କେନ୍ଦ୍ରାପଡ଼ା,୧୩ା୮:ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ତଥା ଗଗୁଆ ପଞ୍ଚାୟତର ରାହାମାସ୍ଥିତ ନିଗମାନନ୍ଦ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଧ୍ରୁବ ଚରଣ ଦାଶ(୮୩)ଙ୍କର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ୨ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ସେ ଜଣେ ଶିକ୍ଷାବୀତ, ସମାଜ ସଂସ୍କାରକ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ […]

ପଟ୍ଟାମୁଣ୍ଡାଇ ତା ୧୩/୮-କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ୩ଦିନ ଧରି ଆୟୋଜିତ ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ମା […]

କେନ୍ଦ୍ରାପଡ଼ା,୧୩ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାତର ବରିଷ୍ଠ ନାଗରିକମାନଙ୍କ ଏକ ସମାବେଶ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ। ବଗଡା ପଞ୍ଚାୟତର ସରପଞ୍ଚ ସୁବନୀ ସାହୁ ଏଭଳି ସଂଗଠନକୁ ସ୍ୱାଗତ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିରେ ସଂଯୋଜକ ଭାବେ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସଂଗଠନର ଉଦେଶ୍ୟ […]

କେନ୍ଦ୍ରାପଡା,୧୨ା୮:ଆଜି  କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ସଭାପତି ଶିବ ପ୍ରସାଦ ଭଳ ଏକ ପ୍ରତିନିଧି ମଣ୍ଡଳି ତୁଳସୀ ମହିଳା ମହାବିଦ୍ୟାଳୟର ସଭାପତି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନାକୁ ସାକ୍ଷାତ କରି ମହିଳା ବିଦ୍ୟାଳୟର ଏକ ସଭାକୁ ଦଳୀୟ ସଭାରେ ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖରେ ମହିଳା ମହାବିଦ୍ୟାଳୟରେ ଏକ ବାର୍ଷିକ ଉତ୍ସବ ସହିତ ରାଜ୍ୟ […]

କେନ୍ଦ୍ରାପଡା,୧୩ା୮:କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଚତୁର୍ଦ୍ଦଶ ଅଧିବେଶନ ଇଚ୍ଛାପୁର ସ୍ଥିତ ସିଦ୍ଧ ବଳଦେବଜୀୟୁ ମନ୍ଦିର ପରିସରରେ ବରିଷ୍ଠ ସଭ୍ୟ ପ୍ରବଚକ ଦାମୋଦର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସଭାପତି ସ୍ୱର୍ଗତ ଧ୍ରୁବଚରଣ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ପଣ୍ଡିତ ସତ୍ୟନାରାୟଣ ପତି ପୂବ ଅଧିବେଶନରେ ବୀବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ମହେଶ୍ୱର ପାଣି ପୂର୍ବ […]