ଅନ୍ୱେଷଣ ଖବରର ପ୍ରଭାବ , ପଟ୍ଟାମୁଣ୍ଡାଇ ପୌରାଂଚଳରେ ବୁଲା ଗାଇଗୋରୁ ଧରା ଅଭିଯାନ ଜୋରଦାର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳର ବୁଲା ଗାଇଗୋରୁମାନେ ଇତସ୍ତତ ଭାବେ ଚାରିଆଡେ ବିଚରଣ କରିବା ନେଇ ଅନ୍ୱେଷଣ ପୋଟାଲରେ ଗତ ୨୫ ଜୁଲାଇରେ ଖବର ପ୍ରଶାରଣ ପରେ ପୌରପରିଷଦ ପକ୍ଷରୁ ବୁଲା ଗାଇଗୋରୁଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇ ଅଭିଯାନ ଆରମ୍ଭ କରାଯାଇଛି । ବୁଧବାର ଓ ଗୁରୁବାର ଦିନ ଆଖପାଖ ଅଂଚଳରେ ଅବାଧରେ ବିଚରଣ କରି ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ୨୫ରୁ ଉର୍ଦ୍ଧ ଗାଇଙ୍କୁ ଧରି କାଞ୍ଜିଆବୁଦାରେ ପୁରାଇବା ସହିତ ଗାଇ ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।

ପଟ୍ଟାମୁଣ୍ଡାଇ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସୁନି, ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବୁଲା ଗାଈଗୋରୁ, ଷଣ୍ଢ !

କେନ୍ଦ୍ରାପଡା ଜିଲ୍ଲା ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ପୌରାଂଚଳରେ ବୁଲା ଗାଇଗୋରୁମାନେ ଇତସ୍ତତ ଭାବେ ଚାରିଆଡେ ବିଚରଣ କରିବା ଦ୍ୱାରା ସହରବାସୀ ଗୁରୁତର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବା ସହିତ ଯାତାୟାତରେ ଅସୁବିଧା ଭୋଗ କରୁଥିଲେ । ବିଶେଷ କରି ବୁଲା ଗାଇଗୋରୁମାନେ ଅପରାହ୍ନ ୩ଟା ଠାରୁ ସକାଳ ପର୍ଯ୍ୟନ୍ତ ଅବାଧରେ ବିଚରଣ କରିବା ସହିତ ବସ୍ତୁତଃ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏପରିକି ଯାନବାହନ ଗୁଡିକ ଯାତାୟାତବେଳେ ଘଂଟା ଘଂଟା ଅଟକିବା ମଧ୍ୟ ଦେଖାଯାଉଛି ପୌର ପରିଷଦ ପକ୍ଷରୁ ବୁଲା ଗାଇଗୋରୁଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇ ଅଭିଯାନ ଆରମ୍ଭ କରାଯାଇଥିଲା । ପରିମଳ ନିରୀକ୍ଷକ ପ୍ରଫୁଲ୍ଲ ଦାଶ, ସରୋଜ ପଣ୍ଡା,ହୃଷିକେଶ ନାଥ ଅଶୋକ ମହାନ୍ତି ଓ କେଶବ ମଲିକଙ୍କ ନେତୃତ୍ୱରେ ପୌର ପରିଷଦ କର୍ମଚାରୀମାନେ ଗାଇ ଧରା ଗାଡି ସାହାଯ୍ୟରେ ଗତ ୨/୩ ମଧ୍ୟରେ ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଂଚଳରେ ଅବାଧରେ ବିଚରଣ କରି ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ୨୫ରୁ ଉର୍ଦ୍ଧ ଗାଇଙ୍କୁ ଧରି କାଞ୍ଜିଆବୁଦାରେ ପୁରାଇବା ସହିତ ଗାଇ ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି । ତେବେ ବୁଲା ଗାଇଙ୍କ ମାଲିକମାନେ ସତର୍କ ହୋଇ ନିଜ ନିଜର ଗାଇକୁ ନିଜ ଘରେ ଆୟତରେ ନରଖି ସହର ଓ ବିଭିନ୍ନ ୱାର୍ଡରେ ଛାଡିଲେ ପୌର ପରିଷଦ ପକ୍ଷରୁ ଜୋରିମାନା କରାଯିବା ସହିତ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


Next Post

ପ୍ଲାଷ୍ଟିକ୍‌ମୁକ୍ତ ଭାରତ ସ୍ଲୋଗାନ ପ୍ରହସନ ,ପୌରାଂଚଳର ବିଭିନ୍ନ ଜାଗାରେ ପଡିଛି ପ୍ଲାଷ୍ଟିକ,ପଲିଥିନ ଓ ଥର୍ମକୁଲ

Thu Aug 3 , 2023
ଦେଶକୁ ଆବର୍ଜନାମୁକ୍ତ କରିବାକୁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ପରିବେଶକୁ ଦୂଷିତ କରୁଥିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନମୁକ୍ତ କରିବା ପାଇଁ ସରକାର ଆଇନ ପ୍ରଣୟନ କରିବା ସହ ଜନସଚେତନତା ସୃଷ୍ଟି କରୁଛନ୍ତି । ରାଜ୍ୟ ସରକାର ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିପାଇଁ ଜନସଚେତନତା ସୃଷ୍ଟି କରାଯିବାକୁ ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯାଉଛି । […]

KANIKA