
କେନ୍ଦ୍ରାପଡା ୨୫/୪: ୧୪ବର୍ଷ କମ୍ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କାରଣ ଫୁଟବଲ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଦିତୀୟ ଦିନରେ ଆଳି ଓ ନେତାଜି କ୍ଲବ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସଂସଦର ସହଯୋଗରେ ଏହି ପ୍ରତିଯୋଗିତା ପ୍ରତ୍ୟକଦିନ ସକାଳ ଏବଂ ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ବାଳୀକା ବିଭାଗରେ ଆଳି ପୁଟବଲ ଏକାଡେମୀ ଓ କେନ୍ଦ୍ରାପଡା ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଳି ଫୁଟବଲ ଏକାଡେମି ୭-୦ ଗୋଲରେ କେନ୍ଦ୍ରାପଡା ହାଇସ୍କୁଲ କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉତ୍ତିର୍ଣ୍ଣ ହୋଇଛି । ସେହିପରି ବାଳକ ବିଭାଗରେ ରାଜକନିକାର ନେତାଜି କ୍ଲବ ଓ ଆଳିର ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଦର୍ଶ ବିଦ୍ୟାଳୟକୁ ୯-୦ ଗୋଲରେ ପରାସ୍ତ କରି ନେତାଜି କ୍ଲବ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡକୁ ଉତ୍ତିର୍ଣ୍ଣ ହୋଇଛି । ଏହି ମ୍ୟାଚରେି ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କ୍ରୀଡା ସଂପାଦକ ଜ୍ୟୋତିମୟ ଦାସ, କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଅନ୍ତରାଷ୍ଟାୟ ଫୁଟବଲ ମହିଳା ଖେଳାଳି ଗାୟତ୍ରୀ ମଲ୍ଲିକ, ଅଲୋଚନା ସେନାପତି, ରଶ୍ମିତା ପାତ୍ର ପ୍ରମୁଖ ଖେଳାଳୀ ଚୟନ ନିମନ୍ତେ ଉପସ୍ଥିତ ଥିଲେ ।











