ପଟ୍ଟାମୁଣ୍ଡାଇ ପିଇଓ ସଂଘର କଳାବ୍ୟାଚ ପରିଧାନ ଓ ଆନ୍ଦୋଳନ ଚେତାବନୀ!


     ୧୮ ତାରିଖରୁ ସମୂହ ଛୁଟି

ପଟ୍ଟାମୁଣ୍ଡାଇ ୭ା୮-ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମାଂଚଳ ବିକାଶ ଯୋଜନାକୁ ପଂଚାୟତ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ଦିଗରେ ଉଦାସୀନତା ପ୍ରଦର୍ଶନ କରୁଥିବାରୁ ପିଇଓ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ପିଇଓ ସଂଘ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ କରାଯାଇ ପ୍ରତିବାଦ କରାଯାଇଛି । ସୋମବାର ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ ସଂଘ ସଭାପତି ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଉପସଭାପତି ରାମକୃଷ୍ଣ ହାଲଦାର, ସମ୍ପାଦକ ଚନ୍ଦ୍ର କାନ୍ତ କର, ସହସମ୍ପାଦକ ସ୍ମୃତି ରଞ୍ଜନ ଦାସ, କୋଷାଧକ୍ଷ ଶ୍ରୀଚରଣ ବାରିକ ଉପଦେଷ୍ଟା ଅନନ୍ତ ବିଶ୍ୱାଳ, ସୁରେନ୍ଦ୍ର ସାମଲ, ସଂଜୀବ ବେହେରା ରତ୍ନାକର ଓଝା, ମଞ୍ଜୁଲତା ଦାସ, ବିଶ୍ୱରଞ୍ଜନ ଜେନା, ସତ୍ୟଗୁରୁ ନିହାରକାନ୍ତ, ଉମେଶ ସେଠୀ, ଗୋବିନ୍ଦ ଟୁଡୁ, ଅଜୟ ପ୍ରଧାନ, ବେଲ ମାଝୀ, ତପନ ପ୍ରଧାନ, ପ୍ରଭାତ ମଲ୍ଲିକ, ମିନତୀ ବାସ୍କେ ଓ ଅଲେଖ ପ୍ରଧାନ ପ୍ରମୁଖ କଳାବ୍ୟାଚ ପିନ୍ଧି ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ । ସଂଘର ଦାବୀ ଅନୁଯାୟୀ ପିଇଓଙ୍କ ପ୍ରବେଶିକା ପରୀକ୍ଷା ପାଇଁ ଶିକ୍ଷାଗତ ଯୋଗ୍ୟତା +୨ରୁ +୩ କରିବା, ଦରମା ସ୍ତର – ୫ ଅର୍ଥରାଶି ୨୧,୭୦୦ରୁ ବୃଦ୍ଧି ଘଟାଇ ଦରମା ସ୍ତର-୯ ଅର୍ଥରାଶି ୩୫,୪୦୦ ମଂଜୁର କରିବା, ୧୦ବର୍ଷ ଚାକିରୀ ପୂରଣ କରିଥିବା ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ସୃଷ୍ଟି କରାଯାଇ ଉଚ୍ଚସ୍ତରରେ ଅବସ୍ଥାପିତ କରିବା ସର୍ବୋପରି ପିଇଓ ପଦବୀରେ ଶତପ୍ରତିଶତ ପଦୋନ୍ନତି ବ୍ୟବସ୍ଥା ସହ ଓପିଆରଏସ କ୍ୟାଡ଼ରରେ ସାମିଲ କରିବା ଆଦି ଦାବୀ ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ଆସନ୍ତା ୧୮ତାରିଖରୁ ପିଇଓ ମାନେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତ ଅଫିସ ଅଚଳ ହେବା ସ୍ପଷ୍ଟ ହୋଇଯାଇଛି ।


Next Post

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

Tue Aug 8 , 2023
କେନ୍ଦ୍ରାପଡା ୭/୮- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ […]

KANIKA