
କେନ୍ଦ୍ରାପଡ଼ା,୨୭ା୧: ଏସଓଏସ ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଦୁଇ ଦିନିଆ ନବାଗତ ସ୍ୱାଗତ ମହୋତ୍ସବର ଉଦ୍ଯାପନୀ ହୋଇଯାଇଛି । ଏହି ଉଦ୍ଯାପନୀ ଦିବସରେ ତୁଳସୀ ଏଏନଏମ ଓ ଜିଏନଏମ ଟ୍ରେନିଂ ସେଣ୍ଟରର ଏଏନଏମ, ଜିଏନଏମ ଓ ଏସଓଏସ କଲେଜ ଅଫ୍ ନର୍ସିଂର ବିଏସସି ନର୍ସିଂରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ତଥା ନବାଗତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ପ୍ରହରାଜ, ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ପରିବାର ନିୟନ୍ତ୍ରଣ ବିଭାଗ ବରିଷ୍ଠ ଡ. ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ସାମନ୍ତରାୟ, ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ, ପ୍ରଫେସନାଲ ନିର୍ଦ୍ଦେଶକ ଜ୍ୟୋର୍ତିମୟୀ ପଟ୍ଟନାୟକ, ଏସଓଏସ କଲେଜ ଅଫ୍ ନର୍ସିଂର ସହ ଅଧ୍ୟକ୍ଷା ପ୍ରୟମ୍ବଦା ପଟ୍ଟନାୟକ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନର୍ସିଂ ଶିକ୍ଷାର ମହତ୍ତ୍ୱ ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ସେବା କରିବାର ମୂଳମନ୍ତ୍ର ପ୍ରଦାନ କରିଥିଲେ । ସେକ୍ ମହମ୍ମଦ ସବିରଙ୍କୁ ମିଷ୍ଟର ଟାଇନ୍, ପ୍ରତ୍ୟାଶା ପ୍ରିୟଦର୍ଶିନୀ ବେହେରାଙ୍କୁ ମିସ୍ ଟାଇନ୍, ବିଦ୍ୟାସାଗର ମନ୍ଥନକୁ ମିଷ୍ଟର ଫ୍ରେସର, ରାଜଲକ୍ଷ୍ମୀ ସାହୁଙ୍କୁ ମିସ୍ ଫ୍ରେସର ଏବଂ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କୁ ମିସ୍ ବଟର୍ଫ୍ଲାଏ ଭାବେ ସମ୍ମାନୀତ କରାଯାଇଥିଲା । ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ପଲ୍ଲବୀ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ସୋନାଲି ସେନାପତି ଓ ଛାତ୍ରୀ ଋତୁପର୍ଣ୍ଣା ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକା ବର୍ଷା ପଳାଇ, ମୋନାଲିସା ସ୍ୱାଇଁ, ସୁପ୍ରଭା ମଞ୍ଜରୀ ଦାଶ, ମନିଷାରାଣୀ, ରଶ୍ମିତା ମହାନ୍ତି, ବିଜୟ କୁମାର ସାହୁ, ତପନ ମହାନ୍ତି, ଶୁଭ୍ର ସନ୍ତୋଷ ଦାସ, ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭା ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।











