
ପଟ୍ଟାମୁଣ୍ଡାଇ ତା ୧୮/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଂଚାୟତ ଗଙ୍ଗାରାମ ହାଇସ୍କୁଲ ଓ ସିଦ୍ଧ ପରମହଂସ ନୋଡାଲ ଉ ପ୍ରା ସ୍କୁଲର ମିଳିତ ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚିତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି, ପ୍ରଦୀପ କୁମାର ଦାସ ମୁଖ୍ୟବକ୍ତା ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଷିଦ୍ଧ ବାରିକ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାରୀରିକ ଶିକ୍ଷାର ବିକାଶ ପାଇଁ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଉପଯୋଗୀତା ଓ କ୍ରୀଡା ଭିତିଭୂମିରର ବିକାଶ ତଥା କ୍ରୀଡା ପାଠ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ। ସିଦ୍ଧ ପରମହଂସ ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୟ ପୃଷ୍ଟି ଓ କ୍ରୀଡାଶିକ୍ଷକ ବଙ୍ଗାଳି ଚରଣ ମଳିକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପତି ବଙ୍ଗାଳି ତରାଇ, ପଟ୍ଟାମୁଣ୍ଡାଇ ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ଆଳି ବି ଆର ସି ସି ଉଦକର ସାମଲ,ସାନଜରିଆ ମେଡିକାଲ ଅଫିସର ଡା ପ୍ରଦୀପ କୁମାର ଚମ୍ପତି, ପ୍ରାକ୍ତନ ଲିପିକ ରାଜକିଶୋର ଲେଙ୍କା ଲୋକନାଥପୁର ପ୍ରଧାନଶିକ୍ଷକ ଶୁଭ୍ରାଂଶୁ କୁମାର ଦାସ,କଷଣଅଂଟା ହାଇସ୍କୁଲ ପୂର୍ବତନ ପ୍ରଧାନଶିକ୍ଷକ ସଚିତ୍ର ବେହୁରା ଓ ସୁରେଶ ଚନ୍ଦ୍ର ଜେନା, ସିଆରସିସି ରଞ୍ଜନ ବେହେରା, ସମାଜସେବୀ ପ୍ରଭାକର ଦାସ ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅକ୍ଷୟ ମହାନ୍ତି ସ୍ୱାଗତଭାଷଣ ଓ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ବଙ୍ଗାଳି ମଲିକ ପ୍ୟାରେଡ ଓ ଉତ୍କଳ ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଇ ଅବସରରେ ବାଳିକା ବିଭାଗ ଚମ୍ପିୟାନ ଲଷ୍ମୀପ୍ରିୟା ପାତ୍ର, ବାଳକ ବିଭାଗ ଚମ୍ପିୟାନ ବାଦଲ ତରାଇ ପୁରସ୍କୃତ କରାଯାଇଥିବାବେଳେ କୁନି ବୈଜ୍ଞାନିକ ପ୍ରାଣତୋଷ ପ୍ରଧାନ, ଏବଂ ୨୦୨୪ ମାଟ୍ରିକ ଟପ୍ପର ଏ ୧ ଛାତ୍ରୀ ଦିବ୍ୟାନି ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଜୟ ନାୟକ ଧନ୍ୟବାଦ ଦେଇଥିଲେ ।











