ଶିଶୁ ଓ କିଶୋରୀ ସୁରକ୍ଷା ଓ ଅପରାଧ ସଚେତନତା କାର୍ଯ୍ୟକ୍ରମ ଜୁଭେଣ୍ଟିକା



ପଟ୍ଟାମୁଣ୍ଡାଇ ତା ୮/୫-ସମଗ୍ର ଓଡିଶାରେ ମହିଳା କିଶୋରୀ ଶିଶୁ ନିର୍ଯ୍ୟାତନା ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମହିଳା କିଶୋରୀ ଓ ଶିଶୁ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏ ସମ୍ପର୍କରେ ଜନଚେତନା ସୃଷ୍ଟି କରି ମହିଳା କିଶୋରୀ ଶିଶୁ ଅପରାଧ ରୋକିବା ପାଇଁ ୟୁନିସେପ ଓ ଓଡିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜୁଭେନ୍ତିକା ଆୟୋଜନ କରାଯାଉଛି I ଏଇ ପରିପ୍ରେକ୍ଷୀରେ ୟୁନିସେପ ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ଆଜି ଥାନା ପରିସରରେ ମହିଳା କିଶୋରୀ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଜୁଭେଣ୍ଟିକା ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପୌରହିତ୍ୟ କରି ସାମ୍ପ୍ରତିକ ସମାଜରୁ ମହିଳା କିଶୋରୀ ଏବଂ ଶିଶୁଙ୍କ ସୁରକ୍ଷା ଓ ଅପରାଧ ରୋକିବା ଦିଗରେ ଆଇନଗତ ବ୍ୟବସ୍ଥା ସର୍ବୋପରି ଅପରାଧ ହ୍ରାସ ପାଇଁ କିଶୋରୀ ଓ ଶିଶୁ ମାନଙ୍କ ମାନସିକତାରେ ପରିବର୍ତନ ପାଇଁ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱା ରୋପ କରିଥିଲେ I ବିଶେଷ କରି କିଶୋରୀ ଓ ଶିଶୁମାନଙ୍କ ପୋଲିସ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏହି ସମବେଦନଶୀଳ ମାମଲା ପରିଚାଳନାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ I କେନ୍ଦ୍ରାପଡ଼ା ଅତିରିକ୍ତ ଏସ ପି ସୁଧାକର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହିଳା କିଶୋରୀ ଓ ଶିଶୁ ସୁରକ୍ଷାର ବିଭିନ୍ନ ଆଇନଗତ ଦିଗ ଓ ଅପରାଧ ରୋକିବା ସମ୍ପର୍କରେ ସଚେତନତା ଓ କିଶୋରୀ ଏବଂ ଶିଶୁ ମାମଲାର ସୁପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୫ଟି ୱାର୍ଡର ଅଙ୍ଗନବାଡି କର୍ମୀ ସହାୟିକା ଶିଶୁ କିଶୋରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ I ଏଥିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଏସ ଆଇ ସୁମନ୍ତ ସେଠୀ ମହିଳା ଏ ଏସ ଆଇ ମେନକା ତ୍ରିପାଠୀ ଏ ଏସ ଆଇ ବିଜୟ ସାହୁ ଓ ଗୁଣେନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଥିଲେ I


Leave a Reply

Your email address will not be published. Required fields are marked *

KANIKA