ପଟ୍ଟାମୁଣ୍ଡାଇ ୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କ (ଚୁକ୍ତିଭିତିକ) ଏକ ବୈଠକ ବେଲତଳ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କନିଷ୍ଠ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ଦାବୀ ହାସଲ ପାଇଁ ସଂଘ ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସଂଘର ନୂତନ କର୍ମକର୍ତା ଭାବେ ରାଜେଶ କୁମାର ପଣ୍ଡା (ସଭାପତି)ରାଜଲଷ୍ମୀ ପାତ୍ର ( ଉପସଭାପତି),ଅଜିତ ମଲ୍ଲିକ (ସମ୍ପାଦକ) ,ଦୀପ୍ତିମୟୀ ବେହେରା ( ସହସମ୍ପାଦକ),ମହେନ୍ଦ୍ର କୁମାର ଭୂୟାଁ (କୋଷାଧ୍ୟକ୍ଷ), ମାଧୁରୀ ଭୋଇ (ସହ କୋଷାଧ୍ୟକ୍ଷ), ସୌମ୍ୟ ରଂଜନ ସାହୁ (ଗଣମାଧ୍ୟମ ସଂଯୋଜକ ) ଭାବେ ମନୋନୀତ କରାଯାଇଥିଲା । ଶେଷରେ ଅଜିତ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।