ, ଅଦ୍ୱୈତ ପ୍ରସାଦ ଦାସ, କାଉନସିଲର ପ୍ରଦୀପ୍ତ କୁମାର ଜେନା, ବିଭୂତି ଭୂଷଣ ମହାନ୍ତି, ଗୁରୁଚରଣ ପ୍ରଧାନ, ରମାକାନ୍ତ ସାହୁ, ଉମାକାନ୍ତ ଘୋଷ, ପୁଷ୍ପାଞ୍ଜଳି ଦାସ, ପ୍ରୀତିସ୍ନିଗ୍ଧା ଦାଶ ଓ ବିଷ୍ଣୁପ୍ରିୟ ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଶିକ୍ଷକ ତପନ ଦାଶ, ରାଜଶ୍ରୀ ଆଚାର୍ଯ୍ୟ ଓ ଝରଣା ମହାପାତ୍ର ଉପସ୍ଥିତ ଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ଅମର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।