ଏବେବି ମାନବିକତା ବଞ୍ଚିିଛି : ରାସ୍ତାରୁ ପାଇଥିବା ଅର୍ଥ ଓ ସାମଗ୍ରୀ ଫେରାଇଦେଲେ ଶିକ୍ଷୟତ୍ରୀ



କେନ୍ଦ୍ରାପଡ଼ା,୨୪ା୧ : ଏବେବି ମାନବିକତା ବଞ୍ଚିରହିଛି। ଅର୍ଥର ମୋହକୁ ପରିତ୍ୟାଗ କରି ଜଣେ ଶିକ୍ଷୟିତ୍ରୀ ରାସ୍ତାରୁ ପାଇଥିବା ୬ହଜାରରୁ ଉର୍ଦ୍ଧ୍ୱ ଅର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ମାଲିକଙ୍କୁ ଫେରାଇଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ ଅଂଚଳର ଜଣେ ଶିକ୍ଷୟତ୍ରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ପୁରୀ ଯାଇଥିଲେ। ଧାଡି ଦର୍ଶନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିସାରି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଘରକୁ ଫେରୁଥିବା ବେଳେ ପୁରୀ ବଡଦାଣ୍ଡରୁ ଏକ ଭ୍ୟାନିଟ ବ୍ୟାଗ ପାଇଥିଲେ। ସେଠାରେ ଏସମ୍ପର୍କରେ ପଚରାଉଚରା କରିବା ପରେ ହଜିଥିବା ଲୋକ ସମ୍ପର୍କରେ କୈାଣସି ସୂଚନା ପାଇନଥିଲେ। ସମୟର ସ୍ୱଳ୍ପତା ଓ ବସ ଫେଲ ହୋଇଯିବାର ଭୟ ଯୋଗୁଁ ସେ କେନ୍ଦ୍ରାପଡାକୁ ଫେରି ରାତି ପ୍ରାୟ ୧୦ଟାରେ ଘରେ ପହଞ୍ଚିଥିଲେ। ସ୍ୱାମୀଙ୍କୁ ଏସମ୍ପର୍କରେ କହିବା ପରେ ସେହି ଭ୍ୟାନିଟି ବ୍ୟାଗକୁ ତନତନ କରି ଖୋଜିବା ପରେ ସେଥିରେ ଏକ କାଗଜରେ ୩ଟି ଫୋନ ନମ୍ବର ଲେଖାଥିବା ଦେଖିଥିଲେ। ସେହି ନମ୍ବରରେ ଫୋନ କରିବାରୁ ଭ୍ୟାନିଟି ବ୍ୟାଗର ମାଲିକ ଆନ୍ଧ୍ରପ୍ରଦେଶର ବାସୀନ୍ଦା ବୋଲି ଜାଣିବାକୁ ପାଇଲେ। ସେହି ଭ୍ୟାନିଟି ବ୍ୟାଗ ଭିତରେ ୬ହଜାର ୭୭୦ଟଙ୍କା, ଆଲମିରା ଚାବି ଓ ଅନ୍ୟାନ୍ୟ ଜିନିଷପତ୍ର ରହିଥିଲା। ଏସମସ୍ତ ଜିନିଷ ସଂପୃକ୍ତ ଭ୍ୟାନିଟି ବ୍ୟାଗର ମାଲିକଙ୍କୁ ଫେରାଇ ଦେଇଥିବା ଜଣାପଡିଛି।


Next Post

ଅବଦୁଲ କରିମଖାନ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୨୬ରେ

Fri Jan 24 , 2025
କେନ୍ଦ୍ରାପଡା,୨୪ା୧: ଆସନ୍ତା ୨୬ତାରିଖରେ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୨୬ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀମାସ ୨ତାରିଖରେ ଉଦଯାପିତ ହେବ। ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣମେଣ୍ଟଅନୁଷ୍ଠିତ ହେବ। ଏହି ଜାତୀୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଟକର ଓଡିଶା […]

KANIKA