ପଟ୍ଟାମୁଣ୍ଡାଇ ୧୦.୮-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୪ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଜ୍ଞାନ ମିଶନ ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ୱାମୀ ସୁଗିତାନନ୍ଦ ଗିରିଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୟଭାସ୍କର ବାନପ୍ରସ୍ଥି,ଧ୍ୟାନମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପୀନାଥ କର, ଦୁଷ୍ମନ୍ତ ସାହୁ, ପାବନୀ ରାଉତ, ରମାଦେବୀ କଲେଜ ନିର୍ଦେଶକ ପ୍ରଭାସ ଧଳ, କ୍ୟାପଟେନ ମନୋଜ ପରିଡା ବ୍ରଜକିଶୋର ପଣ୍ଡା, ଧନେଶ୍ୱର ଦାସ, ଅଭିମନ୍ୟୁ ପଢ଼ିଆରୀ, ଗୋପୀନାଥ ତ୍ରିପାଠୀ, ମିଟୁ ମନୋଜ ନାୟକ, ପ୍ରମୋଦ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ଓ ଏହି ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧ୍ୟାନମନ୍ଦିର ପରିଚାଳନା କମିଟି ସଦସ୍ୟ, ରମାଦେବୀ କଲେଜ ଛାତ୍ରଛାତ୍ରୀ, ହରିହରାନନ୍ଦ ବାଳାଶ୍ରମ ଛାତ୍ରଛାତ୍ରୀ ଓ ନେଚର କ୍ଲବ ସଦସ୍ୟ ଓ ସ୍ୱେଛାସେବୀମାନେ ପରିଚାଳନା କରିଥିଲେ ।
kanikanews.in
Next Post
ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ
Thu Aug 10 , 2023
ପଟ୍ଟାମୁଣ୍ଡାଇ ୧୦ା୮-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ଉଷାରାଣୀ କର,ସବଡିଭିଜନ ହସ୍ପିଟାଲ ପିଏଚଇଓ ନୃସିଂହ ଚରଣ ଦାସ ଓ ବିପିଏମ ପ୍ରଶାନ୍ତ କୁମାର ଜେନା […]

KANIKA
- 2 years ago
ନଦୀକୁ ଗାଧେଇବାକୁ ଯାଇ ଯୁବକ ନିଖୋଜ
- 12 months ago
ଆକ୍ସନ ମୋଡ଼ରେ ପଟ୍ଟାମୁଣ୍ଡାଇ ପୋଲିସ, ୩୦ ୱାରେଂଟି କୋର୍ଟ ଚାଲାଣ
- 10 months ago
କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
- 8 months ago
ପାବନ କ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ