
ପଟ୍ଟାମୁଣ୍ଡାଇ ତା ୨୫/୪-ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ଗତକାଲି ସନ୍ଧ୍ୟା ରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ଷମତାର ବିକେନ୍ଦ୍ରିକରଣ କରି ଲୋକଙ୍କ ହାତରେ କ୍ଷମତା ସହ ବିକାଶ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ପଂଚାୟତରାଜ ବ୍ୟବସ୍ଥା କରାଯାଇଛି I ଆଜି ତ୍ରୀସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନରେ ଉଭୟ ପୁରୁଷ ଓ ଘର କଣରେ ରହୁଥିବା ମହିଳାମାନେ ଭାଗ ନେଇ ସରକାରୀ ଯୋଜନା ଓ ୱାର୍ଡ ଠାରୁ ଆରମ୍ଭ କରି ପଂଚାୟତ ଓ ବ୍ଲକର ଉନ୍ନତିରେ ଭାଗୀଦାର ହୋଇପାରୁଛନ୍ତି I ଆଗାମୀ ଦିନରେ ଏକ ସଶକ୍ତ ପଂଚାୟତ ବ୍ୟବସ୍ଥା ଜରିଆରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଗାଁ ଓ ପଂଚାୟତର ବିକାଶ ପାଇଁ କ୍ଷସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ପ୍ରକାଶ କରିବା ସହିତ ସରକାରଙ୍କ ଜାତୀୟ ପଂଚାୟତରାଜ ଦିବସ ପାଳନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ I ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ପଟ୍ଟାମୁଣ୍ଡାଇ ବ୍ଲକ ରେ ପଂଚାୟତରାଜ ବ୍ୟବସ୍ଥା ମାଧ୍ୟମରେ ହୋଇଥିବା ବିଭିନ୍ନ ପଂଚାୟତ ଓ ସମଗ୍ର ବ୍ଲକର ବିକାଶର ଚିତ୍ର ଉପସ୍ଥାପନ କରିଥିଲେ I ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ, ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା,ସମିତି ସଭ୍ୟା ସ୍ମୃତିମୟୀ ମଲିକ ବ୍ଲକ ସହନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ ଓ ପ୍ରସନ୍ନ ରାଉତ ସହକାରୀଯନ୍ତ୍ରୀ ବିନାୟକ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ I ପଟ୍ଟାମୁଣ୍ଡାଇ ବ୍ଲକ ବି ଏସ ଏସ ଓ ସୁଧାଂଶୁ ଶେଖର ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ଏଇ ଅବସରରେ ବିକାଶମୂଳକ ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ଡିହାପଡା ପଂଚାୟତ ସରପଞ୍ଚ ଶତ୍ରୁଗ୍ନ ମଳିକ, ସମିତି ସଭ୍ୟା ରେଣୁକା ସେଠୀ କନିଷ୍ଠ ଯନ୍ତ୍ରୀ ଜ୍ଞାନାଞ୍ଜୟ ବେହେରା ପି ଇ ଓ ରଂଜିତ କୁମାର ପରିଡା ଏ ଡି ଇ ଓ ମଳୟ କୁମାର ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ମନେରଗା ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ଗଙ୍ଗାରାମପୁର ସରପଞ୍ଚ ସନ୍ତୋଷିନା ଜେନା ସମିତି ସଭ୍ୟ ବିଶ୍ୱରଞ୍ଜନ ଭୂୟାଁ, କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ର ଓ ଏ ଡି ଇ ଓ ବିକାଶ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଗୃହ ନିର୍ମାଣ ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା କନିଷ୍ଠଯନ୍ତ୍ରୀ ବିନୟ ମିଶ୍ର ପି ଇ ଓ ପ୍ରଭାତ ମଲିକ ଏ ଡି ଇ ଓ ମାନସୀ ଷଣ୍ଢ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହାଛଡା ବଡ଼ମୂଳବସନ୍ତ ପଂଚାୟତର ଅନ୍ତୋଦୟ ଗୃହ ଯୋଜନାରେ କାର୍ଯାଦେଶ ପଂଚାୟତ ସରପଞ୍ଚ ସନ୍ତୋଷ ସେଠୀ ସମିତିସଭ୍ୟା ସ୍ମୃତିମୟୀ ମଳିକ କନିଷ୍ଠଯନ୍ତ୍ରୀ ବିନୟ ମିଶ୍ର ଓ ଏ ଡି ଇ ଓ ଅଶୋକ ଦାଶଙ୍କ ଉପସ୍ଥିତି ର ପ୍ରଦାନ କରାଯାଇଥିଲା I ସେହିପରି କଖାରୁଣୀ ପଂଚାୟତର ଅନ୍ତୋଦୟ ଗୃହ ଯୋଜନାର ଅତିରିକ୍ତ ଅର୍ଥ ରାଶି ସରପଞ୍ଚ ରମେଶ ମଲିକ ସମିତି ସଭ୍ୟ ସୁନୀଲ ସାମନ୍ତରାୟ କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ରଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା I ସେହିପରି ସଂସାରଫଳ ଅନ୍ତୋଦୟ ଗୃହନିର୍ମାଣ ଯୋଜନାର ଅତିରିକ୍ତ ଅର୍ଥ ରାଶି ସମିତି ସଭ୍ୟ ପର୍ଶୁରାମ ବେହେରା କନିଷ୍ଠଯନ୍ତ୍ରୀ ଶୁଭସ୍ମିତା ବେହେରା ପି ଇ ଓ ତପନ ପ୍ରଧାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା I ବାଛରା ପଂଚାୟତର ଶ୍ରଦ୍ଧା ସୁମନ ମହିଳା ସ୍ୱୟଂ ସହାୟକ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସମଗ୍ର ଉତ୍ତରଭାରତରେ ତରଡ଼ି ପାଳର ପଂଚାୟତର ମମତା ନାଥ ଶର୍ମାଙ୍କୁ ଲକ୍ଷପତି ଦିଦି ଭାବେ ପୁରସ୍କୃତ କରାଯାଇଥିଲା I ଶେଷରେ ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ ଧନ୍ୟବାଦ ଦେଇଥିଲେ I ଏହି ଉତ୍ସବରେ ଏଲିଡ଼ ଟି ଭି ଯୋଗେ ଓଡିଶା ସରକାର ଙ୍କ ରାଜ୍ୟସ୍ତରୀୟ ଉତ୍ସବର ସିଧା ପ୍ରସାରଣ କରାଯାଇଥିଲାIଏହି କାର୍ଯ୍ୟକ୍ରମକୁ ବ୍ଲକ ବି ଏସ ଏସ ଓ ସୁଧାଂଶୁ ଶେଖର ପ୍ରଧାନ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ,ସି ପି ପ୍ରିୟ ରଞ୍ଜନ ସ୍ୱାଇଁ ପି ଇ ଓ ଅନନ୍ତ ବିଶ୍ୱାଳ, ସର୍ବେଶ୍ୱର ବରାଳ ଓ ପ୍ରଭାତ ମଲିକ ପରିଚାଳନା କରିଥିଲେ I ଭାବଗ୍ରାହୀ କଳା ନିକେତନ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ Iଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଭିନ୍ନ ପଂଚାୟତର ସରପଞ୍ଚ ସମିତି ସଭ୍ୟ, ପି ଇ ଓ ଏ ଡି ଇ ଓ ଓ ମହିଳା ଏସ ଏସ ଜି ଗ୍ରୁପ ସଦସ୍ୟାମାନେ ଯୋଗ ଦେଇଥିଲେ I











