କଂସାର ସାହାସପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ



କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଂସାର ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷାକ ବଣ୍ଟନ କରିଥିଲେ। ଏହି ବୈଠକରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୩ ଜଣ ଛାତ୍ରଛାତ୍ରୀକୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ଶିକ୍ଷା କମିଟି ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସମେତ ପ୍ରଦୀପ ପରିଡା, ଗଜେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ଦାସ, ମନୋଜ କୁମାର ସାହୁ, ଆଶୁତୋଷ ବେହେରା, ରମେଶ ପ୍ରଧାନ, ସରିତା ସାହାଣୀ, ରଶ୍ମିତା ଦାସ, ଭକ୍ତି ଲତା ମହାରଣା, ପୁର୍ଣିମା ଚୌଧୁରୀ, ମନୋଜ ନାୟକ ଏବଂ ପଞ୍ଚାୟତ ପ୍ରତିନିଧି ଓ ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Next Post

କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

Thu Jan 16 , 2025
କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିର ଗତ ୬ତାରିଖରେ ଆରମ୍ଭ ହୋଇଥିବା ବେଳେ ୧୫ତାରିଖରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଅଭିଜିତ ବୋଷ ଅଧ୍ୟକ୍ଷତା କରି କହିଥିଲେ ଯେ ଛାତ୍ରୀମାନେ ଭବିଷ୍ୟତ ଜୀବନରେ ଆବଶ୍ୟକ ପଡିଲେ ଏହି କୈାଶଳକୁ କାର୍ଯ୍ୟରେ ଲଗାଇ ନିଜକୁ ସୁରକ୍ଷା ପ୍ରଦାନ କରିପାରିବେ। ସମ୍ମାନୀତ ଅତିଥି ଭାବେ ପଦାର୍ଥ […]

KANIKA