
ପଟ୍ଟାମୁଣ୍ଡାଇ ତା ୧୧/୮- ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାର, ଏସ ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି,ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତି ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ଶ୍ରୀସାମନ୍ତରାୟ ଶାସନ ଶ୍ରୀରାମପୁର, ଡାମରପୁର, ବଡ଼ମୂଳ ବସନ୍ତ, ସିଂହଗାଁ ଓ ସମିତି ସଭ୍ୟ ଶାସନ, ବଳଭଦ୍ରପୁର, ଚନ୍ଦନନଗର, ପେଣ୍ଠପାଳ ତରଡ଼ିପାଳଙ୍କ ସହିତ ପଟ୍ଟାମୁଣ୍ଡାଇ -ରାଜନଗର ବି ଆର ଏଫ ଇ ରାସ୍ତାର ଅଳଭା ଠାରୁ ଶାସନ ପର୍ଯ୍ୟନ୍ତ ୪କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ମରାମତି ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ଚଳିତ ବନ୍ୟାରେ କ୍ଷତିଗସ୍ତ ରାସ୍ତା, ବିଦ୍ୟୁତ ଖୁଣ୍ଟ ମରାମତି ସହ ବିଶୁଦ୍ଧ ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ । ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ ବନ୍ୟାବିପନ୍ନ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଓ ନାୟିଆଡିଆକୁ ରାଜସ୍ୱ ଗ୍ରାମ ଘୋଷଣା, ମନେରଗା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରାପ୍ୟ ପ୍ରଦାନ ଓ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ପ୍ରାପ୍ୟ ପ୍ରଦାନରେ ଅବହେଳା ଓ ପାତରଅନ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ ଶୋଚନୀୟ ହୋଇପଡ଼ିଥିବା ନପଙ୍ଗ – ପନ୍ତୁରି ରାସ୍ତା ତୁରନ୍ତ ମରାମତି ଓ ୧୪ନଂ କେନାଲ ଉପରେ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବଡ଼ ପଡା ସମବାୟ ସମିତି ସଭାପତି ଅଶୋକ ମଲିକ ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନ, ବନମାଳୀ ମହାପାତ୍ର ଓ ଗୌତମ ରାଉତ ପ୍ରମୁଖ ବଡପଡା ସମବାୟ ସମିତି ସୁ ପରିଚାଳନା କ୍ଷେତ୍ରରେ ଏ ଆର ସି ଏସ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବଲୁରିଆ ପଂଚାୟତ ରେ ତୁରନ୍ତ ଡିଲର ନିଯୁକ୍ତି କରିବାକୁ ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେI ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଚଉଦକୁଲାଟ ଫାଣ୍ଡିକୁ ଏକ ନୂତନ ଚାରି ଚକିଆ ପୋଲିସ ଭ୍ୟାନ ଯୋଗାଇ ଦେବାକୁ ଜିଲ୍ଲା ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦିହୁଡିପୁର ସରପଞ୍ଚ ମଲିକ ଦିହଡିପୁର ପଂଚାୟତର ନରେଶ ମଲିକ ଯେକୌଣସି ଗ୍ରାମକୁ ଆଦର୍ଶ ଗ୍ରାମ ଘୋଷଣା କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି କାଉନ ସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଶରତ ବିଶ୍ୱାଳ, ପ୍ରଭାତ ମଲିକ ସନ୍ତୋଷ ବିଶ୍ୱାଳ, ବଳରାମ ବେହେରା କୁଳମଣି ଦାସ, ରୀନା ଦଳାଇ ଆଶାଲତା ସୂତାର, ଉର୍ମିଳା ବେହେରା ପ୍ରମୁଖ ବଡ଼ପଡା ଛାତ୍ରୀ ଆତ୍ମହୁତି ମାମଲାର ନ୍ୟାୟିକ ତଦନ୍ତ, ଜଳ ନିଷ୍କାସନ ପାଇଁ ପୌରପରିଷଦର ସମସ୍ତ ୱାର୍ଡରେ ଡ୍ରେନ ନିର୍ମାଣ, ସରକାରୀ ଜମି ଓ ରାସ୍ତା ଜବରଦଖଲମୁକ୍ତ, ବନ୍ୟା କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଧୋଇ ଯାଇଥିବା ରାସ୍ତା ମରାମତି,୧୯ନଂ ୱାର୍ଡ ଶୁଖୁଆବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ସରକାରୀ ପଟ୍ଟା ପ୍ରଦାନ କଚେରୀ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ କରିବା, ସମସ୍ତ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା, କୃଷି ଜାତ ସାମଗ୍ରୀ ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଓ ଉପଖଣ୍ଡ ଚିକିତ୍ସାଧିକାରୀ ନିଯୁକ୍ତି କରିବା ଆଦି ବିଭିନ୍ନ ଦାବି ସମ୍ବକିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।ଏହି ଜନ ଶୁଣାଣୀ ଶିବିରରେ ଆଗତ ୭୫ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଭାରପ୍ରାପ୍ତ ସି ଡି ଏମ ଓ ଡ଼ା ପ୍ରମୋଦ ପ୍ରହରାଜ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ,ଏସ ଡି ପି ଓ କ୍ଷମାସାଗର ପଣ୍ଡା ଆଇ ଆଇ ସି ବନ୍ଦନା ପାତ୍ର ସବଡିଭିଜନ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା,ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ସୁବାଷ ଥାଟୋଇ,ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ ସାହୁ, ଜଳସମ୍ପଦ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବିଦ୍ୟୁତ ବିଭାଗ ସହକାରୀଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ,ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଓ ପ୍ରସନ୍ନ ରାଉତ ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳ, ସହକାରୀ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରା, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ ସି ଡି ପି ଓ ଲଷ୍ମୀମଣି ସିଂ, ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ବ୍ଲକ ସହକାରୀ ଶିକ୍ଷା ଅଧିକାରୀଣୀ ସୁନିତୀ ଦାଶ ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣି ଥିଲେ । ଶେଷରେ ଏହି ଶିବିରକୁ ବ୍ଲକ ମୁଖ୍ୟ କିରାଣୀ ଗୌରୀ ବେହେରା, ସି ପି ପ୍ରିୟ ରଞ୍ଜନ ସ୍ୱାଇଁ, ପ୍ରଭାତ ମଲ୍ଲିକ ଓ ରଂଜିତ ପରିଡା ପରିଚାଳନା କରିଥିଲେ ।










