ପଟ୍ଟାମୁଣ୍ଡାଇ ପତିତପାବନଜୀଉଙ୍କ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ॰ ପ୍ରଥମ ଥର ପାଇଁ ବାଲିପାଟଣାରେ ନିଆରା ରଥଯାତ୍ରା


 


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ସାଢେ ୭ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟୁଷରୁ ମନ୍ଦିର ପୂଜକ ମାନେ ପହଡ ଖୋଲିଥିଲେ । ମଙ୍ଗଳ ଆରତି ସକାଳ ୭ଟା ବେଳେ ମହା ସ୍ନାନ ଓ ବାଲ୍ୟ ଧୂପ ହୋଇଥିଲା । ସକାଳ ସାଢେ ୯ଟା ବେଳେ ଆଜ୍ଞା ମାଳ ହବୋ ପରେ ପଣ୍ଡା ମାନେ ଶ୍ରୀଜୀଉ ମାନଙ୍କର ପୂଜାର୍ଚ୍ଚନା କରିଥିଲେ । ସକାଳ ୧୦ଟା ବେଳେ ଶ୍ରୀଜୀଉମାନଙ୍କୁ ଦଇତାପତି ଗୋଟି ପହଣ୍ଡିରେ ରଥାରୂଢ କରିଥିଲେ । ରଥ ଉପରେ ମହାସ୍ନାନ ଓ ବେଶାଦିକ୍ରମ ହୋଇଥିଲା । ମନ୍ଦିର ପୂଜକ ପର୍ଶୁରାମ ଦାଶ, ସନ୍ତୋଷ ଦାଶ ଓ ତ୍ରୈଲୋକ୍ୟ ମିଶ୍ର ପ୍ରମୁଖ ବିଶେଷ ପୂଜା ନୀତି ସମ୍ପନ୍ନ କରିଥିଲେ । ଅପରାହ୍ନ ୩ଟା ବେଳେ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ ରଥରେ ଛେରା ପହଁରା କରିଥିଲେ । ଅପରାହ୍ନ ୪ଟା ବେଳେ ହଜାର ହଜାର ଶ୍ରଦ୍ଧାଳୁ ହରିବୋଲ ହୂଳହୁଳି ଦେଇ ଭେରିତୁରୀ କାହାଳୀ ଓ ଶଙ୍ଖ ଧ୍ୱନି କରି ଆନନ୍ଦ ଉଲ୍ଲାଶର ସହିତ ରଥ ଟାଣିଥିଲେ । ଶ୍ରଦ୍ଧାଳୁ ମାନେ ରଥ ଟାଣି ନେଇ ସଂନ୍ଧ୍ୟା ସାଢେ ୭ଟା ବେଳେ ବକ୍ତାରପୁର ସ୍ଥିତ ମାଉସୀ ମା ମନ୍ଦିର ଚକଡାରେ ପହଚିଂଥିଲେ । ମାଉସୀ ମା ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜକ ମାନେ ଶ୍ରୀ ବଳଦେବ, ଶ୍ରୀ ଜଗନ୍ନାଥ, ମାତା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଗୋଟି ପହଣ୍ଡି କରାଯାଉଛି ।


ସେହିପରି ସ୍ଥାନୀୟ ବାଲିପାଟଣା ଗ୍ରାମରେ ପ୍ରଥମ ଥର ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି ଯାଇଛି । ବାଲିପାଟଣା ଗ୍ରାମରେ ୨୦୧୭ ମସିହାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା ଚଳିତ ବର୍ଷ ଗ୍ରାମର ମୁରବୀ ମାନ୍ୟଗଣ୍ୟ ବ୍ୟକ୍ତି ଓ ଲୋକପ୍ରତିନିଧି ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନୂତନ ରଥ ନିର୍ମାଣ ହୋଇଥିଲା । ଆଜି ପ୍ରତ୍ୟୁଷରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଯଥାôବଧି ପୂଜାର୍ଚନା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ଧ୍ୱନି ମଧ୍ୟରେ ପହଣ୍ଡି ବିଜେ କରାଯାଇ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ଶିଳ୍ପଦ୍ୟୋଗୀ ଜଗଦୀଶ ପ୍ରସାଦ ନାୟକ ସୁଶୋଭିତ ପାଲିଙ୍କିରେ ଭବ୍ୟ ଶୋଭାଯାତ୍ରାରେ ଆସି ରଥ ସମ୍ମୁଖରେ ଯଥାବିଧି ଛେରାପଂହଁରା କରିବା ପରେ ବିଧିବଦ୍ଧ ଭାବେ ରଥଯାତ୍ରା ଆରମ୍ଭ ହୋଇଥିଲା । ବାଲିପାଟଣା ସମେତ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ନିଆରା ରଥଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ରଥ ଟାଣି ଟାଣି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ, ତନୁପୁର, ତଳବାଲିପଡା, ଅଠରବାଟିଆ, ବିଲିକଣା, ଜଗନ୍ନାଥପୁର ଓ କଖାରୁଣୀ ପ୍ରଭୁତି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍ଣ୍ଣ କରାଯାଇଛି । ସମସ୍ତ ସ୍ଥାନରେ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବିଦ୍ୟୁତ କର୍ମଚାରିମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ସ୍ୱଛାସେବୀ ସଙ୍ଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା । ବହୁ ଦୁର ଦୁରାନ୍ତରୁ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading