ପ୍ରତିଶ୍ରୁତି ରଖିଲା ଜଳନିକାସ ବିଭାଗ , ଚାଷ ଜମିରୁ ହେଲା ବର୍ଷା ଜଳ ନିଷ୍କାସିତ


ଜଳନିଷ୍କାସନ ପଥ ଜବରଦଖଲ ଜଳବନ୍ଦି ଘଟଣା,


ପଟ୍ଟାମୁଣ୍ଡାଇ ୩୦/୭ -ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର, ଅରଡା ଚାହାପାଡା ଗ୍ରାମରେ ସୃଷ୍ଟି ହୋଇଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାରୁ ଶେଷରେ ମୁକ୍ତି ପାଇଛନ୍ତି ।ପ୍ରତିଶ୍ରୁତି ମୁତାବକ ଜଳ ନିକାସ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜବରଦଖଲ ହଟାଇବା ସହ ଜମିରୁ ବର୍ଷା ଜଳ ନିଷ୍କାସନ କରିବାରେ ସଫଳ ହୋଇଛି।
ଗତ କିଛି ଦିନ ହେବ କ୍ରମାଗତ ବର୍ଷା ହେବା ଫଳରେ ବକ୍ତାରପୁର ଓ ଏହାର ପାର୍ଶ୍ୱବର୍ତୀ ଅଂଚଳରେ ନିଷ୍କାସନ ପଥ ଅବରୋଧ ହୋଇ ବ୍ୟାପକ ଜଳବନ୍ଧି ପରିସ୍ଥିତି ସୃଷ୍ଟି ହୋଇଥିଲା। ନାଳ ଓ ନିକାସ ପଥରେ ଜବରଦଖଲ ଯୋଗୁଁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଚାଷ ଜମି ଓ ବସତି ଅଂଚଳରେ ଜଳମଗ୍ନ ହୋଇପଡ଼ିଥିଲା । ଏହାକୁ ନେଇ ସ୍ଥାନୀୟ ଚାଷୀ ଓ ଅଧିବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିନେଇ ମଙ୍ଗଳବାର ବକ୍ତାରପୁର, ମାଟିଆ, ଛାଉଣୀ, ଚାହାପଡ଼ା ଏବଂ ଅଳଭା ଗ୍ରାମର ଗ୍ରମାବାସୀ ଏକତ୍ରିତ ହୋଇ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର କୌଣସି କାରଣବଶତଃ ତହସିଲଦାର ଜିଲାଅଫିସ କାର୍ଯ୍ୟରେ ଯାଇଥିବାରୁ ନିରାଶ ହୋଇ ଫେରି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ସମସ୍ୟାର ଗୁରୁତ୍ୱକୁ ବୁଝି ଜଳନିକାସ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରତିଶ୍ରୁତି ମୁତାବକ ଗୁରୁବାର ବିଭାଗୀୟ ଏସଡ଼ିଓ ଧରେନ୍ଦ୍ର କୁମାର ଜେଠୀଙ୍କ ସହ କାର୍ମଚାରୀ ଘଟଣାସ୍ଥଳରେ ପହଁଚିଥିଲେ । ନିଜ ଉପସ୍ଥିତ ଓ ପୌରପରିଷଦର ସହେଯାଗରେ ଜେସିବି ସାହାଯ୍ୟରେ ନିଷ୍କାସନ ନାଳରୁ ଜବରଦଖଲ ଉଚ୍ଛେଦ କରିଥିଲେ। ଜବରଦଖଲ ହଟିବା ପରେ ନାଳ ଦେଇ ଜଳପ୍ରବାହ ସ୍ୱାଭାବିକ ହୋଇଛି ଏବଂ ଚାଷ ଜମିରେ ଜମି ରହିଥିବା ଉଦବୃତ ବର୍ଷା ଜଳ ଶୀଘ୍ର ନିଷ୍କାସିତ ହେବାରେ ଲାଗିଛି। ବିଭାଗର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିବା ସହ ଜଳ ନିକାସ ବିଭାଗ ଏବଂ ଏସଡ଼ିଓଙ୍କୁ କୃତଜ୍ଞତା ଜଣାଇଛନ୍ତି।


Be the first to comment

Leave a Reply

Your email address will not be published.