କେନ୍ଦ୍ରାପଡା,୧୬ା୧: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ ଗୁରୁବାର କେନ୍ଦ୍ରାପଡା ଟାଉନହଲ୍ଠାରୁ ୧୦୧ଜଣ ବରିଷ୍ଠ ତୀର୍ଥଯାତ୍ରୀ ଶିରିଡି-ନାସିକ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଅପରାହ୍ନ ୩ଟାରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଟାଉନହଲ୍ରେ ବରିଷ୍ଠ ନାଗରିକଙ୍କ ପଞ୍ଜିକରଣ ଓ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟ ଯାଞ୍ଚ ପରେ ୧୦୧ଜଣ ବରିଷ୍ଠ ନାଗରିକ ଯୋଗ୍ୟ ବିବେଚିତ ହେବା ପରେ ତୀର୍ଥଯାତ୍ରା ପାଇଁ ଉଦ୍ଦିଷ୍ଟ ବସ୍ରେ ଯାତ୍ରା ଆରମ୍ଭ ପାଇଁ ବସିଥିଲେ । ସୂଚନାଯୋଗ୍ୟ ଯେ ସେମାନେ ଏଠାରୁ ଯାଇ ଭୁବନେଶ୍ୱର ରେଲ୍ୱେ ଷ୍ଟେସନ୍ଠାରୁ ଶିରିଡି-ନାସିକ ଅଭିମୁଖେ ରେଳଗାଡିରେ ଯାତ୍ରା କରିବେ । ଏହି ଯାତ୍ରାର ସମୟସୀମା ଜାନୁୟାରୀ ୧୭ରୁ ଆରମ୍ଭ ହୋଇ ଜାନୁୟାରୀ ୨୨ତାରିଖରେ ଶେଷ ହେବ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ ସମୟରେ ଜିଲ୍ଲା କୃଷି ଅଧିକାରୀ କଲ୍ୟାଣ ର ।ୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଓ ତାଙ୍କ ପରିବାର ଲୋକ, ଜିଲ୍ଲାସ୍ତରୀୟ ଅଧିକାରୀ, ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଓ କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ଚାରିଜଣ କର୍ମଚାରୀମାନେ ଉପସ୍ଥିତ ଥିଲେ ।