ସଂଗ୍ରାମୀ ନେତା ସ୍ବର୍ଗତ ରବୀନ୍ଦ୍ର ବେହେରାଙ୍କ ୭୮ତମ ଜୟନ୍ତୀ



ପଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ ମାଟିର ସାଲିସ ବିହୀନ ସଂଗ୍ରାମର ସେ ଥିଲେ ମୁକୁଟ ବିହୀନ ସମ୍ରାଟ। ଛାତ୍ର ଜୀବନରୁ ଶେଷ ଜୀବନ ଯାଏଁ ସମାଜର ତଳ ପାହାଚର ମଣିଷର ହକ ପାଇଁ ନିଜର ସଂଗ୍ରାମ ଜାରି ରଖିବା ସହିତ ପଟ୍ଟାମୁଣ୍ଡାଇର ପ୍ରତିଟି ସ୍ୱାର୍ଥ କୋର୍ଟ ପ୍ରତିଷ୍ଠା ଠାରୁ ବସଷ୍ଟାଣ୍ଡ ପ୍ରତିଷ୍ଠା ଓ ନିର୍ବାଚନମଣ୍ଡଳୀ ଉଛେଦ ପର୍ଯ୍ୟନ୍ତ ସବୁଠି ରବୀନ୍ଦ୍ର ଛାଡି ଯାଇଛନ୍ତି ନିଜ ସଂଗ୍ରାମର ପଦଚି଼ହ୍ନ ବୋଲି ପଟ୍ଟାମୁଣ୍ଡାଇର ବାମପନ୍ଥୀ ନେତା ସ୍ବର୍ଗତଃ ରବୀନ୍ଦ୍ର କୁମାର ବେହେରା ଙ୍କ ୭୮ତମ ଜୟନ୍ତୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଟାଉନ କ୍ଲବରେ ଆୟୋଜିତ ଜୟନ୍ତୀ ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି I ଏଇ ଅବସରରେ ଅବସରରେ ବିଶିଷ୍ଟ ଲେଖିକା ସରସ୍ବତୀ ବେହେରାଙ୍କ ଦ୍ୱାରା ସମ୍ପାଦିତ ପଟ୍ଟାମୁଣ୍ଡାଇ ଅଂଚଳରୁ ପ୍ରକାଶିତ ବର୍ଣ୍ଣବିଭାର ରଜ ସଂଖ୍ୟା ଉନ୍ମୋଚନ କରା ଯାଇଥିଲା I ବିଶିଷ୍ଟ ହେତୁବାଦୀ ଦେବେନ୍ଦ୍ର ସୁତାରଙ୍କ ପୌରହିତ୍ୟ ଓ ବରିଷ୍ଠ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଜୟନ୍ତୀ ସଭାରେ ଗାଳ୍ପିକ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କା, ବାମପନ୍ଥୀ ନେତା ଗୟାଧର ଧଳ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ I ଏହି ସଭାରେ କବି ଆଡ଼ଭୋକେଟ ରାମ କୃଷ୍ଣ ଦାଶ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, କବୟିତ୍ରୀ ଆରାଧନା ଦାଶ, ଚିତ୍ରଶିଳ୍ପୀ ରମେଶ ଦେ ସମାଜସେବୀ ପ୍ରମୋଦ ସାହୁ ପ୍ରମୁଖ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଯୋଗ ଦେଇ ଦିବଂଗତ ବାମପନ୍ଥୀ ନେତା ରବୀନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ କରିଥିଲେ I ଶେଷରେ ସାରଦା ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ I


Leave a Reply

Your email address will not be published. Required fields are marked *

Next Post

ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sun May 3 , 2026
ପଟ୍ଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ସରକାରୀ ଚାକିରୀରୁ ଆଜି ଅବସର ଗ୍ରହଣ କରିଥିବାରୁ ତାଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ପଟ୍ଟାମୁଣ୍ଡାଇ କଲେଜ ଷ୍ଟାଫ ଆସୋସିଏସନ ସଭାପତି ପ୍ରଫେସର ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ କଲେଜ ପରିସରରେ ଆୟୋଜିତ ସଭାରେ ରାଜନଗର କଲେଜ ଅଧକ୍ଷ ପ୍ରଫେସର ଅମୀୟ କୁମାର ଦାସ ପ୍ରାଧ୍ୟାପକ ଡ଼ ସୁନୀଲ କୁମାର ପ୍ରଧାନ ଡ଼ ଅଞ୍ଜଳି […]

KANIKA