ସ୍ୱେଛାକୃତ ରକ୍ତଦାନ ଶିବିର ୧୧୪ୟୁନିଟ ରକ୍ତ ସଂଗୃହିତ



କେନ୍ଦ୍ରାପଡା,୨୩ା୧: କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ପ୍ରତିବର୍ଷ ଭଳି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, କାଉନସିଲର ହିବ୍‌ଜୁର ରହେମାନ, ସାମ୍ବାଦିକ ସୁବ୍ରତ କୁମାର ସାମଲ, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଣେ ମହାନ୍ ବ୍ୟକ୍ତି ଥିଲେ ବୋଲି କହିଥିଲେ । ରକ୍ତଦାନ ଦ୍ୱାରା ଦୁଇଟି ମୂଲ୍ୟବାନ ଜୀବନ ବଞ୍ଚେଇପାରିବା ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ଏହି ଶିବିରରେ ୧୧୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି ଅବସରରେ ୧୩୬ଥର ରକ୍ତଦାନ କରିଥିବା କେ.ଏମ. ଅନ୍ନଦା ପ୍ରସାଦଙ୍କୁ ମୁଖ୍ୟ ଅତିଥି ଶ୍ରୀ ବେହେରା ଉତ୍ତରୀୟ, ପୁଷ୍ପଗୁଛ ଓ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ସମୀର ମୋଟର୍ସ ନିର୍ଦେଶକ ସମୀର କୁମାର ଚାନ୍ଦ ଏହି ଶିବିରକୁ ଆଗାମୀ ଦିନରେ ଆହୁରି ଅଧିକ ପ୍ରସାରିତ କରାଯିବ ବୋଲି ମତବ୍ୟକ୍ତ କରିିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ବେହେରା, କ୍ଷିତିଶ କୁମାର କର, ମଳୟ ପାତ୍ର, ବଳରାମ ସେଠୀ, ସତ୍ୟବ୍ରତ ଭଗତ, ଅନିଜା ଜେନା, ଶୁଭଶ୍ରୀ ନାୟକ, ସମାପ୍ତି ବେହେରା, ରିତାଞ୍ଜଳି ସ୍ୱାଇଁ, ଲକ୍ଷ୍ମୀପ୍ରିୟା ମହାପାତ୍ର, ବଳରାମ ସେଠୀ, ସତ୍ୟବ୍ରତ ଭଗତ, ଧନେଶ୍ୱର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମୀର କୁମାର ଚାନ୍ଦ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

Thu Jan 23 , 2025
କେନ୍ଦ୍ରାପଡ଼ା,୨୩ା୧ : ଆଜାଦ ହିନ୍ଦ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସ, ଶିକ୍ଷକ […]

KANIKA