୧୧ଦଫା ଦାବି ନେଇ କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର କଳାକାରମାନେ ୧୧ଦଫା ଦାବିପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା, କମ୍ପ୍ୟୁଟର ଉପରେ ଜ୍ଞାନଥିବା ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଆଯିବା, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଜଣେ ଲେଖାଏଁ ବରିଷ୍ଠ ନାଗରିକ କଲାକାରମାନଙ୍କୁ ସରକାରୀ ସ୍ତରରେ ସମ୍ବର୍ଦ୍ଧନା ଦିଆଯିବା, କଳାକରମାନଙ୍କ ବକେୟା ସାତ/ଆଠ ମାସର ଭତ୍ତା ପ୍ରଦାନ କରିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ପ୍ରତି ମାସର ଏକ ନିର୍ଦ୍ଧିଷ୍ଟ ତାରିଖରେ କଳାକାରମାନଙ୍କୁ ଭତ୍ତା ଓ ଭତ୍ତା ପ୍ରମାଣପତ୍ର ଦିଆଯିବା, କଳାକାର ଭତ୍ତା ପାଉଥିବା କଳାକାରମାନଙ୍କର ମୃତ୍ୟୁ ପରେ ସେମାନଙ୍କ ସ୍ୱାମୀ/ସ୍ତ୍ରୀଙ୍କୁ କଳାକାର ଭତ୍ତା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ୪୦ବର୍ଷରୁ ଉର୍ଦ୍ଧ ମହିଳା ଓ ୫୦ବର୍ଷରୁ ଉର୍ଦ୍ଧ ପୁରୁଷ କଳାର ପୂର୍ଣ୍ଣ ଦକ୍ଷତା ହାସଲ କରିଥିବା କଳାକାରଙ୍କୁ ଅଡିସନ ଦ୍ୱାରା ଚୟନ କରାଯାଇ କଳାକାର ଭତ୍ତା ପ୍ରଦାନ କରାଯିବା, ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜି ଯାଇଥିବା ସଖୀ କଣ୍ଢେଇ, ସୂତା କଣ୍ଢେଇ, କେନ୍ଦେରା ଗୀତ, ଲଉଡି ନୃତ୍ୟ, ପାନିଆ ବାଦ୍ୟ, ଗୀତିନାଟ୍ୟ, ଖଞ୍ଜଣି ଭଜନ, ଏକତାରା ଭଜନ, ଯୋଡି ମହୁରୀ ବାଦ୍ୟ ଓ ଦାସକାଠିଆ ୍‌ଦଳଙ୍କୁ ପ୍ରୋତ୍ସାହନ ଦିଆଯିବା, ଆଜିକାଲିର ବଜାର ଦରକୁ ଆଖି ଆଗରେ ରଖି ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତାକୁ ୫ହଜାର ଟଙ୍କାକୁ ବୃଦ୍ଧି କରାଯିବା, ସରକାରଙ୍କର ବିଭିନ୍ନ ଜନଚେତନା କାର୍ଯ୍ୟକ୍ରମକୁ ଏନ୍‌ଜିଓ ମାନଙ୍କୁ ନେଇ ରଥଭ୍ରମଣ କରାନଯିବା, ପ୍ରତି ବ୍ଲକର ଦକ୍ଷ କଳାକାରମାନଙ୍କ ପ୍ରଚାର ପ୍ରସାର କରାଯିବା ବ୍ଲକ କାର୍ଯ୍ୟାଳୟରେ କଳାକାରମାନଙ୍କୁ ସମ୍ମାନର ସହିତ ଏକ ବୈଠକ ଗୃହ ଯୋଗାଇ ଦେବା, ପ୍ରତି ମାସରେ ଥରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ସବୁ ବର୍ଗର କଳାକାରମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଡକାଯାଇ ସୁସମ୍ପର୍କର ସ୍ଥାପନ ଉତ୍ସବ କରାଯିବା ଇତ୍ୟାଦି ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରମାଗତ ଭାବେ ହ୍ରାସ ପାଉଛି ଚାଷଜମି,କିସମ ପରିବର୍ତନ ହୋଇ ହେଉଛି ଘରବାଡି

Tue Aug 8 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ ହ୍ରାସ ପାଇଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି । ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି […]

KANIKA