
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ,ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ପ୍ରାଧ୍ୟାପକ ରଂଜିତ ସେନାପତି କ୍ୟାପଟେନ ମନୋଜ ପରିଡା, ଓକିଲ ସଂଘ ସଭାପତି ତପନ ମିଶ୍ର ଆଲମୁନି ସମ୍ପାଦକ ଗୋପୀନାଥ ତ୍ରିପାଠୀ, ପରିବେଶବିତ ବିଜୟ କବି, ଚିତ୍ରଶିଳ୍ପୀ ସଂଘ ସଭାପତି ସଂଜୀବ କର ଓ ସମ୍ପାଦକ ରାଜେନ୍ଦ୍ର ଦାଶ, ସମବାୟବିତ ଚିତରଞ୍ଜନ ମଲ୍ଲିକ, ବିଶ୍ୱନାଥ ସାହୁ, ବଜେନ୍ଦ୍ର ବର୍ମା କିଶୋର ସ୍ୱାଇଁ, ପ୍ରମୋଦ ସ୍ୱାଇଁ ଓ ନଟବର ସେଠୀ ପ୍ରମୁଖ ଯୋଗ ଦେଇ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ ।











