ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ



କେନ୍ଦ୍ରାପଡ଼ା,୨୩ା୧ : ଆଜାଦ ହିନ୍ଦ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସ, ଶିକ୍ଷକ ମନ୍ଦର ଧର ରଥ, ରଜନୀକାନ୍ତ ଦାସ, ରବୀନ୍ଦ୍ର ସାହୁ, ମନୋରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ପୀତବାସ ବେହେରା ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବିତା ଘଡାଇ, ଶୁଭଲକ୍ଷ୍ମୀ ଦାସ, ଶ୍ରୁତି କବାଟ, ଜ୍ୟୋସ୍ôନାରାଣୀ ମହାରଣା, ରାଜେଶ ସାହୁ, ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶିବାୟ ଟ୍ୟୁଟୋରିଆଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା।


Next Post

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ

Thu Jan 23 , 2025
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ‘ସ୍ୱଚ୍ଛଭାରତ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଫେଇ କାର୍ଯ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାବେଶରେ ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗରିକ ମଞ୍ଚର ପତାକା ହଲାଇ କାର୍ଯ୍ୟକ୍ରମକୁ […]

KANIKA