
କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ନୂତନ କାର୍ଯାଳୟ ଗୃହ ପୌର ପରିଷଦ କାର୍ଯାଳୟ ନିକଟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ଶାଖାର ନୂତନ କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିଥିଲେ । ଶାଖା ପରିଚାଳକ ନିରୋଦ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ଉପାଧକ୍ଷା ଜୟନ୍ତୀ ସ୍ୱାଇଁ,ବ୍ଲକ ବିଜେଡି ସଭାପତି କିଶୋର ସାହୁ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅରୁଣ ସାହୁ, ଚନ୍ଦନନଗର ସୋସାଇଟି ସଭାପତି ସୁରେଶ ପଣ୍ଡା, ଡାମରପୁର ସଭାପତି ସୁବାଷ ଦାଶ, ସାନଜରିଆ ସଭାପତି ନିକୁଞ୍ଜ ଦାଶ, ପେଣ୍ଠପାଳ ସଭାପତି ଧନେଶ୍ୱର ପ୍ରଧାନ, ମୂଳବସନ୍ତ ସଭାପତି ସଞ୍ଜୟ ଲେଙ୍କା, ତେରୋହୀ ସଭାପତି ବୀର କିଶୋର ମିଶ୍ର, ଶ୍ୟାମସୁନ୍ଦରପୁର ସଭାପତି ସୁଦାମ ରାଉତ, ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ କର୍ମଚାରୀ,ବିଭିନ୍ନ ସମବାୟ ସମିତି ସମ୍ପାଦକ,ମାନ୍ୟଗଣ୍ୟ ବ୍ୟକ୍ତି ଓ କୃଷକମାନେ ଯୋଗ ଦେଇଥିଲେ ।











